1950 ରୁ 2022 ପର୍ଯ୍ୟନ୍ତ India ର ସମସ୍ତ ରାଷ୍ଟ୍ରପତିଙ୍କ ନୂଆ List, ଦେଖନ୍ତୁ ଓଡିଶାରୁ କିଏ ଓ କେବେ ହୋଇଥିଲେ ରାଷ୍ଟ୍ରପତି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ନିଶ୍ଚୟ ଜାଣିଥିବେ ଯେ ଏବେ ଭାରତରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ଛିଡା ହୋଇଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଭାରତର ସମସ୍ତ ରାଷ୍ଟ୍ରପତିଙ୍କ ନୂଆ ତାଲିକା ବିଷୟରେ କହିବାକୁ ଯାଉଛୁ । ୧୯୫୦ ମସିହାରୁ ୧୯୨୨ ମସିହା ପର୍ଯ୍ୟନ୍ତ ହୋଇଥିବା ସମସ୍ତ ରାଷ୍ଟ୍ରପତିଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧୯୫୦-୧୯୬୨ ମସିହା ପର୍ଯ୍ୟନ୍ତ ବିହାରର ଡ. ରାଜେନ୍ଦ୍ର ପ୍ରସାଦ ଭାରତର ରାଷ୍ଟ୍ରପତି ଥିଲେ । ୧୯୬୨-୧୯୬୭ ପର୍ଯ୍ୟନ୍ତ ତାମିଲନାଡୁର ଡ. ସର୍ବପଲ୍ଲୀ ରାଧାକ୍ରିଶ୍ନନ ଭାରତର ରାଷ୍ଟ୍ରପତି ଥିଲେ । ୧୯୬୭-୧୯୬୯ ପର୍ଯ୍ୟନ୍ତ ଡ.ଜାକିର ହୁସେନ ଭାରତର ରାଷ୍ଟ୍ରପତି ଥିଲେ । ଜାକିର ହୁସେନ ତେଲେଙ୍ଗନାର ବାସିନ୍ଧା ଥିଲେ ।୧୯୬୯-୧୯୭୪ ମସିହା ପର୍ଯ୍ୟନ୍ତ ଓଡିଶାର ଭି.ଭି ଗିରି ଭାରତର ରାଷ୍ଟ୍ରପତି ଥିଲେ ।୧୯୭୪-୧୯୭୭ ମସିହା ପର୍ଯ୍ୟନ୍ତ ଦିଲ୍ଲୀର ଫଖରୁଦ୍ଧୀନ ଅଲି ଅହମ୍ମଦ ଭାରତର ରାଷ୍ଟ୍ରପତି ଥିଲେ ।

୧୯୭୭-୧୯୮୨ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶର ନିଲମ ସଂଜୀବ ରେଡ୍ଡୀ ଭାରତର ରାଷ୍ଟ୍ରପତି ଥିଲେ । ୧୯୮୨-୧୯୮୭ ମସିହା ପର୍ଯ୍ୟନ୍ତ ପଞ୍ଜାବର ଜ୍ଞାନୀ ଜେଲ ସିଂ ଭାରତର ରାଷ୍ଟ୍ରପତି ଥିଲେ । ୧୯୮୭-୧୯୯୨ ମସିହା ପର୍ଯ୍ୟନ୍ତ ତାମିଲନାଡୁର ଆର. ଭେଙ୍କଟାରାମନ ଭାରତର ରାଷ୍ଟ୍ରପତି ଥିଲେ । ୧୯୯୨-୧୯୯୭ ମସିହା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଡ. ଶଙ୍କର ଦୟାଲ ଶର୍ମା ଭାରତର ରାଷ୍ଟ୍ରପତି ଥିଲେ ।

୧୯୯୭-୨୦୦୨ ମସିହା ପର୍ଯ୍ୟନ୍ତ କେରଳର କେ.ଆର. ନାରାୟଣନ ଭାରତର ରାଷ୍ଟ୍ରପତି ଥିଲେ । ୨୦୦୨-୨୦୦୭ ମସିହା ପର୍ଯ୍ୟନ୍ତ ତାମିଲନାଡୁର ଡ. ଏପିଜେ ଅବଦୁଲ କଲାମ ଭାରତର ରାଷ୍ଟ୍ରପତି ଥିଲେ । ୨୦୦୭-୨୦୧୨ ମସିହା ପର୍ଯ୍ୟନ୍ତ ମହାରାଷ୍ଟ୍ରର ପ୍ରତିଭା ସିଂହ ପାଟିଲ ଭାରତର ରାଷ୍ଟ୍ରପତି ଥିଲେ । ୨୦୧୨-୨୦୧୭ ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ପ୍ରଣବ ମୁଖାର୍ଜୀ ଭାରତର ରାଷ୍ଟ୍ରପତି ଥିଲେ ।

୨୦୧୭-୨୦୨୨ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ରାମନାଥ କୋବିନ୍ଦ ଭାରତର ରାଷ୍ଟ୍ରପତି ଥିଲେ । ବନ୍ଧୁଗଣ ଜଣେ ରାଷ୍ଟ୍ରପତିଙ୍କ କାର୍ଯ୍ୟ କାଳ ହେଉଛି ୫ ବର୍ଷ । ସବୁଠାରୁ କମ ଦିନ ରହିଥିବା ରାଷ୍ଟ୍ରପତି ହେଉଛନ୍ତି ଡ. ଜାକିର ହୁସେନ । ଆଉ ସବୁଠାରୁ ଅଧିକ ଦିନ ରହିଥିବା ରାଷ୍ଟ୍ରପତି ହେଉଛନ୍ତି ଡ. ରାଜେନ୍ଦ୍ର ପ୍ରସାଦ । ତେବେ ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ଚାଲିଛି । ଏହି ବର୍ଷ କିଏ ଆମ ଦେଶର ରାଷ୍ଟ୍ରପତି ହେବେ ତାହା ଅତି ଶୀଘ୍ର ଜଣା ପଡିଯିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *