ଘର ମାଲିକ ଘରେ ଲଗାଇଲା କ୍ୟାମେରା ଏହା ପରେ ଯାହା ହେଲା ଶୁଣିଲେ ହୋସ ଉଡିଯିବ…

ଆଜିକାଲିର ଦୁନିଆରେ ବିଭିନ୍ନ ସ୍ଥାନରେ ବହୁତ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି । ଏହି ସବୁ ମାମଲା ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ଏହି ଘଟଣାଟି ହେଉଛି ଘର ମାଲିକ ଘରେ ଲଗାଇଲା କ୍ୟାମେରା ଏହା ପରେ ଯାହା ଘଟିଲା ଜାଣିଲେ ଆପଣଙ୍କର ହୋସ ଉଡିଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆପଣ ଭବିଷ୍ୟତ ବା ବର୍ତ୍ତମାନରେ ଯେବେବି ଭଡା ଘର ନେବା ପାଇଁ ଚାହୁଁଛନ୍ତି ତାହା ପୂର୍ବରୁ ଆପଣ ପ୍ରଥମେ ଘରର ଯାଞ୍ଚ କରିନେବା ନିହାତି ଆବଶ୍ୟକ । କାରଣ ଏମିତି ମଧ୍ୟ ହୋଇପାରେ ସେ ଘରେ ସ୍ପାଏ କ୍ୟାମେରା ଲଗା ଯାଇଥିବ । ବନ୍ଧୁଗଣ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଗୁଜୁରାଟର ଅହମ୍ମଦା ବାଦରେ ଯେଉଁଠି ଭଡା ନେଇଥିବା ମହିଳାଙ୍କା ବାଥ ରୁମ ରେ ଘର ମାଲିକ ହିଡେନ କ୍ୟାମେରା ଲଗାଇଥିଲା ।

 

ଗୁଜୁରାଟର ଅହମ୍ମଦାବାଦ ଠାରେ ସ୍ଥିତ ନିଉସିଜା ରୋଡ ପାଖରେ ଏକ ସ୍କୁଲ ଟୀଚର ନିଜ ଘର ମାଲିକ ବିରୋଧରେ କେସ କରିଛନ୍ତି । ଦୁଇ ସପ୍ତାହ ପୂର୍ବରୁ ଜଣେ ସ୍କୁଲ ଅଧ୍ୟାପିକା ନିଜ ସାଥି ସହ ସେହି ଘରେ ଭଡା ରହିଥିଲା । କିଛି ଦିନ ସେହି ଭଡା ଘରେ ରହିବା ପରେ ମହିଳାଙ୍କ ବାଥରୁମ ସାୱାରରେ ସମସ୍ୟା ଦେଖା ଦେଇଥିଲା ।

ଏହା ପରେ ସେ ତାହାକୁ ଠିକ କରାଇଥିଲେ ହେଲେ ପୁଣି ସାୱାରଟି ଖରାପ ହୋଇଗଲା । ଏହାପରେ ସେମାନେ ଘର ମାଲିକକୁ ଡ଼ାକିଥିଲେ । ଏହା ପରେ ଘର ମାଲିକ ସେହି ସାୱାରକୁ ମିସ୍ତ୍ରୀକୁ ଡାକି ଠିକ କରାଇଥିଲା । ସାୱାର ଠିକ ହେବା ପରେ ମହିଳା ଜଣକ ସେହି ସାୱାର ମଧ୍ୟରେ ଏକ ସ୍ପାଏ କ୍ୟାମେରା ପାଇଥିଲେ ଓ ତୁରନ୍ତ ପୋଲିସ ସହ ଯୋଗାଯୋଗ କରିଲେ ।

ମହିଳା ଜଣକ ନିଜ ଘର ମାଲିକ ବିରୋଧରେ ଏହି କେସ କରିଥିଲେ । ଏହା ପରେ ପୋଲିସ ଆସି କ୍ୟାମେରା ସହ ଘର ମାଲିକ ରମେଶ ଗୋସ୍ଵାମୀ ଙ୍କୁ ଗିରଫ କରିଥିଲା । ୬୫ ବର୍ଷ ବୟସର ରମେଶ ଜଣେ ଇଞ୍ଜିନିୟର ଅଟନ୍ତି । ରମେଶ ନିଜ ଦୋଷକୁ ସ୍ଵୀକାର କରି ନେଇଛନ୍ତି ।

ହେଲେ ସେହି କ୍ୟାମେରାରେ କୌଣସି ରେକର୍ଡିଙ୍ଗ ଭିଡିଓ ମିଳିନାହିଁ, ହେଲେ ଏହି ମାମଲାର ଯାଞ୍ଚ କରାଯିବ । ଯଦି ଯାଞ୍ଚରେ ରମେଶଙ୍କ ବିରୋଧରେ କୌଣସି ସୁରାଗ ମିଳେ ତେବେ ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଦେଶ ବିଦେଶର ସମସ୍ତ ଛୋଟ ବଡ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *