ଗଣେଶ ପୂଜାରେ କରନ୍ତୁ ଏହି ଗୋଟିଏ ଉପାୟ ବଦଳିଯିବ ଆପଣଙ୍କ ଭାଗ୍ୟ

ଭଗବାନ ଗଣେଶ ଯେଉଁ ଲୋକ ଉପରେ ପ୍ରସନ୍ନ ହୁଅନ୍ତି ସେହି ଲୋକମାନଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରନ୍ତି । ଗଣେଶ ଭଗବାନ ଜୀବନରେ ଆସୁଥିବା ଦୁଃଖକୁ ଦୂର କରୁଥିବାରୁ ତାଙ୍କୁ ବିଘ୍ନହର୍ତା କୁହାଯାଇଥାଏ । ଶାସ୍ତ୍ରରେ ଏମିତି ବହୁତ କିଛି ଉପାୟ ଅଛି ଯାହାକୁ ବ୍ୟବହାର କରି ମଣିଷ ନିଜର ମନୋସ୍କାମନା ପୂର୍ଣ୍ଣ କରିପାରିବ । ଏହି ବର୍ଷ ଗଣେଶ ପୂଜା ୨୨ ଅଗଷ୍ଟ ଶନିବାର ଦିନ ପାଳନ କରାଯିବ ।

ଆଜି ଆମେ ଆପଣ ମାନଙ୍କୁ ଏପରି ୫ଟି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ମଧ୍ୟରୁ ଆପଣ ଯଦି ଗୋଟିଏ ଉପାୟ ପାଳନ କରିବେ ତେବେ ଆପଣଙ୍କ ସମସ୍ତ ମନୋକମନାକୁ ପୂର୍ଣ୍ଣ ହେବ ଓ ଭଗବାନ ଗଣେଶ ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟକୁ ଦୂର କରିଦେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ।


୧. ଗଣେଶ ପୂଜା ଦିନରେ ଆପଣ ଶୁଦ୍ଧ ଜଳରେ ଭଗବାନ ଗଣେଶଙ୍କ ଅଭିଷେକ କରନ୍ତୁ । ଏହା ସହିତ ଆପଣ ଗଣପତିଙ୍କର ସ୍ତୁତି ପାଠ କରନ୍ତୁ । ଏହାପରେ ଆପଣ ଲଡୁ ଭୋଗ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ ।

୨. ଯଦି ଆପଣ ଧନପ୍ରାପ୍ତିର ଇଛା ରଖୁଛନ୍ତି ତେବେ ଭଗବାନ ଗଣେଶଙ୍କୁ ଶୁଦ୍ଧ ଘିଅ ଓ ଗୁଡର ଭୋଗ ଲଗାନ୍ତୁ । ଏହା ପରେ ସେହି ଗୁଡ ଓ ଘିଅକୁ ଗାଇକୁ ଖାଇବା ପାଇଁ ଦିଅନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ ।

୩. ଯଦି ଆପଣ ଗଣେଶ ପୂଜା ଦିନ କୌଣସି ଗଣେଶ ମନ୍ଦିର ଯାଇ ଗଣେଶଙ୍କ ଦର୍ଶନ କରି ନିଜ ସାମର୍ଥ୍ୟ ଅନୁସାରେ ଦୁଃଖୀ ଓ ଗରିବ ଲୋକଙ୍କର ସାହାର୍ଯ୍ୟ କରିବେ ତେବେ ଆପଣଙ୍କୁ ପୂଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଭଗବାନ ଗଣେଶ ଆପଣଙ୍କ ଉପରେ ସର୍ବଦା ପ୍ରସନ୍ନ ରୁହନ୍ତି ।

୪. ଯଦି କୌଣସି ପୁରୁଷଙ୍କ ଜୀବନରେ ବିବାହ ଜନିତ ବାଧା ଆସୁଛି ତେବେ ଆପଣ ଗଣେଶ ପୂଜା ଦିନ ଭଗବାନ ଗଣେଶଙ୍କୁ ହଳଦିଆ ରଙ୍ଗର ଭୋଗ ଚଢାନ୍ତୁ । ଏହା ଦ୍ଵାରା ବିବାହର ଯୋଗ ଖୋଲି ଯାଇଥାଏ ।


୫. ଆପଣ ଗଣେଶ ପୂଜା ଦିନ ଗଣେଶଙ୍କର ବ୍ରତ ରଖନ୍ତୁ ଓ ସନ୍ଧ୍ୟା ସମୟରେ ଭଗବାନ ଗଣେଶଙ୍କୁ ରାଶି ଲଡୁର ଭୋଗ ଲଗାନ୍ତୁ । ଏହି ପ୍ରସାଦକୁ ଗ୍ରହଣ କରି ଆପଣ ନିଜର ବ୍ରତକୁ ଭାଙ୍ଗି ପାରିବେ । ଏହା ଦ୍ଵାରା ଆପଣଙ୍କ ସମସ୍ତ ମନୋସ୍କାମନା ଭଗବାନ ଗଣେଶ ପୂର୍ଣ୍ଣ କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *