TV ସିରିଏଲ ସାଥ ନିଭାନା ସାଥୀୟା ର ଗୋପୀ ବୋହୁ ଓ ରାଶି ବୋହୁ ଆଜି ଏତେ ବର୍ଷ ପରେ ରିଅଲ ଲାଇଫ ରେ ଦେଖା ଯାଉଛନ୍ତି ବହୁତ ସୁନ୍ଦର ଓ ଷ୍ଟାଇଲିସ

ଟିଭି ରେ ଅନେକ ଡ୍ରାମା ସିରିଏଲ ଦେଖିବାକୁ ମିଳିଛି । ଏହା ମଧ୍ୟରୁ ବହୁତ କମ ସିରିଏଲ ଏମିତି ଅଛି ଯିଏ ସାଥ ନିଭାନା ସାଥୀୟାର ରେକର୍ଡ ଭାଙ୍ଗିଥିବ । ଏହା 2010 ରେ ଟିଭି ର ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ କରା ଯାଇଥିଲା । ଯାହା ପାଖାପାଖି 7 ବର୍ଷ ପର୍ଯ୍ୟନ୍ତ ଟିଭି ଇଣ୍ଡଷ୍ଟ୍ରି ରେ ରାଜ କରୁଥିଲା । ଏହି ସିରିଏଲ ର କାହାଣୀ ବି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ଏହା ସହିତ ଏହାର ଷ୍ଟାର କାଷ୍ଟ ମାନେ ମଧ୍ୟ ନିଜ ଦମଦାର ଅଭିନୟ ଦେଖାଇ ସିରିଏଲ କୁ ଟିଆରପି ମାମଲାରେ ଟପ ରେ ପହଞ୍ଚାଇଥିଲେ । ଏହା 2017 ମସିହାରେ ସରି ଯାଇଥିଲେ ମଧ୍ୟ ଦର୍ଶକ ଆଜି ବି ଏହି ସିରିଏଲ କୁ ମନେ ପକାନ୍ତି । ଯାହାର କ୍ରେଡିଟ ସିରିଏଲ ର ଷ୍ଟାର କାଷ୍ଟଙ୍କୁ ହିଁ ଯାଇଥାଏ ।

ଏହି ଷ୍ଟାର କାଷ୍ଟ ଙ୍କ ମଧ୍ୟରୁ 2 ଟି ଭୂମିକା ଥିଲା ଗୋପୀ ଓ ରାଶିଙ୍କର ଯେଉଁମାନେ ଦୁଇ ଭଉଣୀ ହୋଇଥାନ୍ତି କିନ୍ତୁ ଦୁଇ ଭଉଣୀଙ୍କ ମଧ୍ୟରେ ଆକାଶ ପାତାଳ ଫରକ ହୋଇଥାଏ । ଏହି ଦୁଇ ଜଣ ଆକ୍ଟ୍ରେସ ନିଜର ଦମଦାର ଅଭିନୟ ଦ୍ଵାରା ଟିଭି ଇଣ୍ଡଷ୍ଟ୍ରି ରେ ନିଜର ଏକ ଖାସ ପରିଚୟ ବନେଇ ଦେଇଥିଲେ । ତେବେ ଆଜି ଆମେ ଜାଣିବା ବର୍ତ୍ତମାନ ଏହି ଦୁଇ ଅଭିନେତ୍ରୀ କେଉଁଠି ଅଛନ୍ତି କଣ କରୁଛନ୍ତି ଓ କେମିତି ଦେଖା ଯାଉଛନ୍ତି ।

ଏହି ସିରିଏଲ ରେ ଗୋପୀ ଅଭିନୟ କରିଥିବା ଅଭିନେତ୍ରୀଙ୍କ ନାମ ଜିୟା ମାନେକ ଅଟେ । ଯାହାର ଜନ୍ମ ଗୁଜୁରାଟ ର ଅହମଦାବାଦ ରେ ହୋଇଥିଲା । ଏଥିପାଇଁ ତାଙ୍କର ପାଠ ପଢା ମଧ୍ୟ ଏଠାରେ ହିଁ ପୁରା ହୋଇଥିଲା । ସେ ନିଜର ଅଭିନୟ କ୍ଯାରିୟର 2010 ରେ ଆସିଥିବା ଫିଲ୍ମ ‘ନା ଘର କେ ନା ଘାଟ କେ’ ରୁ ଆରମ୍ଭ କରିଥିଲେ । ଯେଉଁଥିରେ ତାଙ୍କର ଅଭିନୟକୁ ଖୁବ ପସନ୍ଦ କରା ଯାଇଥିଲା ଓ ଏହି ବର୍ଷ ତାଙ୍କୁ 2010 ରେ ସାଥ ନିଭାନା ସାଥୀୟା ରେ ଗୋପୀ ର ମୁଖ୍ୟ ଚରିତ୍ର କରିବାର ମଉକା ମିଳିଲା । ଏହା ବ୍ଯତୀତ ସେ ଆଉ କିଛି ଟିଭି ସିରିଏଲ ରେ ମଧ୍ୟ କାମ କରିଛନ୍ତି ।

ଏହି ସିରିଏଲ ରେ ରାଶି ର ନେଗେଟିଭ ଚରିତ୍ର କରିଥିବା ଅଭିନେତ୍ରୀ ଙ୍କ ନାମ ରୁଚା ହାଜବନ୍ସି ଅଟେ । ଯାହାଙ୍କ ଜନ୍ମ 8 ଫେବୃଆରି 1988 ରେ ମହାରାଷ୍ଟ୍ର ର ମୁମ୍ବାଇ ସହରରେ ହୋଇଥିଲା । ସେହି ଠାରୁ ହିଁ ସେ ନିଜର ପଢା ପୁରା କରିଥିଲେ । ତାଙ୍କ ଅଭିନୟ କ୍ଯାରିୟର କଥା କହିଲେ ସେ 2002 ରେ ମରାଠୀ ସିରିଏଲ ଛାଡ଼ ଚୌଘୀ ରୁ ଆକଟିଂ ଦୁନିଆରେ ପାଦ ରଖିଥିଲେ । ଯେଉଁଥିରେ ତାଙ୍କୁ ବହୁତ ପସନ୍ଦ କରାଗଲା ଯେଉଁ କାରଣରୁ 2010 ରେ ତାଙ୍କୁ ସିରିଏଲ ସାଥ ନିଭାନା ସାଥୀୟା ରେ ରାଶି ର ଚରିତ୍ର କରିବାକୁ ମିଳିଲା । ଏହି ଚରିତ୍ର ଜରିଆରେ ସେ ଫେମସ ହୋଇଗଲେ ।

କିନ୍ତୁ ଏହି ସିରିଏଲ କୁ ବନ୍ଦ ହେବାର 3 ବର୍ଷ ହୋଇ ଯାଇଛି ଓ ଏହି 3 ବର୍ଷରେ ଏହି ଦୁଇ ଅଭିନେତ୍ରୀ ବହୁତ ବଦଳି ଯାଇଛନ୍ତି । ଯେଉଁଠି ଗୋପୀ ଚରିତ୍ର କରିଥିବା ଅଭିନେତ୍ରୀ ଆଜି 24 ବର୍ଷର ହୋଇ ଯାଇଛନ୍ତି ସେଇଠି ରୁଚା ହାଜବନ୍ସି 32 ବର୍ଷର ହୋଇ ଯାଇଛନ୍ତି । ଯଦି କଥା ହେବା ଜିୟା ମାନେକ ଙ୍କ ବିଷୟରେ ତ ସେ ଆଗ ଭଳି ଏବେ ବି ଶିଂଗଲ ଅଛନ୍ତି ଓ ଏକୁଟିଆ ହିଁ ନିଜ ଜୀବନ ବିତାଉଛନ୍ତି ।

ସିରିଏଲ ରେ ସେ ବହୁତ ସରଳ ସାଧାସିଧା ନଜର ଆସୁଥିଲେ ମଧ୍ୟ କିନ୍ତୁ ରିଅଲ ଲାଇଫ ରେ ସେ ବହୁତ ବିନ୍ଦଦାସ ଅଟନ୍ତି ଯିଏ ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି । ସେ କିଛି ଦିନ ଜୀ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ମନ ମୋହିନୀ ରେ ମଧ୍ୟ ନଜର ଆସିଥିଲେ ।

ସେଇଠି ରୁଚା ହାଜବନ୍ସି ଏହି ସିରିଏଲ ବନ୍ଦ ହେବା ପରେ ରାହୁଲ ଚନ୍ଦାନି ଙ୍କୁ ବିବାହ କରିଥିଲେ ଯାହା ଏକ ଲଭ ମ୍ୟାରେଜ ଥିଲା ଓ ଆଜି ତାଙ୍କର ଏକ କ୍ୟୁଟ ଝିଅ ମଧ୍ୟ ଅଛି । ଯାହାଙ୍କ ସହିତ ସେ ବର୍ତ୍ତମାନ ମୁମ୍ବାଇ ରେ ରହୁଛନ୍ତି । ଗୋଟିଏ ଝିଅର ମା ହେବା ପରେ ମଧ୍ୟ ସେ ଆଜି ବି ଆଗ ଠାରୁ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି । ସେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ହିଁ ସେ ନିଜର ଆକଟିଂ କ୍ଯାରିୟର କୁ ସବୁ ଦିନ ପାଇଁ ଗୁଡ ବାଏ କହିଦେଲେ ।

ଯାହା ପରେ ସେ ଆଉ କୌଣସି ସିରିଏଲ ରେ ନଜର ଆସିଲେ ନାହିଁ । ଓ ସେ ଏବେ ଲାଇମ ଲାଇଟ ରୁ ଦୂରରେ ରହୁଛନ୍ତି ଓ ନିଜ ପର୍ଶନାଲ ଜୀବନରେ ବ୍ୟସ୍ତ ଅଛନ୍ତି । ତେବେ ଆପଣଙ୍କୁ ଏହି ଦୁଇ ଅଭିନେତ୍ରୀଙ୍କ ବିଷୟରୁ କାହା ଭୂମିକା ଭଲ ଲାଗିଥିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *