ଶସ୍ତାରେ ତେଲ କିଣିବ ଭାରତ, କଣ ପୁଣି ଶସ୍ତା ହେବ Petrol ଓ Diesel ? ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ନିଜ ଆବଶ୍ୟକତାର ୮୨% ତେଲ ଆମଦାନି କରୁଥିବା ଭାରତ ରିହାତିରେ ମିଳୁଥିବା ରୁଷର ତେଲ କିଣିବା ବିଷୟରେ ଗମ୍ଭୀରତାର ସହ ବିଚାର କରୁଛି । କେବଳ ତେଲ ନୁହେଁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଏହା ରୁଷରୁ ମଗାଇବାକୁ ଚାହୁଛି । ସାର ଉତ୍ପାଦନରେ ବ୍ୟବହାର ହେଉଥିବା କଞ୍ଚାମାଲ ରୁଷ ଓ ବେଲାରୁଷରୁ ଆମଦାନି କରିବା ଲାଗି ଭାରତ ପ୍ରସ୍ତୁତ ହେଉଛି । ଯେହେତୁ ରୁଷ ଉପରେ କଠୋର କଟକଣା ଲାଗିଛି ତେଣୁ ଡଲାରରେ କାରବାର ହୋଇପାରିବ ନାହିଁ ।

ତେଣୁ ଭାରତୀୟ ମୁଦ୍ରା ଟଙ୍କାରେ ପେମେଣ୍ଟ୍‌ କରିବାକୁ ଭାରତ ଚାହୁଛି । ଟଙ୍କା ଓ ରୁଷର ମୁଦ୍ରା ରୁବଲ୍‌ ମଧ୍ୟରେ କାରବାର କରିବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବା ଉପରେ ମଧ୍ୟ ବିଚାର କରା ଯାଉଛି । ତେବେ ଅତୀତରେ ଇରାନ ସହ ଟଙ୍କାରେ ତେଲ କାରବାର ହେଉଥିଲା । ସାଧାରଣତଃ ରୁଷର ଭାରତ ୨-୩% ତେଲ ମଗାଇଥାଏ । ମାତ୍ର ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବା ପରେ ଅଶୋଧିତ ତୈଳ ଦରରେ ୪୦% ବୃଦ୍ଧି ହୋଇଥିବାରୁ ଭାରତ ଚିନ୍ତିତ ହୋଇପଡ଼ିଛି ।

ଗତବର୍ଷ ନଭେମ୍ବର ବେଳକୁ ‌ତେଲ ଦାମ୍ ୮୨ ଡଲାର ପାଖାପାଖି ଥିଲା । ତେବେ ୟୁକ୍ରେନ୍-ରୁଷ ଯୁଦ୍ଧ ଆରମ୍ଭ ହେବା ପରେ ତାହା ୧୪ ବର୍ଷର ସର୍ବୋଚ୍ଚ ସ୍ତର ୧୪୦ ଡଲାରକୁ ବୃଦ୍ଧି ପାଇଥିଲା । ଏବେ ତାହା ୧୨୫-୧୩୦ ଡଲାର ପାଖାପାଖି ରହିଛି । ଏଭଳି ଏକ ସମୟରେ ରୁଷ ବଡ଼ ଧରଣର ରିହାତିରେ ଭାରତକୁ ତେଲ ବିକ୍ରି କରିବ ବୋଲି ପ୍ରସ୍ତାବ ଦେଇଛି । ସେହି ପ୍ରସ୍ତାବକୁ ଖୁସିର ସହ ଗ୍ରହଣ କରିବା ବିଷୟରେ ସରକାର ବିଚାର କରୁଛନ୍ତି ।

ଟ୍ୟାଙ୍କର, ବୀମା ସୁବିଧା ଓ ତୈଳ ମିଶ୍ରଣକୁ ନେଇ ରହିଥିବା ସମସ୍ୟା ଦୂର ହେବା ପରେ ରୁଷ ଦେଇଥିବା ରିହାତି ପ୍ରସ୍ତାବକୁ ଭାରତ ଗ୍ରହଣ କରିବ । ରୁଷ ଉପରେ ଆମେରିକା ଓ ଅନ୍ୟାନ୍ୟ କ୍ଷମତାଶାଳୀ ଦେଶ କଠୋର କଟକଣା ଲଗାଇଥିବାରୁ ପୁଟିନଙ୍କ ନେତୃତ୍ବାଧୀନ ଦେଶରୁ ତେଲ କିଣିବା ଲାଗି ବହୁ ଦେଶ କୁଣ୍ଠା ପ୍ରକାଶ କରୁଛନ୍ତି । ସେମାନେ ଆମେରିକା ରୋଷର ଶିକାର ହେବାକୁ ଚାହୁଁନାହାନ୍ତି । ମାତ୍ର ଭାରତ କହୁଛି ଯେ ରୁଷ ଉପରେ ଲଗାଯାଇଥିବା କଟକଣା ତୈଳ କାରବାର ଉପରେ ଲାଗୁ ହୋଇନାହିଁ ।

ତେବେ ଭାରତ କେତେ ତେଲ ରୁଷରୁ ମଗାଇବ ଓ କେତେ ରିହାତି ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ରୁଷ ହେଉଛି ଭାରତର ଏକ ମିତ୍ର ରାଷ୍ଟ୍ର । ପ୍ରତିରକ୍ଷା କ୍ଷେତ‌୍ରରେ ସହଯୋଗିତା ବ୍ୟତୀତ ଜାତିସଂଘରେ ମଧ୍ୟ ଭାରତ ସପକ୍ଷରେ ଏହା ବହୁବାର ସ୍ବର ଉତ୍ତୋଳନ କରିଛି । ତେଲକୁ ନେଇ ଭାରତ ଏକ ବଡ଼ ଯୋଜନା ଉପରେ କାର୍ଯ୍ୟ କରୁଛି । କେବଳ ରୁଷ ତେଲ ବ୍ୟତୀତ ଏହା ଇରାନ ଓ ଭେନେଜୁଏଲାରୁ ଅଧିକ ତେଲ କିଣିବାକୁ ଚାହୁଛି ।

ସାଉଦି ଆରବ ନେତୃତ୍ବାଧୀନ ଓପେକ୍ ରାଷ୍ଟ୍ର ସମୂହ ଉତ୍ପାଦନ ବଢ଼ାଇବା ପରେ ତେଲ ଦର ହ୍ରାସ ପାଇବ ବୋଲି କୁହା ଯାଉଛି । ତେବେ କେନ୍ଦ୍ର ସରକାର ଉତ୍ପାଦ ଟିକସ ହ୍ରାସ କରିଥିଲେ ମଧ୍ୟ ମହାରାଷ୍ଟ୍ର ଓ କେରଳ ସମେତ ଦେଶର ୯ଟି ରାଜ୍ୟ ପେଟ୍ରୋଲ୍ ଓ ଡିଜେଲ୍‌ରୁ ଭାଟ୍‌ ହ୍ରାସ କରିନାହାନ୍ତି ବୋଲି ପେ‌ଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗୃହରେ କହିଛନ୍ତି ।

ସେଥିପାଇଁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ପେଟ୍ରୋଲ୍ ଦାମ୍ ଅଧିକ ରହିଛି । ମହାମାରୀ ପ୍ରଭାବରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନି, ବ୍ରିଟେନ୍ ଓ ସ୍ପେନ୍‌ରେ ତେଲ ଦାମ୍ ୫୦%ରୁ ୬୦% ବଢ଼ିଥିବା ବେଳେ ଭାରତରେ ମାତ୍ର ୫%ର ବୃଦ୍ଧି ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *