ଗୋଟିଏ ଗରିବ ଦୋକାନୀର ଝିଅ IAS ହୋଇ ଉଜ୍ଵଳ କଲେ ପିତାଙ୍କ ନାମ, ବିନା କୌଣସି କୋଚିଙ୍ଗ ରେ ଏମିତି ପାଇଲେ ସଫଳତା

ବନ୍ଧୁଗଣ ଏହି ଦୁନିଆରେ ସେହି ଲୋକ ମାନଙ୍କୁ ସଫଳତା ମିଳିଥାଏ ଯିଏ ନିଜ ଲକ୍ଷ୍ୟପଥ ପାଇଁ ସମସ୍ତ କଷ୍ଟର ସାମ୍ନା କରିଥାନ୍ତି । କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁ ମାନେ ବିନା କଷ୍ଟରେ ଫଳ ପାଇବା ପାଇଁ ଇଛା କରନ୍ତି ।

ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଯେତେ କଷ୍ଟ କରିଲେ ମଧ୍ୟ ତାଙ୍କର ଭାଗ୍ୟ ଖରାପ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଜୀବନର ଲକ୍ଷ୍ୟପଥକୁ ହାସଲ କରିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି ।

ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ମହିଳା ଜଣକ ବିନା କୋଚିଙ୍ଗ କ୍ଳାସରେ (UPSC) ପରୀକ୍ଷାରେ ଟପର ହୋଇଛନ୍ତି । ଏହା ସହିତ ଏହି ମହିଳା ଜଣକ ଗୋଲ୍ଡ ମେଡାଲ ମଧ୍ୟ ପାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ଜଣକଙ୍କ ବିଷୟରେ ।

ବନ୍ଧୁଗଣ ୟୁପିଏସୀର ପରୀକ୍ଷାକୁ ସବୁଠାରୁ କଠିନ ପରୀକ୍ଷା କୁହାଯାଏ । ଏହି ପରୀକ୍ଷାରେ ସଫଳତା ପାଇବା ପାଇଁ ପିଲାମାନେ ବାରମ୍ବାର ଚେଷ୍ଟା କରିଥାନ୍ତି । ହେଲେ ଏମିତି କମ ଲୋକ ଅଛନ୍ତି ଯେଉଁ ମାନେ ଏହି ପରୀକ୍ଷାରେ ସଫଳତା ପାଇଥାନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ମହିଳା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ନମାମି ବଂଶଲ । ଏହି ମହିଳା ଜଣକ ୨୦୧୭ ମସିହାରେ ଉତ୍ତରଖଣ୍ଡରେ ୟୁପିଏସୀ ପରୀକ୍ଷାରେ ଟପର ହୋଇ ନିଜ ବାପାଙ୍କ ନାମକୁ ଉଚ କରେଇଛନ୍ତି ।

ନମାମି ବଂଶଲ ଲାଜପତ ରାୟ ମାର୍ଗ ସ୍ଥିତ ଋଷିକେଶର ନିବାସୀ ଅଟନ୍ତି । ନମାମିଙ୍କ ବାପା ରାଜ କୁମାର ବଂଶଲ ଏକ ବାସନ ଦୋକାନୀ ଅଟନ୍ତି । ରାଜ କୁମାରଙ୍କ ଝିଅ ବିନା କୋଚିଙ୍ଗରେ ଆଇଏଏସ ପରୀକ୍ଷା ପାସ କରିଛନ୍ତି ଓ ଏହା ତାଙ୍କ ପାଇଁ ଏକ ଗର୍ବର କଥା । ନମାମି ବଂଶଲ ନିଜ ପ୍ରାଥମିକ ଶିକ୍ଷାରୁ ନେଇ ନିଜ ଇଣ୍ଟର ଶିକ୍ଷା ଏନଡିଏମ ଗୁମାନିବାଲାରେ ଗ୍ରହଣ କରିଛନ୍ତି । ଦଶମ ଶ୍ରେଣୀରେ ସେ ୯୨.୪ ପ୍ରତିଶତ ମାର୍କରେ ପାସ କରିଥିଲେ ଓ ଇଣ୍ଟରରେ ସେ ୯୪.୮ ପ୍ରତିଶତ ମାର୍କରେ ପାସ କରିଥିଲେ ।

ସେ ନିଜ ସ୍କୁଲର ନାମକୁ ଉଚ କରିବା ସହ ନିଜ ବାପାଙ୍କ ନାମ ମଧ୍ୟ ଉଚ କରିଛନ୍ତି । ଏହାପରେ ସେ ବିଏ ଦିଲ୍ଲୀର ଶ୍ରୀରାମ କଲେଜରେ ପୂରଣ କରିଥିଲେ ଓ ନିଜ ଏମଏ ପରୀକ୍ଷା ୟୁନିଭର୍ସିଟି ହଲ୍ଦାନୀରେ ପାସ କରିଥିଲେ । ନିଜ ପାଠ ପଢା ଶେଷ କରିବା ପରେ ସେ ବିନା କୋଚିଙ୍ଗରେ ୧୭ ଏପ୍ରିଲ ୨୦୧୭ ମସିହାରେ ୟୁପିଏସୀ ପରୀକ୍ଷାରେ ଟପର ହୋଇଥିଲେ । ତାଙ୍କୁ ରାଜ୍ୟପାଳ କେକେ ପାଲ ଗୋଲ୍ଡ ମେଡାଲରେ ସମ୍ମାନିତ କରିଥିଲେ ।

ବନ୍ଧୁଗଣ ନାମାମିଙ୍କ ପରିବାର ପାଇଁ ଏହା ହେଉଛି ବଡ ଖୁସିର କଥା । ସେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ନିଜ ଜୀବନର ଏତେ ବଡ ସଫଳତାକୁ ହାସଲ କରିପାରିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନମାମିଙ୍କ ସଂଘର୍ଷ ର କାହାଣୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *