Vastu Tips- ଗାଧୋଇ ସାରିବା ପରେ କେବେ ବି କରନ୍ତୁ ନାହିଁ ଏହି ୫ ଟି ଭୁଲ, ହେବ ସର୍ବନାଶ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗାଧୋଇବା ପ୍ରକ୍ରିୟାରେ କିଛି ନିୟମ ରହିଛି । ଯାହାକୁ ଆମ୍ଭେ ମାନେ କଦାପି ପାଳନ କରୁନା । ଯାହା ଫଳରେ ଜୀବନରେ ଅନେକ ସମସ୍ୟା ଅସୁବିଧା ଓ ଦୁଃଖ ଆସୁଛି । ଆଧୁନିକ ଯୁଗରେ ଗାଧୋଇବା ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ ଆସି ସାରିଲାଣି । ଯେତେବେଳେକି ପୂର୍ବ କାଳରେ ଲୋକମାନେ ଖୋଲା ନଇ, ପୋଖରୀ ଏବଂ ନାଳରେ ଗାଧୋଉଥିଲେ । କିନ୍ତୁ ଏବେ ଗାଧୋଇବା ପାଇଁ ଲୋକମାନେ ସ୍ଵତନ୍ତ୍ର କକ୍ଷ ନିର୍ମାଣ କରୁଛନ୍ତି । ଏହି ଗାଧୁଆ ଘର ବା ସ୍ନାନ କକ୍ଷ ଘରର ବାସ୍ତୁ ଉପରେ ଅନେକ ପ୍ରଭାବ ପକାଇଥାଏ ।

ଏହା ଛଡା ସ୍ନାନ କରିବା ପରେ କରୁଥିବା କିଛି କାମ ବିଶେଷ କରି ମହିଳାମାନେ କରିବା ଏକ ବଡ ପାପ ହୋଇଥାଏ । ଆଜି ଆମେ ଜାଣିବା ଗାଧୋଇବା ପରେ କେଉଁ କେଉଁ କାର୍ଯ୍ୟ କରିବା ଅନୁଚିତ ଅଟେ । ଯାହାର ପ୍ରଭାବ ଜୀବନରେ ଅନେକ ପଡିଥାଏ । ଯାହା କି ଆପଣଙ୍କ ଦରିଦ୍ରତା ଓ ଦୁଃଖର କାରଣ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଗାଧୋଇ ସାରିବା ପରେ କେଉଁ କାର୍ଯ୍ୟ କରିବା ଅନୁଚିତ ଅଟେ ।

୧. ଜଳ ଏକ ଏପରି ତତ୍ଵ ଯାହାର ସ୍ପର୍ଶ ପ୍ରତ୍ଯେକ ଜୀବ ଓ ବସ୍ତୁ କୁ ପବିତ୍ର ଓ ସ୍ଵଚ୍ଛ କରିଥାଏ । ଏହି ଜଳରେ ସ୍ନାନ କରିବା ପରେ ମହିଳାମାନେ ସ୍ଵଚ୍ଛ ଓ ପବିତ୍ର ହୁଅନ୍ତି । ତେଣୁ ସ୍ନାନ କରିବା ପରେ କୌଣସି ଅପବିତ୍ର କାମ କରିବା ସେମାନଙ୍କ ପାଇଁ ଅନୁଚିତ ଅଟେ। ଯେପରି ଶାରୀରିକ ସମ୍ପର୍କ । ଗାଧୋଇ ସାରିବା ପରେ ଶାରୀରିକ ସମ୍ପର୍କ ରଖିଲେ ସେମାନେ ଅସ୍ଵଚ୍ଛ ହୁଅନ୍ତି ଓ ଏହି ଅସ୍ଵଚ୍ଛ ଶରୀରରେ କୌଣସି କାର୍ଯ୍ୟରେ ହାତ ଦେଲେ ଅସଫଳତା ହିଁ ମିଳିଥାଏ ।

୨. ସ୍ନାନ କରିବା ସମୟରେ କୌଣସି ମହିଳା ଓ ପୁରୁଷ ମାନଙ୍କୁ ସଂପୂର୍ଣ୍ଣ ନଗ୍ନ ଅବସ୍ଥାରେ ସ୍ନାନ କରିବା ଅନୁଚିତ ହୋଇଥାଏ । କାରଣ ପ୍ରତ୍ୟେକ ନକରାତ୍ମକ ଶକ୍ତି ନଗ୍ନ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ତେଣୁ ସ୍ନାନ କରିବା ସମୟରେ ନିଜ ଶରୀରକୁ ଢାଙ୍କି ସ୍ନାନ କରିବା ହିଁ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଉଚିତ ହୋଇଥାଏ ।

୩. ଗାଧୋଇ ସାରିବା ପରେ ଦେହରେ କୌଣସି ପ୍ରକାରର ତେଲ ଲଗାଇବା ଉଚିତ ନୁହେଁ । ଯାହାକି ଆପଣଙ୍କ ଜନ୍ମ କୁଣ୍ଡଳୀର ପ୍ରମୁଖ ଗ୍ରହ ମାନଙ୍କୁ ଅଶାନ୍ତ କରାଇଥାଏ ।

୪. ପ୍ରାୟତଃ ମହିଳାମାନେ ସ୍ନାନ କରିବା ପରେ ନିଜର ଓଦା ବସ୍ତ୍ରରେ ଶୟନ କକ୍ଷକୁ ପ୍ରବେଶ କରିଥାନ୍ତି । କିନ୍ତୁ ଏପରି କରିବା ସେମାନଙ୍କ ପାଇଁ ଅନୁଚିତ ହୋଇଥାଏ । କେବେ ବି ଓଦା ବସ୍ତ୍ର ଧାରଣ କରି ନିଜର ଶୟନ କକ୍ଷ, ରୋଷେଇ ଘର ଓ ଘରର ପବିତ୍ର ସ୍ଥାନ ଠାକୁର ଘରେ ପ୍ରବେଶ କରିବାକୁ ବର୍ଜନ କରାଯାଇ ଅଛି । ଯାହାକି ଘରର ବାସ୍ତୁ ଦୋଷ ଉତ୍ପନ୍ନ କରିଥାଏ । ଫଳରେ ଘରେ କୌଣସି ଶୁଭ କାର୍ଯ୍ୟ ହୋଇ ପାରେ ନାହିଁ । ଘରର ଉନ୍ନତିରେ ଅନେକ ବାଧା ଆସିଥାଏ ।

 

୫. ପ୍ରତ୍ୟେକ ଘରେ ମହିଳାମାନେ ସ୍ନାନ କରି ସ୍ଵଚ୍ଛ ହୋଇ ଘରର ଠାକୁର ପୂଜା କରିଥାନ୍ତି । କିମ୍ବା କୌଣସି ଧାର୍ମିକ କାର୍ଯ୍ୟ କରିଥାନ୍ତି । କିନ୍ତୁ ଗାଧୋଇ ସାରିବା ପରେ ଓଦା ମୁଣ୍ଡରେ ମହିଳାମାନଙ୍କୁ ଠାକୁର ପୂଜା କରିବା ବା କୌଣସି ଧାର୍ମିକ କାର୍ଯ୍ୟ କରିବାକୁ ବାର୍ଜିତ କରା ଯାଇଅଛି । ତେଣୁ ଗାଧୋଇ ସାରିବା ପରେ ମହିଳାମାନେ ନିଜ ବାଳକୁ ଶୁଖାଇ ତା ପରେ ଠାକୁର ପୂଜା କରିବା ଉଚିତ ହୋଇଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *