‘ଫ୍ରି ସେକ୍ସ ମାନେ ନୁହଁ, ଯେଉଁଠି ନାହିଁ ସେଇଠି….କିଛି ପିଲା ଯେଉଁଠି ନାହିଁ ସେଇଠି ଷ୍ଟାର୍ଟ ହେଇଯାଉଛନ୍ତି, ଯଦି ଏମିତି ହୁଏ…’

ବନ୍ଧୁଗଣ, ବର୍ତ୍ତମାନ ଭଳି ଆଧୁନିକ ଯୁଗରେ ପ୍ରେମ ପ୍ରତାରଣା ଏହାପରେ ଧୋକା ସହିତ ହତ୍ୟା ଚାରିଆଡେ ଦେଖିବାକୁ ମିଳୁଛି ଏହାକୁ ନେଇ ଯୁବପିଢୀ କିଛି ମନ୍ତବ୍ୟ ଦେଇଛନ୍ତି ଆସନ୍ତୁ ଜାଣିନେବା ତାହା କଣ ଅଟେ ? ସେମାନେ କହିଛନ୍ତି ଯେ ସାଧାରଣତଃ ସୁପ୍ରିମକୋର୍ଟ ଏବେ ସବୁ ଅର୍ଡର ପାସ କରିଦେଇଛି । ଯେମିତିକି ଅବିବାହିତ ମହିଳା ମାନେ ଯଦି ଗର୍ଭବତୀ ହେବେ ସେମାନେ ଅବୋରସନ୍ କରିପାରିବେ ଓ ଫ୍ରି ସେକ୍ସ୍ ମଧ୍ୟ କରିପାରିବେ ।

ତାହା ମାନେ ନୁହେଁ ଯେ ଯେଉଁଠି ପାରିଲେ ସେଠି କରିବେ । ଆଜିକାଲି ଯୁବପିଢୀ କିଛି ମାନୁ ନାହାନ୍ତି । ଆପଣ ମାନେ ଦେଖିଥିବେ ଶିକ୍ଷା ଅନୁଷ୍ଠାନ ସାମନାରେ ଆସି ପିଲାମାନେ ଗପୁଛନ୍ତି । ସେସବୁ ପାଇଁ ଅଲଗା ଜାଗା ଅଛି । ୟୁନିଭର୍ସିଟି ପାଖରେ ଆସି ଏସବୁ କରିବା ଠିକ କଥା ନୁହେଁ । ଆପଣ ମାନେ ଅଲଗା ଜାଗାରେ ଯାଇ ଏସବୁ କରିପାରିବେ । ତାହା ମାନେ ନୁହେଁ ଯେ ଶିକ୍ଷା ଅନୁଷ୍ଠାନ ପାଖରେ ଆସି ଗପିବେ ।

ଏମିତି ସବୁ ହେବା ଦ୍ଵାରା ଗୋଟେ ପଟେ ଆଡଭାନଟେଜ୍ ରହୁଛି ଅନ୍ୟ ପଟେ ଡିସ ଆଡଭାନ୍ଟେଜ ରହୁଛି । ପ୍ରତ୍ୟକ ଜିନିଷର ଭଲ ଓ ମନ୍ଦ ରହିଛି । ଏସବୁ ହେବା ଭଲ ଗୋଟେ ପଟୁ ଲୋକ ନ୍ୟାୟ ମଧ୍ୟ ପାଇବେ । ଅନ୍ୟପଟେ ଆଜିକାଲି ସମାଜର ଯେଉଁ ୟଙ୍ଗ ପିଢ଼ି ବା ଜେନେରେଶନ ଅଛନ୍ତି ସେମାନେ ଗୋଟେ ପ୍ରକାର ସାହସ ପାଇ ଯାଉଛନ୍ତି ।

ଯେଉଁଥିପାଇଁ ସେମାନେ ନିଜ ବାପା ମାଆ ଙ୍କୁ ନ ପଚାରି ଲିଭ୍ଇନ୍ ରିଲେସନ ରେ ରହି ଯାଉଛନ୍ତି, ଯାହା ସହିତ ପାରୁଛନ୍ତି ରହି ଯାଉଛନ୍ତି । ଯେଉଁଥି ପାଇଁ ଆଜିକାଲି ଏସବୁ ଘଟଣା ଘଟୁଛି । ଏବେ ଦେଖିବେ ଶ୍ରଦ୍ଧା ର ଯେମିତିକି ୩୫ ଖଣ୍ଡ କାଟି କରିକି ରଖି ଦେଲେ । ସେ କ’ଣ ତାଙ୍କ ବାପା ମାଆ ଙ୍କୁ ପଚାରି କିମ୍ବା ଜଣାଇକି ରହିଥିଲେ କି ? ଏସବୁ କଥା ବାପା ମା’ ଙ୍କୁ ପଚାରିବା କଥା । ଯିଏ ଆମ୍ଭ କୁ ପାଳିପୋଷୀ ଛୋଟ ରୁ ବଡ କରିଛନ୍ତି ।

ତାଙ୍କୁ ସବୁ କିଛି ପଚାରିକି ଡିଶିଶନ ନେବା କଥା । ସବୁ ମ୍ୟାଟର ରେ ନିଜ ଫ୍ୟାମିଲି କୁ ପଚାରିକି ଡିଶିସନ୍ ନେବା ଉଚିତ। ଏମିତି କରିବା ଦ୍ୱାରା କିଛି ନେଗେଟିଭ ତ ହେବ ନାହିଁ । ଏବଂ ଏହିଭଳି ଘଟଣା କୁ ରୋକି ମଧ୍ୟ ପାରିବା ଆଜିର ସମାଜକୁ ଓ ଏହିଭଳି ଘଟଣା କୁ ଆଖି ଆଗରେ ରଖି ଦେଖିଲେ ଲାଗେ କି ତ୍ରେତୟା ଯୁଗରେ ଦଶ ମୁଣ୍ଡ ଥିବା ରାବଣ ମଧ୍ୟ ଯେତିକି ଦୁଷ୍ଟ ଓ ରାକ୍ଷସ ନ ଥିଲା ସେତିକି କଳି ଯୁଗର ଗୋଟେ ମୁଣ୍ଡ ଧାରି ମଣିଷ ହେଉଛି ଅମଣିଷ । ତେବେ ବନ୍ଧୁଗଣ ଏହିଭଳି ପ୍ରତିକ୍ରିୟା ବର୍ତ୍ତମାନ ଶୁଣିବାକୁ ମିଳିଛି । ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *