ମୃତ୍ୟର ଗାତରୁ ଫେରିଲା ଜୀବନ ! ଆପଣଙ୍କ ଛାତି ଥରି ଉଠିବ, ଥରେ ଦେଖନ୍ତୁ ଏହି Video,

ବନ୍ଧୁଗଣ, ସୂଚନା ଅନୁଯାୟୀ ୩୦୦ ଫୁଟ ତଳୁ ଉଦ୍ଧାର ହେଲେ ଶ୍ରମିକ । ଯେଉଁ ପରିସ୍ଥିତି ରେ ତଳକୁ ଚାହିଁବା ମୁସକିଲ ଯେଉଁଠାରୁ ଜୀବନ ଫେରିପାଇବା ପ୍ରାଏ ଅସମ୍ଭବ, ତାହା ଏଠି ସମ୍ଭବ ହୋଇଅଛି । ତାମିଲନାଡୁ ମୁନେରପ୍ଳାମ ଖଣି ଅଞ୍ଚଳରେ ଘଟିଛି ଏହି ଅଘଟଣ । ଏହି ଦୃଶ୍ୟ କୁ ଭଲ ଭାବରେ ଦେଖିଲେ ଜଣା ପଡୁଛି ଯେ କିପରି ଦଉଡି ସାହାର୍ଯ୍ୟ ରେ ଶ୍ରମିକ ଙ୍କୁ ଉପରକୁ ଉଠାଜାଊଅଛି । ଶ୍ରମିକଙ୍କ ଦେହରେ ହୁକ ଲାଗିଛି ଆଉ ବନ୍ଧା ହୋଇଛି ଦଉଡି ।

ଆଉ ଏହି ଦଉଡି କୁ କ୍ରେନ ସାହାର୍ଯ୍ୟ ରେ ଟଣା ହେଉଛି । ତେବେ ଖଣିରେ ଖନନ କାର୍ଯ୍ୟ ଚାଲିଥିବା ସମୟରେ ହଟାତ ବଡ ପଥର ଖଣ୍ଡ ଖସି ଆସିଥିଲା । ଏହା ଫଳରେ ସମୁଦାୟ ୬ ଜଣ ଶ୍ରମିକ ସମୁଦାୟ ୩୦୦ ଫୁଟ ତଳକୁ ଖସି ଯାଇଥିଲେ । ସେଥିରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ସମୟରେ ବର୍ତ୍ତମାନ ୪ ଜଣ ଫସି ରହିଛନ୍ତି । ଇଣ୍ଡିଆରେ ରେସକ୍ୟୁ ଅପରେସନ ରେ ନିୟୋଜିତ ହୋଇଛନ୍ତି ।

ହେଲିକ୍ୟାପ୍ଟର ସହାୟତା ରେ ଅନ୍ୟ ଶ୍ରମିକ ଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଅଛି । ତେବେ ଦିନରାତି ଏକ କରି କାମ କରୁଥିବା ଏହିଭଳି ଶ୍ରମିକଙ୍କ ଜୀବନରେ ମୃ-ତ୍ୟୁ ଆସି ପହଞ୍ଚିବ ତାହା କହିବା ଅସମ୍ଭବ । ଶ୍ରମିକ ମାନଙ୍କ କାମ ହିଁ କିଛି ଏହିଭଳି ଯେଉଁଥିରେ ସେ ନିଜର ଝାଳ କୁ ଏକାଠି କରି ପାପୀ ପେଟ ପାଇଁ ଖଟୁଛନ୍ତି ।

ମାତ୍ର ଏହିଭଳି ଦୁର୍ଘଟଣା ହେଲେ ତାଙ୍କ ପରିବାର ଲୋକେ ବହୁତ ଚିନ୍ତିତ ହେବା ସହିତ ମର୍ମାହାତ ହୋଇପଡୁଛନ୍ତି । ତେବେ ଏହି ୬ ଜଣ ଶ୍ରମିକ ଙ୍କ ପରିବାର ଲୋକେ ମଧ୍ୟ ବହୁତ ଚିନ୍ତିତ ଅଛନ୍ତି । ବିଶେଷ କରି ଫସିଯାଇଥିବା ୪ ଜଣ ଶ୍ରମିକଙ୍କ ପରିବାର ଲୋକେ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି । କାରଣ ସୂଚନା ଅନୁଯାୟୀ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଛି ।

ଏହା ଦେଖି ରେସକ୍ୟୁ ଟିମ ମଧ୍ୟ କଳବଳକୌଶଳେ ସେମାନଙ୍କୁ ଉଦ୍ଧାର କରିବାକୁ ଲାଗି ପଡିଛନ୍ତି । ତେବେ ଏହିଭଳି ହଟାତ କେଉଁ କାରଣ ବଶତ ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ଉପରକୁ ଗଲା ସମୟରେ ବିଶେଷ ଭାବରେ ସାବଧାନତା ଅବଲମ୍ବନ କରିନଥିଲେ କି ଶ୍ରମିକ ମାନେ ତଥା କ୍ରେନ କର୍ମଚାରୀ ? ଏ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି । ମାତ୍ର ବିଶେଷ କରି କାହାର କିଛି କ୍ଷତି ହୋଇନାହିଁ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *