କରୋନା କାରଣରୁ ଗଳା ଓ ଫୁସଫୁସ ରେ ଜମୁଥିବା Cough କୁ ଏହି 3 ଟି ଉପାୟରେ କରନ୍ତୁ ସଫା – Health Tips

ନମସ୍କାର ବନ୍ଧୁଗଣ ଆମ ବିଶେଷଜ୍ଞ ଙ୍କ ଅନୁସାରେ କରୋନା ଭୁତାଣୁ ପ୍ରଥମେ ଆମ ଗଳା ରେ ଆସିଥାଏ ଏବଂ ସେହି ଠାରେ ସେ ନିଜର ବୃଦ୍ଧି କରାଇ ଥାଏ । ଭୁତାଣୁ ର ସଂଖ୍ୟା ବୃଦ୍ଧି ହେଲେ ଗଳା ଏବଂ ଛାତି ରେ ମୋଟା କଫ ଜମି ରହୁଛି । ଯାହା ପାଇଁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହୋଇଥାଏ । ଏବଂ ଯେତେ ସବୁ ନିଶ୍ୱାସ ନେଵା ପାଇଁ ରାସ୍ତା ଥାଏ ସେ ସବୁ ବନ୍ଦ ହୋଇ ଯାଇଥାଏ । ଅମ୍ଳଜାନ ମଧ୍ୟ ଶରୀର ଭିତରକୁ ଯାଇ ନଥାଏ ।

ଏହି ମୋଟା କଫ ତିନି ଦିନ ପର୍ଯ୍ୟନ୍ତ ରହିଥାଏ । ପରେ ଆମ ଶରୀର ର ଅନ୍ୟ ଅଙ୍ଗ କୁ ଧୀରେ ଧୀରେ ପ୍ରଭାବ ପକାଇ ଥାଏ ଯେପରି ଆମ ଫୁସଫୁସ । ଏବଂ ଅନ୍ୟ ଅଙ୍ଗ କୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଖରାପ କରି ଦେଇଥାଏ । ଆସନ୍ତୁ ଜାଣିନେବା ଏହି ଭୁତାଣୁ ଆମ ଶରୀର ଭିତରକୁ ଗଲେ ଏହାର ପ୍ରଭାବ କଣ ହୋଇଥାଏ ।

ଏହାର ଆମର ଗଳା କୁ ପ୍ରଥମେ ସଂକ୍ରମିତ କରିଥାଏ । ଏହା ଦ୍ୱାରା ଆମ ଗଳା ରେ ଦରଜ ହେବା ଆରମ୍ଭ କରି ଦେଇଥାଏ । ଏବଂ ଶୁଖିଲା କାଶ ହେବା ଆରମ୍ଭ ହୋଇ ଯାଇଥାଏ । ତାହା ପରେ ତାହା ଧୀରେ ଧୀରେ ଆମ ଶ୍ୱାସ ନଳୀ କୁ ସଂକ୍ରମିତ କରେ ଯାହା ଫଳରେ ଆମେ ନିଶ୍ୱାସ ନେବା ରେ ବହୁତ ଅଧିକ ଅସୁବିଧା ହୋଇଥାଏ । ଏବଂ ଛାତି ରେ ଅଧିକ ଯନ୍ତ୍ରଣା ମଧ୍ୟ ହୋଇଥାଏ ।

ଯେତେବେଳେ ଏହି ଭୁତାଣୁ ଆମ ଫୁସଫୁସ ରେ ପହଞ୍ଚେ ସେତେବେଳେ ସେ ଆମ ଫୁସଫୁସ ରେ ଥିବା ଥଳି କୁ ମଧ୍ୟ ନଷ୍ଟ କରି ଦେଇଥାଏ । ଏବଂ ସେହି ଫୁସଫୁସ ରେ ପାଣି ପଶି ଯାଇଥାଏ । ଯାହା ଦ୍ୱାରା ନିଶ୍ୱାସ ନେଵା ରେ ବହୁତ ଅସୁବିଧା ହୁଏ ଏବଂ ଯନ୍ତ୍ରଣା ମଧ୍ୟ ହୁଏ । କିଛି ଲୋକଙ୍କୁ ନିଶ୍ୱାସ ନେବାରେ ଏତେ ଅସୁବିଧା ହୋଇଥାଏ କି ସେମାନଙ୍କୁ ଭେଣ୍ଟିଲେଟର ରେ ରଖିବାକୁ ପଡ଼ିଥାଏ ।

ଏହି ଫୁସଫୁସ ରେ ଏତେ ତରଳ ପଦାର୍ଥ ଭରି ଯାଇଥାଏ କି ସେହି ବ୍ୟକ୍ତି ଅମ୍ଳଜାନ ପାଇ ପାରେ ନାହିଁ ଏବଂ ସେହି ବ୍ୟକ୍ତି ଅଥବା ସେହି ରୋଗୀ ର ମୃତ୍ୟୁ ହୋଇ ଯାଇଥାଏ । ଆସନ୍ତୁ ଏବେ ଜାଣିନେବା କି ଆମ ଗଳାରେ ଥିବା ସେହି ମୋଟା କଫ କୁ କିପରି ଭାବେ ସଫା କରି ପାରିବା ।

ଯଦି ଏହି ଭୁତାଣୁ କୁ ଆମ ଗଳାରେ ହିଁ ନଷ୍ଟ କରା ଦିଆଯାଏ ତେବେ ଏହା ଆମ ଫୁସଫୁସ କୁ ପ୍ରଭାବିତ କରି ପାରେ ନାହିଁ । ସେଥିପାଇଁ ଆମକୁ ଯେତେ ପରିମାଣ ର ହେବ ଅଧିକ ଗରମ ପାଣି ର ସେବନ କରିବା ଉଚିତ ଆପଣ ଚାହିଁଲେ ଗରମ ଚା, ଗରମ କଫି, ଗରମ କ୍ଷୀର ମଧ୍ୟ ପିଇ ପାରିବେ । ଏହା ଛଡା ହଳଦୀ ସହ ଗରମ ପାଣି କିମ୍ବା ଗରମ କ୍ଷୀର ରେ ହଳଦୀ ମିଶାଇ ମଧ୍ୟ ପିଇ ପାରିବେ । ଏହା ଦ୍ୱାରା ଗଳା ରେ ଜମି ରହିଥିବା କଫ ତରଳ ହୋଇ ପେଟ କୁ ଚାଲି ଯାଇଥାଏ । ପେଟ ରେ ଥିବା ଗ୍ୟାଷ୍ଟ୍ରିକ ଜୁସ ଏହି କଫ କି ବେଅସର କରିଥାଏ ।

ଏହା ଛଡା ଆପଣ ପ୍ରତିଦିନ ଗଳା କୁ ସଫା ମଧ୍ୟ କରି ପାରିବେ ଗରମ ପାଣି ରେ ଲୁଣ କିମ୍ବା ହଳଦୀ ପକାଇ ଆପଣ ନିଜର ଗଳା କୁ ସଫା ରଖି ପାରିବେ । ଏହା ଦ୍ୱାରା ମଧ୍ୟ କଫ ନଷ୍ଟ ହୋଇ ଯାଇଥାଏ । କରୋନା ରୁ ବର୍ତ୍ତିବା ପାଇଁ ନିଜର ରୋଗ ପ୍ରତିଶୋଧକ ଶକ୍ତି କୁ ବୃଦ୍ଧି କରାଇବା ଆବଶ୍ୟକ । ସେଥିପାଇଁ ଆପଣ ପ୍ରତିଦିନ ଭିଟାମିନ-ଡ଼ି ଅଦା, ଡାଲଚିନି,ରସୁଣ,ଛତୁ ଆଦି ସେ ସବୁ ଜିନିଷ କୁ ସେବନ କରନ୍ତୁ ଯାହା ଦ୍ୱାରା ଆମ ରୋଗ ପ୍ରତିଶୋଧକ ଶକ୍ତି ବଢ଼ାଇବା ରେ ସାହାଯ୍ୟ କରିଥାଏ । ଏହି ସବୁ ଉପାୟ ଦ୍ୱାରା ଆମେ ଏହି ରୋଗ ରୁ ସୁରକ୍ଷା ହୋଇ ପାରିବା ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *