ଘର ଲୋକ ଭୋକିଲା ନ ରୁହନ୍ତୁ, ଏଥିପାଇଁ ଘର ଘର ବୁଲି ସାଇକେଲରେ ପରିବା ବିକୁଥିଲା ଏହି ଝିଅ ଓ ମିଳିଲା ତାକୁ ଏହି ପୁରସ୍କାର

କରୋନା ଆତଙ୍କ ସମୟରେ ଦିନ ମଜୁରି କାମ କରୁଥିବା ଲୋକମାନଙ୍କୁ ଅଧିକ କଷ୍ଟର ସମ୍ମୁଖୀନ ହେବାକୁ ପଡୁଛି । ଲକ ଡାଉନ କାରଣରୁ ଲୋକମାନେ ବାହାରକୁ ଯାଇ ପାରୁ ନାହାନ୍ତି । ତାଙ୍କୁ କାମ କାର୍ଯ୍ୟ ମିଳିପାରୁ ନାହିଁ । ଏମିତିରେ ଜଣେ ଝିଅ ନିଜ ଘର ଲୋକଙ୍କର ପେଟ ପୋଷିବା ପାଇଁ ସାଇକେଲରେ ପରିବା ବିକିବାକୁ ବାହାରି ପଡ଼ିଥିଲେ । ଖବର ଅନୁସାରେ ଜନମୋନି ଗୋଗୋଇ ନାମକ ଗୋଟିଏ ଝିଅ ଏହି ସମୟରେ ନିଜ ଭରଣ ପୋଷଣ କରିବା ପାଇଁ ସାଇକେଲରେ ପରିବା ବିକୁଛି ।

ଡିବୃଗଡ ଜିଲ୍ଲାର ବୋଗିବିଲ କ୍ଷେତ୍ରର ସପ୍ତକେତି ଘୋଗୋରା ଗ୍ରାମରେ ରହୁଥିବା ଜନମୋନି ଗୋଗୋଇ ନିଜ ବୁଢ଼ା ବାପା ସହିତ ନିଜର ପରିବାରର ଭରଣ ପୋଷଣ ପାଇଁ ସାଇକେଲରେ ଘରେ ଘରେ ଯାଇ ପରିବା ବିକୁଛି । ତାହାର ପିତା ଗତ ଆଠ ବର୍ଷ ହେଲାଣି ରୋଗରେ ପିଡିତ ଅଛନ୍ତି । ଜନମୋନି ଡିବୃଗଡର ଗଭର୍ମେଣ୍ଟ ଗାର୍ଲ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ୧୨ ଶ୍ରେଣୀ ଯାଏ ପଢିଥିଲେ । ଅନ୍ୟଙ୍କ ପରି ତାଙ୍କର ମଧ୍ୟ ଅଧିକା ପଢ଼ିବା ପାଇଁ ଇଛା ରହିଥିଲା ।

ପିଲାର ଏହି ସାହସିକତାକୁ ଦେଖିକରି ଡିଜିପିଙ୍କର ନିର୍ଦେଶକୁ ଧ୍ୟାନରେ ରଖି ଡିବୃଗଡର ପୋଲିସ ଓ DYSP ମୁଖ୍ୟାଳୟ ଏହି ଛୋଟି ଉଦ୍ଯୋଗୀକୁ ଗୋଟେ ମୋପେଡ ବାଇକ ଉପହାର ଦେଇଥିଲେ । ଯାହାପରେ ସବୁଆଡେ ତାଙ୍କର ଚର୍ଚ୍ଚା ହେଉଛି । ଏହା କି ଏତେ ଛୋଟ ପିଲା ମୁଣ୍ଡରେ କି ବୁଦ୍ଧି ଭରି ରହିଛି ଓ ସେ ତା ପରିବାର ପାଇଁ ସାଇକେଲରେ ବୁଲି ବୁଲି ପରିବା ବିକୁଛି ଓ ତା ପିତାର ସେବା କରୁଛି ଓ ଘର ମଧ୍ୟ ଚଳାଉଛି । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *