ବଢିଲା ବିଜେପି କଳି ! ଅପରାଜିତା (Aparajita Sarangi) ଙ୍କୁ କିଏ ମାରିଲା ତେରଛା ବାଣ…ଦେଖନ୍ତୁ ଏହି Special Report

ବନ୍ଧୁଗଣ ପୌର ନିର୍ବାଚନ ଶେଷ ହେବା ପରେ ଏବେ ବିଜେପି ଦଳର ମାହୋଲ ବଦଳି ଯାଇଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଏବେ ବିଜେପି କଳି ବଢିଛି । ରାଜ୍ୟର ଦୁର୍ବଳ ନେତୃତ୍ଵ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶ୍ନ ଉଠାଇବା ପରେ ଅପରାଜିତାଙ୍କୁ ତେରଛା ମାଡ ମାରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ଜୟା ନାରାୟଣ ମିଶ୍ର କହିଛନ୍ତି, ଅପରାଜିତାଙ୍କୁ କିଏ ମନା କରିଥିଲା ସଂଗଠନ ସଜାଡିବା ପାଇଁ ।

ବିଜେପିର କୋର୍ଟ କମିଟିରେ ସେ ଅଛନ୍ତି ଦାୟିତ୍ଵ ମଧ୍ୟ ତାଙ୍କର ରହିଛି । ଆମେ ମିଳିତ ନେତୃତ୍ୱକୁ ବିଶ୍ଵାସ କରୁ ଏକକ ନେତୃତ୍ଵକୁ ନୁହେଁ । 2024 ପୂର୍ବରୁ ରାଜ୍ୟ ସଂଗଠନକୁ ମଝବୁତ କରାଯିବ ଦିଲ୍ଲୀରେ ଆମେ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛୁ ଆଗକୁ କଣ ହେବ ଅପେକ୍ଷା କର । ଏହି ପ୍ରସଙ୍ଗରେ ବିଧାୟକ ବିଷ୍ଣୁ ସେଠି ପ୍ରତିକ୍ରିୟା ରଖିଛନ୍ତି ଯିଏ ହାରିଛି ସେ ଦୁର୍ବଳ ସଂଗଠନ କଥା କହିବ ଆଉ ଯିଏ ଜିତିଛି ସେ ସଂଗଠନ ବାବଦରେ ଭଲ କଥା କହିବ ।

ଅପରାଜିତା ଯାହା କହିଛନ୍ତି ତାହା ହେଉଛି ତାଙ୍କ ବ୍ୟକ୍ତିଗତ କଥା ବୋଲି ସେ କହିଛନ୍ତି । ବନ୍ଧୁଗଣ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନର ପରାଜୟ ପରେ ଦଳର ବର୍ତ୍ତମାନ ମାନ ସମର୍ଥନ ଚାଲିଛି । ତା ଭିତରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କିଛି ଦିନ ତଳେ ଏକ ଷ୍ଟେଟମେଣ୍ଟ ରଖିଥିଲେ ଓ ରାଜ୍ୟ ନେତୃତ୍ଵଙ୍କୁ ଦାୟୀ କରିଥିଲେ ।ଏହା ପରେ ରାଜ୍ୟ ସଭାପତି ଆଉ ତାଙ୍କ ଟିମ ରାଷ୍ଟ୍ରୀୟ ଅଦକ୍ଷ ଜେପି ନନ୍ଦାଙ୍କୁ ଭେଟି ଥିଲେ ।

ବିଜେପି ବିଧାୟକ ମାନେ ଦିଲ୍ଲୀ ଯାଇଥିଲେ ହେଲେ ସେମାନେ କହୁଛନ୍ତି ବିରୋଧୀ ଦଳ ନେତା ପ୍ରଦିତ୍ୟ ନାୟକ ଅସୁସ୍ଥ ଅଛନ୍ତି ତେଣୁ ତାଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ଏହି ଅବସରରେ ଓଡିଶାରେ ଯେଉଁ ସବୁ କେନ୍ଦ୍ର ମନ୍ତ୍ରୀ ଅଛନ୍ତି ସେମାନେ ତାଙ୍କୁ ଭେଟି ଅଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସାରା ଓଡିଶାରେ ଚର୍ଚ୍ଚାରେ ରହିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *