ଆପଣଙ୍କ ଘରେ ଗଙ୍ଗା ଜଳ ଅଛି କି ! ଗଙ୍ଗା ଜଳ ରଖୁଥିଲେ, ଜାଣି ରଖନ୍ତୁ ଏହାକୁ ରଖିବାର ନିୟମ !

ହିନ୍ଦୁ ଧର୍ମରେ ଗଙ୍ଗା ଜଳର ବହୁତ ଅଧିକ ମହତ୍ଵ ରହିଥାଏ । ଶାସ୍ତ୍ରରେ ଏହି ଗଙ୍ଗା ଜଳର ପବିତ୍ରର ପ୍ରତୀକ ବୋଲି ମନା ଯାଇଥାଏ । ସେଥିପାଇଁ ସମସ୍ତଙ୍କ ଘରେ ଘରେ ଗଙ୍ଗା ଜଳ ରହିଥାଏ । କାରଣ ପ୍ରତ୍ଯେକଟି ପବିତ୍ର କାମରେ ଗଙ୍ଗା ଜଳର ବ୍ୟବହାର କରାଯାଇଥାଏ । ହେଲେ ଏହି ଗଙ୍ଗା ଜଳ ବିଷୟରେ କିଛି ଲୋକ ନିୟମ ନଯାଇ ଏହା ସହ କିଛି ଭୁଲ କରିଦେଇଥାନ୍ତି । ତେଣୁ ଘରେ ଯଦି ଗଙ୍ଗା ଜଳ ଥାଏ । ତେବେ ଗଙ୍ଗା ଜଳ ସହ ଜଡିତ କିଛି ସାବଧାନୀତା ବିଷୟରେ ଜାଣି ରଖନ୍ତୁ ।

1- ଅନେକ ଲୋକ ନିଜ ଘରେ ଗଙ୍ଗା ଜଳକୁ ପ୍ଲାଷ୍ଟିକର ବୋତଲରେ ରଖି ଦେଇଥାନ୍ତି । ଯାହାକୁ ଅଶୁଭ ବୋଲି ମନା ଯାଇଥାଏ । ଗଙ୍ଗା ଜଳକୁ ସର୍ବଦା ଚାନ୍ଦି, ତମ୍ବା କିମ୍ବା ଅନ୍ୟ କୌଣସି ପାତ୍ରରେ ରଖନ୍ତୁ । ହେଲେ ପ୍ଲାଷ୍ଟିକ ଡବା କି ବୋତଲରେ ଗଙ୍ଗା ଜଳକୁ ରଖନ୍ତୁ ନାହିଁ । 2- ଘରର ପବିତ୍ର ସ୍ଥାନରେ ଗଙ୍ଗା ଜଳକୁ ରଖନ୍ତୁ । ସମୟ ସମୟରେ ଗଙ୍ଗା ଜଳ ରଖୁଥିବା ସ୍ଥାନଟିକୁ ପରିଷ୍କାର ଓ ପରିଚ୍ଛନ ମଧ୍ୟ କରିଦେବା ଉଚିତ ।

3- ଗଙ୍ଗା ଜଳକୁ ଅନେକ ଲୋକ ଘରର କୌଣସି ସ୍ଥାନରେ ବି ରଖି ଦେଇଥାନ୍ତି । ଏହାପରେ ତାହାର ବ୍ୟବହାର ମଧ୍ୟ ନେଇ କୌଣସି ପବିତ୍ର କାର୍ଯ୍ୟରେ କରିଦେଇଥାନ୍ତି । ହେଲେ ଘରର ଐଶାନ୍ୟ କୋଣରେ ହିଁ ଗଙ୍ଗା ଜଳ ରଖିବାର ମାନ୍ୟତା ରହିଛି । ଐଶାନ୍ୟ ଅର୍ଥାତ ଘରର ଉତ୍ତର ପୂର୍ବ କୋଣକୁ ଐଶାନ୍ୟ କୋଣ କୁହାଯାଇଥାଏ । ତେଣୁ ଘରର ଅନ୍ୟ କୌଣସି ସ୍ଥାନଅପେକ୍ଷା ଗଙ୍ଗା ଜଳ ରଖିବା ପାଇଁ ଐଶାନ୍ୟ କୋଣ ସର୍ବଶ୍ରେଷ୍ଠ ହୋଇଥାଏ ।

ତେବେ ଯେଉଁ ମାନେ ନିଜ ଘରେ ଗଙ୍ଗା ଜଳକୁ ରଖୁଛନ୍ତି । ସେମାନେ ଉପୋରୋକ୍ତ ଏହି ସବୁ ନିୟମର ପାଳନ କରିବା ମଧ୍ୟ ଉଚିତ । ନଚେତ ଗଙ୍ଗା ଜଳର ଅପମାନହୋଇଥାଏ । ଏହାପରେ ତାହାର କୌଣସି ପବିତ୍ର କାର୍ଯ୍ୟରେ ବ୍ୟବହାର କରିବା ଦ୍ଵାରା ବା କୌଣସି ସ୍ଥାନକୁ ପବିତ୍ର କରିବା ପାଇଁ ଛିଞ୍ଚନ କରିବା ଦ୍ଵାରା କିଛି ଫାଇଦା ହୋଇନଥାଏ । ଯଦି ଗଙ୍ଗା ଜଳକୁ ନିୟମର ସହ ଘରେ ରଖିବେ । ତେବେ ଏହା ଅତ୍ୟନ୍ତ ପବିତ୍ର ହୋଇକି ରହିଥାଏ।

କାରଣ ଗଙ୍ଗା ଜଳର ଘରେ ଛିଞ୍ଚନ ମାନେ ଘର ଶୁଦ୍ଧ ହୋଇଯାଇଥାଏ । ଏଥିସହ ଘରକୁ ସକାରାତ୍ମକ ଊର୍ଜାର ସଞ୍ଚାର ହେବାକୁ ଲାଗିଥାଏ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *