Damdar Khabar- ପ୍ରଧାନମନ୍ତ୍ରୀ Narendra Modi ଙ୍କ ବଡ ଘୋଷଣା, ନଭେମ୍ବର ମାସ ଯାଏଁ ଗରିବଙ୍କୁ ମିଳିବ ମାଗଣା Ration ସାମଗ୍ରୀ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦେଶ ରେ ଅନେକ ପ୍ରକାର ପରିବର୍ତ୍ତନ ଚାଲୁଥିବାର ଦେଖିବାକୁ ମିଳୁଛି । ଦେଶ ର ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ସ୍ତର ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ସବୁ କରୁଛନ୍ତି ।

ଯାହାକି ସାଧାରଣ ଉପଭୋକ୍ତା ମାନଙ୍କୁ ଭୋଗିବାକୁ ପଡୁଛି । କରୋନା ଭଳି ମହାମାରୀ ସମୟ ରେ ଦେଶ ରେ ଅନେକ ଲୋକ ନିଜର ଜୀବିକା ହରାଇ ବସିଛନ୍ତି । ଅନେକ ଲୋକ ନିଜ ଘରେ ଖାଇବାକୁ ମଧ୍ୟ ପାଉନାହାନ୍ତି । ଏହିପରି ସଙ୍କଟ ସମୟ ରେ କେନ୍ଦ୍ର ସରକାର ମାଗଣା ଟୀକା ଓ ମାଗଣା ରାସନ ଲୋକ ମାନଙ୍କୁ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ କରୋନା ଭୁତାଣୁ ଯେପରି ଭାବରେ ସମଗ୍ର ବିଶ୍ୱ ରେ ନିଜର କାୟା ବିସ୍ତାର କରିଚାଲିଛି ତାହାକୁ ରୋକିବା ପାଇଁ ବିଭିନ୍ନ ଦେଶ ର ସରକାର ଲକଡାଉନ ଓ ସଟ ଡାଉନ ଭଳି ପନ୍ଥା କୁ ଆପଣାଇଛନ୍ତି । କିନ୍ତୁ ଏହି ସମୟ ରେ ଗରିବ ଓ ଦିନ ମଜୁରିଆ ମାନେ ନିଜର ଜୀବିକା ହରାଇ ବସିଛନ୍ତି ଓ କିଛି ଖାଇବାକୁ ମଧ୍ୟ ପାଉନାହାନ୍ତି ।

ଏଥିପାଇଁ କେନ୍ଦ୍ର ସରକାର ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ରେ ରାସନ ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସମସ୍ତ ରାଜ୍ୟ କୁ ମାଗଣା ରେ ଟୀକା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସମଗ୍ର ଦେଶ କୁ ଉଦବୋଧନ ଦେବା ସମୟ ରେ କହିଛନ୍ତି ।


କରୋନା ରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସମସ୍ତଙ୍କୁ ଟୀକା ନେବାର ବହୁତ ଆବଶ୍ୟକତା ରହିଛି ତେଣୁ ସମସ୍ତଙ୍କୁ ମାଗଣା ଟୀକା ଯୋଗାଇବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ବଡ଼ ଘୋଷଣା କରିଛନ୍ତି ଯେ ଲକଡାଉନ ଓ ସଟ ଡାଉନ ପାଇଁ ଅନେକ ଲୋକ ଦି ଓଳି ଦି ମୁଠା ଖାଇବାକୁ ମଧ୍ୟ ପାଉନାହାନ୍ତି ।

ତେଣୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଦ୍ୱାରା ଗରିବ ଲୋକଙ୍କୁ ମାଗଣା ରେ ଦିଆଯାଉଥିବା ରାସନ ସାମଗ୍ରୀ ର ଅବଧି କୁ ବୃଦ୍ଧି କରି ଦିଆଯାଇଛି । ଆସନ୍ତା ଦୀପାବଳି ବା ନଭେମ୍ବର ମାସ ପର୍ଯ୍ୟନ୍ତ ସମସ୍ତ ଗରିବ ଲୋକ ମାନଙ୍କୁ ମାଗଣା ରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କ ଏଥିରେ ଆପଣଙ୍କ ମତାମତ କଣ  ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହେଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *