ଘଣ୍ଟା ଥାଇ ମଧ୍ୟ କାହିଁକି ଶ୍ରୀ ମନ୍ଦିରରେ ବାଜେ ନାହିଁ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆମ ଓଡିଶାର ପୁରୀ ଜଗନ୍ନାଥ ମନ୍ଦିର ହେଉଛି ଗୋଟେ ଚଥୁର୍ଧାମ । ଏହି ମନ୍ଦିର ରହସ୍ୟମୟ ଅଟେ ଓ ପ୍ରାଚୀନ କାଳରୁ ଏହି ମନ୍ଦିରର ବହୁ ପୌରାଣିକ ମାନ୍ୟତା ରହିଛି । ଆଜି ଆମେ ଆପଣ ମାନଙ୍କୁ ଜଗନ୍ନାଥ ମନ୍ଦିର ସହ ଜଡିତ ଏକ ରହସ୍ୟମୟ କଥା ବିଷୟରେ କହିବାକୁ ଯାଉଛୁ ଓ ଏହି କଥା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଶିବ ମନ୍ଦିରରେ ଘଣ୍ଟି ରହିବାର ବ୍ୟବସ୍ତା ଥାଏ ହେଲେ ଜଗନ୍ନାଥ ମନ୍ଦିରରେ ଘଣ୍ଟି ରହିବାର ବ୍ୟବସ୍ତା ନଥାଏ । ବନ୍ଧୁଗଣ ଘଣ୍ଟି ଦୁଇ ପ୍ରକାର ଗୋଟେ ହେଉଛି ଘଣ୍ଟ ଓ ଦ୍ଵିତୀୟଟି ହେଉଛି ଘଣ୍ଟି । ଯେତେବେଳେ ଜଣେ ପୂଜକ ପୂଜା କରେ ସେତେବେଳେ ସେ ଆସନରେ ବସିବା ପରେ ନିଜ ବାମ ପଟରେ ଘଣ୍ଟା ରଖିଥାଏ ।

ହେଲେ ଯେତେବେଳେ ଭକ୍ତ ମାନେ ମନ୍ଦିର ଯାନ୍ତି ସେମାନେ ପୂଜକ ମାନଙ୍କ ଭଳି ଆସନରେ ବସି ପୂଜା କରିପାରିବେ ନାହିଁ ସେମାନେ କେବଳ ଭଗବାନଙ୍କ ଦର୍ଶନ କରିବେ ସେତେବେଳେ ଭକ୍ତ ମାନେ ଘଣ୍ଟି ବଜାଇ ଥାନ୍ତି । ଶିବ ମନ୍ଦିରରେ ଘଣ୍ଟି ରହିବାର ପ୍ରଥା ରହିଛି ଓ ମା ଭଗବତୀଙ୍କ ମନ୍ଦିରରେ ଘଣ୍ଟି ରହିବାର ପ୍ରଥା ରହି ଅଛି । ହେଲେ ବନ୍ଧୁଗଣ ଭଗବାନ ଜଗନ୍ନାଥ ମନ୍ଦିରରେ ଘଣ୍ଟି ରହିବାର ପ୍ରଥା ନାହିଁ ।

ଜଗନ୍ନାଥ ତଥା ଭଗବାନ ବିଷ୍ଣୁ ସଦା ଜାଗ୍ରତ ଅଟନ୍ତି । ତେବେ ଭଗବାନ ଶିବ ସଦା ସର୍ବଦା ଧ୍ୟାନରେ ବସିଥାନ୍ତି ତାଙ୍କୁ ଜାଗ୍ରତ କରିବା ପାଇଁ ଘଣ୍ଟି ବଜା ଯାଇଥାଏ । ବନ୍ଧୁଗଣ ଘଣ୍ଟି ବଜାଇବା ଦ୍ଵାରା ସମସ୍ତ ଦେବୀ ଦେବତା ମାନେ ପ୍ରସନ୍ନ ହୋଇଥାନ୍ତି । ତେଣୁ ବିଶେଷ ଭାବରେ ଶିବ ମନ୍ଦିରରେ ଘଣ୍ଟି ରହିବାର ବ୍ୟବସ୍ଥା ଥାଏ ହେଲେ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଘଣ୍ଟି ରହିବାର କୌଣସି ବ୍ୟବସ୍ଥା ନଥାଏ ।


ଜଗନ୍ନାଥ ମହାପ୍ରଭୁ ସବୁବେଳେ ଜାଗ୍ରତ ହୋଇ ରହିଥାନ୍ତି ତେଣୁ ଘଣ୍ଟି ବଜାଇ ତାଙ୍କୁ ଜାଗ୍ରତ କରିବାର କୌଣସି ଆବଶ୍ୟକତା ନାହିଁ । ହେଲେ ପୂଜା ଘଣ୍ଟି ଓ ଭକ୍ତ ବଜାଇବା ଘଣ୍ଟି ମଧ୍ୟରେ ପ୍ରାର୍ଥକ୍ୟ ରହିଛି । ଭକ୍ତଙ୍କ ଘଣ୍ଟି ହେଉଛି ଘଣ୍ଟି ଓ ପୂଜକଙ୍କ ଘଣ୍ଟି ହେଉଛି ଘଣ୍ଟା । ମହାପ୍ରଭୁ ସବୁବେଳେ ନିଜ ଭକ୍ତଙ୍କ ପାଇଁ ଜାଗ୍ରତ ହୋଇ ରହିଥାନ୍ତି । ତେଣୁ ବନ୍ଧୁଗଣ ଏହି ପୌରାଣିକ ମାନ୍ୟତା ଯୋଗୁଁ ଶ୍ରୀମନ୍ଦିରରେ ଘଣ୍ଟି ରହିବାର ବ୍ୟବସ୍ଥା କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *