‘ଗେଲହୁ ,ସୁନା କହି ପଟେଇ ଦେଉଛନ୍ତି ଓ ତା ପରେ ଦୁଇ ମିନିଟର ସୁଖ ପାଇଁ OYO ନେଇଯାଉଛନ୍ତି, ଆଉ ତା’ପରେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଆପଣ ମାନେ ସମସ୍ତେ ଭଲ ଭାବରେ ଅବଗତ ଅଛନ୍ତି କିଭଳି ଭାବରେ ଦିଲ୍ଲୀ ର ପ୍ରେମିକ ନିଜ ପ୍ରେମିକା କୁ ମାରି ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା । ଏବଂ ଏହି ଘଟଣା ବର୍ତ୍ତମାନ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହାକୁ ନେଇ ସାଧାରଣ ଜନତା ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି । ଆଜି ଆମ୍ଭେ ଆପଣଙ୍କୁ ସେଥିମଧ୍ୟରୁ ଏକ ମହିଳା ଦେଇଥିବା ମନ୍ତବ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ମହିଳା ଜଣକ କହିଛନ୍ତି ବର୍ତ୍ତମାନ ପିଢୀ ଉପରେ ପିଢୀ ପରିବର୍ତ୍ତନ ହେବାରେ ଲାଗିଛି । ମାତ୍ର ପୂର୍ବରୁ ଜେଜେବାପା ଙ୍କ ବିବାହ ସମୟରେ ଜେଜେମା’ ଙ୍କ ମୁହଁ ମଧ୍ୟ ଦେଖି ନଥିଲେ । ମାତ୍ର ବର୍ତ୍ତମାନ ଯେଉଁ ପୁଅ ଝିଅ ବିବାହ କରୁଛନ୍ତି, ଆଗ ବାପା ମା’ ଝିଅ ପୁଅ ନମ୍ବର ଆଣି ଦେବା ନେବା କରି ଆଗ ସେମାନେ ନିଜକୁ ନିଜେ ହୋଟେଲ ଯାଇ, ଖିଆ ପିଆ କରି, ନିଜ ମଧ୍ୟରେ ଶାରୀରିକ ସମ୍ପର୍କ ରଖି ସାଟିସଫାଏ ଲାଗିଲେ ସେମାନେ ବିବାହ କରୁଛନ୍ତି ।

ଏହାକୁ ନିଜ ବାପା ମା’ ହିଁ ଶୀକୃତି ଦେଉଛନ୍ତି । ମାତ୍ର ମୂଳ ଗଛ ହିଁ ଯେଉଁଠାରେ ଷ୍ଟ୍ରଙ୍ଗ ନାହିଁ ସେଠାରେ ପତ୍ର ଆଦୌ ଷ୍ଟ୍ରଙ୍ଗ ରହି ପାରିବ ନାହିଁ । ଏଥି ନିମନ୍ତେ ଯେମିତି ଘର ସେମିତି ଛୁଆ ।ଏହା ଲୋକ ମାନଙ୍କୁ ଏକ ଖରାପ ବାର୍ତ୍ତା ଦେଇ ଆସୁଛି । ଆଜିଭଳି ଦିନରେ କିଏ ମଧ୍ୟ ଭଲ ଜିନିଷ କୁ ସାମ୍ନା କରୁ ନାହାଁନ୍ତି ମାତ୍ର ଖରାପ ଜିନିଷ କୁ ଆଗ ସାମ୍ନା କରୁଛନ୍ତି ।

ଝିଅ ମାନେ ନିଜକୁ ନିଜ ଭାବୁଛନ୍ତି ଗୋଟିଏ ଶସ୍ତା । ପୁଅମାନେ ଭାବୁଛନ୍ତି ସେମାନେ ହେଉଛନ୍ତି ହୀରା । ଯେତେବେଳେ ଗୋଟିଏ ଝିଅ ପୁଅ କୁ ଭଲ ପାଉଛି ପ୍ରଥମେ ସେ ତାହାର ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଦେଖିବା ଦରକାର ସେ କେମିତିକା ? ମାତ୍ର ଏହି ଯାହା ଟିକିଏ ଗେଲୁ, ସୁନା କହି ଦେଉଛନ୍ତି, ଏହାପରେ ଏମାନେ ଯେଉଁ OYO ଏବଂ ଲଜ କୁ ପଳାଉଛନ୍ତି, କ’ଣ ତାଙ୍କୁ ଫାଇଦା ମିଳୁଛି ?

ସେ ତ ପୁଅ ମିଠା ସାରିଲା ପରେ ଫୋପାଡି ଦେବା କଥା । ଏଣୁ ଏହି ଝିଅ ମାନେ ମଧ୍ୟ ବୁଝିବା ଆବଶ୍ୟକ ଯେ କ୍ଷଣିକ ମାତ୍ର ପ୍ରେମ ପାଇଁ ଯେଉଁମାନେ ପ୍ରାଣତ୍ୟାଗ କରୁଛନ୍ତି ଅଥବା ଯେଉଁ ପୁଅ ମାନେ ଏହିଭଳି ମଡର କରିଦେଉଛନ୍ତି, ଏହା ନିମନ୍ତେ ନିଶ୍ଚିତ କଠୋରରୁ କଠୋର ଦଣ୍ଡ ଦରକାର । ଦୁନିଆରେ ବଞ୍ଚିବା ପାଇଁ ହେଲେ ଝିଅମାନେ କାହା ସାହାରା ନେଇ ବଞ୍ଚିବା ମୁର୍ଖାମି । ନିଜ ଉପରେ ବିଶ୍ଵାସ ରଖି ନିଜ ଗୋଡରେ ଛିଡା ହୋଇ ବଞ୍ଚିବା ଆବଶ୍ୟକ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *