Vastu Tips- ଏହି ପରି କରନ୍ତୁ ନାହିଁ ଘର ଧୂଆ ପୋଛା ନଚେତ ହୋଇଯିବେ ଲଷ୍ମୀଛଡ଼ା

କଥାରେ ଅଛି ସ୍ଵଛତା ହି ଭଗବାନ, ସେଥିଲାଗି ଭଗବାନ ସଫା ସୁତୁରା ଜାଗାରେ ରହିବାକୁ ପସନ୍ଦ କରନ୍ତି । ସେଇଥି ପାଇଁ ଶାସ୍ତ୍ରରେ ମଧ୍ୟ ସଫାସୁତୁରା ରହିବାକୁ ପରାମର୍ଶ ଦିଆ ଯାଇଅଛି । ନିଜକୁ ପରିଷ୍କାର ରଖିବା ସହିତ ନିଜ ଘର ଓ ପରିବେଶକୁ ସଫାସୁତୁରା ରଖୁଥିବା ବ୍ୟକ୍ତି ସବୁବେଳେ ସୁଖ ଓ ସମୃଦ୍ଧି ରେ ରହିଥାଏ । ଏହା ଶାସ୍ତ୍ରରେ ବର୍ଣ୍ଣନା କରାଯାଇ ଅଛି । ଶାସ୍ତ୍ର ଅନୁସାରେ ଘର ସଫାସୁତୁରା ରଖିବାର କିଛି ନିୟମ ଉଲ୍ଲେଖ ଅଛି ।

ଏହାକୁ ପାଳନ କଲେ ମାତା ଲକ୍ଷ୍ମୀଙ୍କ କୃପାରୁ ଘରେ ଧନସମ୍ପତି ବୃଦ୍ଧି ହୋଇଥାଏ , ଆଉ ଏହାକୁ ପାଳନ ନକଲେ ଏହାର ବିପରୀତ ପ୍ରତିକ୍ରିୟା ଆପଣଙ୍କୁ ଭୋଗିବାକୁ ପଡିଥାଏ । ଆସନ୍ତୁ ଜାଣିବା ଗୃହ ସଫାକରିବାର କଣ ରହିଛି ବାସ୍ତୁ ବିଧାନ , ଆଉ କେଉଁ ଦିନ ସଫା କରିବା ଉଚିତ ଆଉ କେଉଁ ଦିନ ଅନୁଚିତ ।

କେବେହେଲେ ଗୁରୁବାର ଦିନ ଘର ଧୁଆପୋଛା କରନ୍ତୁ ନହିଁ । ଗୋଟିଏ ଦିନ ପୂର୍ବରୁ ଘର ଧୁଆ ପୋଛା କରିବା ଶୁଭ ହୋଇଥାଏ । ଏମିତି ନ କଲେ ଗୁରୁଗ୍ରହ , ଶନି ଓ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତେଣୁ ଗୁରୁବାର ଦିନ ଭୁଲରେ ଘର ଧୁଆ ପୋଛା କରନ୍ତୁ ନାହିଁ ।

ଦ୍ଵିତିୟରେ ଖାଲି ପାଣିରେ ଘର ଧୁଆ ପୋଛା କରନ୍ତୁ ନାହିଁ , ପାଣିରେ ଲିମ୍ବ ପତ୍ର ପକାଇ ଘର ଧୁଆପୋଛ କରନ୍ତୁ । ଆଗ ଲିମ୍ବ ପତ୍ରକୁ ଗୋଟିଏ ପାତ୍ର ରେ ଫୁଟେଇ ନେଇ ସେଇ ପାଣିକୁ ଘର ପୋଛା ପାଣିରେ ମିଶାଇ ଦିଅନ୍ତୁ ଓ ଘର ପୋଛନ୍ତୁ । ଏମିତି କରିବା ଦ୍ଵାରା ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଘରକୁ ରୋଗ ବ୍ୟାଧି ଆସି ନଥାଏ ।

ବେଳେ ବେଳେ ଘର ଧୁଆପୋଛା କରିବା ସମୟରେ ପାଣିରେ ଲୁଣ ପକାଇ ଧୁଅନ୍ତୁ , କହିକି ନା ଲୁଣ ର ସମ୍ପର୍କ କୁବେର ଓ ମାତା ଲକ୍ଷ୍ମୀଙ୍କ ସହ ରହିଛି । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହୋଇଥାଏ ଓ କୁବେର ମଧ୍ୟ ଆପଣଙ୍କୁ ଧନୀ କରିଥାନ୍ତି । ତେଣୁ ସପ୍ତାହକୁ ଥରେ ଏହିପରି ଘର ଧୁଆପୋଛା କରିବା ଉଚିତ ।

ସେହିପରି ଦିନ 12 ଟା ପରେ ଘର ଧୁଆପୋଛା କରିବା ଅନୁଚିତ କାରଣ ପ୍ରାତଃ କାଳରେ ଯଦି ଘର ଧୁଆପୋଛା କରାଯାଏ ଏମିତି କଲେ ମାତା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି । ତେଣୁ ବନ୍ଧୁଗଣ ଆପଣମାନେ ଘର ଧୁଆପୋଛ କରିବା ବେଳେ ଏହିସବୁ ନିୟମ ପାଳନ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଘରେ ଧନ ଧାନ୍ୟ ର ଆଗମନ ହୋଇଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *