ଘରଭଡାକୁ ନେଇ Supreme Court ଙ୍କ ବଡ ନିଷ୍ପତ୍ତି, ଭଡାଟିଆ ମାନେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଘର ଭଡା ଦେଇନପାରିବା ଦଣ୍ଡନୀୟ ଅପରାଧ ନୁହେଁ । ଏକ ମାମଲାର ଶୁଣାଣି କରି ଭଡ଼ାଟିଆଙ୍କ ବିରୋଧରେ ଘର ମାଲିକ ଦେଇଥିବା ଏତଲାଙ୍କୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଭଡ଼ା ଦେଇପାରିନଥିବା  ଭଡ଼ାଟିଆଙ୍କ ବିରୋଧରେ ଦେୱାନି କାର୍ଯ୍ୟାନୁଷ୍ଠାନ  କରାଯାଇ ପାରିବ । ହେଲେ ତାଙ୍କୁ ଜେଲଦଣ୍ଡ ହେବ ନାହିଁ । କାରଣ ଭାରତୀୟ ପିଙ୍ଗଳ କୋଡ ଅନୁଯାୟୀ ଏହାକୁ  ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରାଯାଏ ନାହିଁ ।

ତେବେ ଭଡ଼ାଟିଆ ଜଣକ ଅନେକ ଦିନ ଧରି ରହୁଥିଲେ ସୁଦ୍ଧା ଘରମାଲିକଙ୍କୁ ଭଡ଼ା ଦେଇ ପାରିନଥିଲେ । ଏ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ ଘର ମାଲିକ । ହେଲେ ସେଠାରେ ମଧ୍ୟ ତାଙ୍କ ସପକ୍ଷରେ ରାୟ ଆସିନଥିଲା । ଘର ଭଡା ଦେଇନପାରିବା ୪୧୫  ଧାରାରେ ଠକେଇ ଓ ୪୦୩  ଧାରାରେ ହେରଫେର ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ । ଧାରା ୪୧୫ ଓ ଧାରା ୪୦୩ ଅନୁଯାୟୀ  ରୁଜୁ ହୋଇଥିବା ଏ ସଂକ୍ରାନ୍ତ ଏକ ଏତଲା ରଦ୍ଦ କରିବାକୁ ଆହ୍ଲାବାଦ ହାଇକୋର୍ଟ ମନା କରି ଦେଇଥିଲେ ।

ତେବେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ  ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆବେଦନକାରୀ ।  ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଏତଲାକୁ ଗ୍ରହଣ କରାଯାଇଥିଲେ ବି  ଘରଭଡ଼ା ଦେଇନପାରିବା ଅପରାଧ ନୁହେଁ ।

ତେବେ ସୁପ୍ରିମକୋର୍ଟରେ ଘର ମାଲିକ  ଦର୍ଶାଇଥିଲେ ଯେ,ଭ଼ଡାଟିଆଙ୍କ ଉପରେ ତାଙ୍କର ବହୁତ ବକେୟା ରହିଛି । ତାଙ୍କ ସପକ୍ଷରେ ସେ ଅନେକ ଯୁକ୍ତି ବାଢିଥିଲେ । ଏପରିକି ଭଡା କେମିତି ଆଦାୟ କରାଯିବ ବୋଲି ମଧ୍ୟ ସେ ପ୍ରାର୍ଥନା କରିଥିଲେ ।   ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହାର ଅନେକ ସିଭିଲ୍ ବାଟ ରହିଛି । କିନ୍ତୁ ଥାନାରେ କେସ୍ ହୋଇପାରିବ ନାହିଁ ।  ଆଇନ ଅନୁଯାୟୀ ଏହାର ସମାଧାନ କରାଯାଇପାରିବ, କିନ୍ତୁ ଭଡ଼ାଟିଆଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।

ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ୍ ରବି ଚନ୍ଦ୍ର, କୁମାର ସୁଶୋଭନ୍, ଦୀନେଶ ଏସ୍ ବାଡିଆର୍, ଭି.କେ ଆନନ୍ଦ, କାଜୋଲ ସିଂ ଏବଂ ଆଡଭୋକେଟ୍ ରବି କୁମାର ତୋମାର କେସ୍‌ ଲଢ଼ୁଥିଲେ । ସେହିପରି ସିନିୟର ଆଡଭୋକେଟ ଭି କେ ଶୁକ୍ଲା, ଆଡଭୋକେଟ ଆଦର୍ଶ ଉପାଧ୍ୟାୟଙ୍କ ସହ ଆଡଭୋକେଟ ଆମୋଲ ଚିତ୍ରାଭାନ୍ସି, ମନୀଷ ଚହର ଏବଂ ଶଶି କିରଣ ପ୍ରତିପକ୍ଷଙ୍କ ପାଇଁ କେସ୍ ଲଢ଼ୁଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *