ଏତିକି ଭୋଟ ପଛରେ ଅଛନ୍ତି ଦ୍ରୌପଦୀ ? ଦେଖନ୍ତୁ Draupadi Murmu ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଆଉ ଦରକାର କେତେ ଭୋଟ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ଭୋଟ ମୂଲ୍ୟ ହେଉଛି ୧୦ ଲକ୍ଷ ୮୬ ହଜାର ୪୩୧ । ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ମୋଟ ମୂଲ୍ୟର ଅଧା ଯୁକ୍ତ ଏକ ଭୋଟ ମୂଲ୍ୟ ଆବଶ୍ୟକ । ଅର୍ଥାତ ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ୫ ଲକ୍ଷ ୪୩ ହଜାର ୨୧୬ ଭୋଟ ମୂଲ୍ୟ ଦରକାର । ବିଜେପି ନେତୃତ୍ଵାଧୀନ ଏନଡିଏ ପାଖରେ ରହିଛି ମୋଟ ୫ ଲକ୍ଷ ୨୬ ହଜାର ଭୋଟ ମୂଲ୍ୟ । ଅର୍ଥାତ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ଜିତିବା ପାଇଁ ଅତିରିକ୍ତ ୧୩ ହଜାର ଭୋଟ ମୂଲ୍ୟ ଜରୁରୀ ।

ଭୋଟ ଏବଂ ଭୋଟ ମୂଲ୍ୟ କୁ ନେଇ ଯଦି ଆପଣଙ୍କ ମନରେ ଦ୍ଵନ୍ଦ ଆସୁଛି ତେବେ ଜାଣି ରଖନ୍ତୁ ଯେ ସାଧାରଣ ନିର୍ବାଚନ ଭଳି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ନୁହେଁ ବରଂ ଭୋଟ ମୂଲ୍ୟ ଅନୁସାରେ ଗଣନା କରାଯାଇଥାଏ । କାରଣ ରାଷ୍ଟ୍ରପତି ଲୋକଙ୍କ ଦ୍ଵାରା ସିଧାସଳଖ ନିର୍ବାଚିତ ହେବା ବଦଳରେ ନିର୍ବାଚିତ ବିଧାୟକ ଏବଂ ସାଂସଦ ଙ୍କ ଭୋଟରେ ନିର୍ବାଚିତ ହୁଅନ୍ତି ତେଣୁ ସାଂସଦ ଏବଂ ବିଧାୟକଙ୍କ ଭୋଟକୁ ଜନସଂଖ୍ୟା ଅନୁସାରେ ଆକଳନ କରାଯାଇ ଭୋଟର ମୂଲ୍ୟ ନିର୍ଧାରଣ କରାଯାଏ ।

ଏବେ ଆସନ୍ତୁ ଜାଣିନେବା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଗଣତିର ସଂଖ୍ୟା ଉପରେ, ତେବେ ବିଜେପି ନେତୃତ୍ଵ ଅଧୀନ ଏନଡିଏ ପାଖରେ ମୋଟ ୫ ଲକ୍ଷ ୨୬ ହଜାର ମୂଲ୍ୟ ରହିଅଛି । ଅର୍ଥାତ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ଜିତିବା ପାଇଁ ଅତିରିକ୍ତ ୧୩ ହଜାର ଭୋଟ ମୂଲ୍ୟ ଦରକାର । କିନ୍ତୁ ଜେଡିଓ, ଏନସିପି ଭଳି କିଛି ଦଳ ବିଜେପି ର ହାତ ଛାଡି ଦେଇଛନ୍ତି ।

ତେଣୁ ଦ୍ରୌପଦୀ ମୁର୍ମୁ ଙ୍କ ଭଳି ଜଣେ ଆଦିବାସୀ ତଥା ଦକ୍ଷ ମହିଳାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବାରେ ଆଗେଇ ଆସିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ, ବିଜେଡି ସୁପ୍ରିମ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, YSRCP କଂଗ୍ରେସ ଭଳି ଦଳ ଦ୍ରୌପଦୀ ମୁର୍ମୁ ଙ୍କୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି ।

ଏହିସବୁ ଦଳର ସମର୍ଥନ ପାଇବା ପରେ ଦୌପଦୀ ମୁର୍ମୁ ବିଜେତା ହେବାର ସମ୍ଭାବନା ବଢିଯାଇଅଛି । ତେବେ ଶ୍ରୀମତୀ ଦୌପଦୀ ମୁର୍ମୁ ଅନେକ କଷ୍ଟ ତଥା ନିଜ ପାରିଶ୍ରମିକ ବଳରେ ଆଜି ଏପର୍ଯ୍ୟନ୍ତ ଆସି ପହଞ୍ଚିପାରିଛନ୍ତି । ତେବେ ଆଗକୁ ସେ ବିଜେତା ଭାବରେ ଘୋଷଣା ହେବେ କି ନା ଏହାକୁ ଚାହିଁ ଦେଶ ତଥା ରାଜ୍ୟବାସୀ ଅପେକ୍ଷାରେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *