ଘର ବାଡିରେ କଦଳୀ ଗଛ ରଖିଛନ୍ତି କି ? ହୋଇଯାନ୍ତୁ ସାବଧାନ – Vastu Shastra

ବନ୍ଧୁଗଣ ଆଜି ଆମେ ବାଡ଼ିରେ ଯଦି କଦଳୀ ଗଛ ଅଛି ତେବେ କଣ ସାବଧାନ ରହିବା ସେ ବିଷୟରେ ଆଲୋଚନା କରିବୁ। ଆମ ହିନ୍ଦୁ ଧର୍ମ ରେ କଦଳୀ ଗଛ କୁ ଆମେ ଭଗବାନ ଭଳି ପୂଜା କରିଥାଉ। ଏବଂ ଏହି କଦଳୀ ଗଛ କୁ ଶୁଭ ର ପ୍ରତୀକ ଭାବେ ମଧ୍ୟ ମାନିଥାଉ। ଏବଂ ସମସ୍ତ ଶୁଭ କାର୍ଯ୍ୟ ରେ ଏହି କଦଳୀ ଗଛ ର ଆବଶ୍ୟକତା ପ୍ରଥମେ ରହିଥାଏ। ଏବଂ କଦଳୀ ଗଛର ଫଳ କୁ ମଧ୍ୟ ଆମେ ବିଭିନ୍ନ ପୂଜା କିମ୍ବା ଖାଦ୍ୟ ରୂପେ ବ୍ୟବହାର କରିଥାଉ ଏବଂ ଶରୀର ବୃଦ୍ଧି ରେ ମଧ୍ୟ ଏହି କଦଳୀ କୁ ଆମେ ଖାଇଥାଉ। ଏବଂ ପ୍ରାୟତଃ ଲୋକ ମାନଙ୍କ ର କଦଳୀ ବହୁତ ପ୍ରିୟ ମଧ୍ୟ ଥିବ।

କିନ୍ତୁ ଯଦି ଆମେ ଏହି କଦଳୀ ଗଛ କୁ ଠିକ ଭାବରେ ଏବଂ ଠିକ ସ୍ଥାନ ଓ ଦିଗରେ ଲଗାଇବା ନାହିଁ ତେବେ ଆମକୁ ବର୍ବାଦ ହେବାରୁ କେହି ବି ଅଟକାଇ ପାରିବେ ନାହିଁ। କଦଳୀ ଗଛ କୁ ସର୍ଵଦା ଘରର ଉତ୍ତର ଦିଗରେ ଲଗାଇବା ଉଚିତ। ଏହି କଦଳୀ ଗଛ କୁ ଉଚିତ ସମୟରେ ଲଗାଇବା ଆବଶ୍ୟକ ଏବଂ ଯେଉଁମାନେ ବିବାହ କରି ନାହାନ୍ତି ସେମାନେ ଏହି କଦଳୀ ଗଛ କୁ ଲଗାଇବା ଉଚିତ ନୁହେଁ।

ଏହାକୁ ଘରର ମୁରବି କିମ୍ବା ବୟସ୍କ ବ୍ୟକ୍ତି ଲଗାଇବା ଉଚିତ। ଏବଂ କେବେବି ଏହି କଦଳୀ ଗଛ କୁ କାଟିବେ ନାହିଁ। ଏହି ଗଛ କୁ କାଟିବା ଦ୍ୱାରା ଆପଣଙ୍କର ବୃହସ୍ପତି ଗ୍ରହ ର ପ୍ରଭାବ ଖରାପ ପଡିବ। ଏବଂ ତା ଛଡା ଜୀବନରେ କେବେବି ବିବାହ ହୋଇ ପାରିବ ନାହିଁ। ଏବଂ ଆପଣ ଚେଷ୍ଟା କରିବେ ଘରରୁ କିଛି ଦୂରତା ରେ ହିଁ କଦଳୀ ଗଛକୁ ଲଗାଇବା କାରଣ ଏହି ବୃକ୍ଷ ସହିତ ଥିବା ଅନେକ ଖରାପ ଶକ୍ତି ମଧ୍ୟ ଦୂରରେ ରୁହେ।ତେଣୁ ଏହାକୁ ଘରଠାରୁ ଟିକେ ଦୁରତାରେ ଲଗାଇବା ଉଚିତ।

ଯେଉଁମାନଙ୍କ ବୃହସ୍ପତି ଗ୍ରହ ଭାରି ଥାଏ ତେବେ ସେମାନେ ପ୍ରତ୍ୟେକ ଗୁରୁବାର ଦିନ ଏହି କଦଳୀ ଗଛରେ ପାଣି ଦେବା ଉଚିତ ଏପରି କଲେ ଆପଣଙ୍କ ଗ୍ରହ ଦୋଷ କଟିଯିବ ଏବଂ ବିବାହ ମଧ୍ୟ ହୋଇ ପାରିବ। ଏବଂ କେବେବି ଅଯଥାରେ ଏହି ଗଛକୁ କାଟିବା ନାହିଁ କିମ୍ବା ଏହାର ପତ୍ରକୁ ମଧ୍ୟ ଛିଡାଇବା ନାହିଁ। ଏପରି କଲେ କେବେବି ଧନ ର ପ୍ରାପ୍ତି ହେବ ନାହିଁ।

ଘରର ବାଡ଼ି ରେ ଯେବେବି କଦଳୀ ଗଛ ଲଗାଇବା ତେବେ ତାହା ଉତ୍ତର କୋଣ ରେ ଲଗାଇବା ଉଚିତ ଏହା ଦ୍ବାରା ଆମକୁ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ। ଏବଂ ସର୍ଵଦା ଚେଷ୍ଟା କରିବା କି କଦଳୀ ଗଛକୁ କିପରି ଯତ୍ନ ନେବା ଏବଂ ତାକୁ ସବୁବେଳେ ପୂଜା କରିବା ଓ ସମ୍ମାନ ଦେବା ଏପରି କରିବା ଦ୍ୱାରା ଆମକୁ ଜୀଵନ ଯାକ ଧନର କୌଣସି ଅଭାଵ ଦେଖା ଯିବ ନାହିଁ।

ଏହାକୁ ଯଦି ଆମେ ଅସମ୍ମାନ କରିବା ତେବେ ଆମେ ଓ ଆମ ଘରରେ କେବେବି ଶାନ୍ତି ଦେଖାଯିବ ନାହିଁ ଏବଂ ସବୁବେଳେ ଦୁଃଖ ଦେଖାଯିବ ଅଭାବ ଅନଟନ ମଧ୍ୟ ଜାରି ରହିବ ଏବଂ ଅବିବାହିତ ବ୍ୟକ୍ତି ର ମଧ୍ୟ କେବେବି ବିବାହ ହୋଇ ପାରିବ ନାହିଁ।ତେଣୁ ସର୍ଵଦା ଆମେ ଚେଷ୍ଟା କରିବା ଯଦି ଆମେ କଦଳୀ ଗଛକୁ ଲଗାଉଛୁ ତେବେ ତାର କିଭଳି ସଠିକ ଯତ୍ନ ନେବା ସେ ସମ୍ପର୍କରେ ଅଧିକ ଧ୍ୟାନ ଦେବା ଉଚିତ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *