“ରୁମ୍ ଲକ୍ ଥିଲା ତ ଆମେ ସ୍କାଇଲାଇଟ୍ ଦେଇ ତାଙ୍କୁ ଦେଖିଲୁ, ସେତେବେଳେ ସେ….” BJB College ରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ କିଛି ଏମିତି କହିଲେ ସହପାଠୀ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵର BJB କଲେଜର ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତିଙ୍କର ମୃ-ତ୍ୟୁ ହୋଇଯାଇଅଛି । ରୁଚିକା କବାଟ ଭିତରୁ ଦେଇଦେଇଥିଲେ ଏବଂ ଭିତରୁ ଫିଟାଉ ନଥିଲେ । ଏହାପରେ କଲେଜର ମାଡମ ଜଣେ ସନ୍ଧାନ ପାଇ ପ୍ରିନ୍ସିପାଲକୁ ଜଣାଇଲେ । ଏହା ସହିତ କଲେଜ ହଷ୍ଟେଲରେ କାର୍ଯ୍ୟରତ ଥିବା ପୁରୁଷ କର୍ମଚାରୀ କବାଟ ଶାବଳ ମାଧ୍ୟମରେ ଖୋଲିଲେ । ଏବଂ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ମଧ୍ୟ ଡକାଯାଇଥିଲା ।

ପୋଲିସଙ୍କୁ ମଧ୍ୟ ଡକାଯାଇଥିଲା । ଏହାପରେ କବାଟ ଖୋଲିଲା ପରେ ରୁଚିକା ମହାନ୍ତି ପେଟେଇକି ପଡିଥିଲେ । ରୁଚିକାଙ୍କର ସେତେବେଳେ କ୍ଳାସ ରହିଥିବା ବେଳେ ସେ ନିଜ ସାଙ୍ଗ ମାନଙ୍କୁ କହିଥିଲେ ଯେ ମୋ ଦେହ ଭଲ ଲାଗୁନି ତମେମାନେ ଜାଅ ମୁଁ ଜିବିନି ଏଠି ଅଛି । ତମେ ନୋଟସ ଆଣିଲେ ମତେ ଦେବ । ସାଙ୍ଗ ମାନଙ୍କ କହିବା ଅନୁଯାୟୀ ରୁଚିକା ବହୁତ ଅସୁସ୍ଥ ପିଲା ଅଟନ୍ତି ।

ରେଗୁଲାର ସେ ହସ୍ପିଟାଲ ଜାଆନ୍ତି ବୋଲି କହିଛନ୍ତି କଲେଜର ଜଣେ ମାଡାମ । ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଅଛି । ସେ ଆ-ତ୍ମ-ହ-ତ୍ୟା କରିଥିବା କଥା ସୂଚନା ମିଳିଛି । ରୁଚିକା ଙ୍କ ଘର କଟକ ଜିଲ୍ଲାରେ ଅବସ୍ଥିତ । ଛାତ୍ରୀ ଜଣକ ୟୁପିଏସସି ପାଇଁ ପ୍ରିପେୟାର ହେଉଥିଲେ । ଏବଂ ସେହି ଛାତ୍ରୀ ଜଣକ କିଭଳି ଏପରି ଚରମ ନିଷ୍ପତ୍ତି ନେଲେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି ।

ସାଙ୍ଗ ମାନଙ୍କୁ କ୍ଳାସ କରିବାକୁ ଯିବାକୁ କହି ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ? କ’ଣ ହୋଇପାରେ ଏହାର କାରଣ ଆପଣ ମାନେ ଏହାକୁ ଶୁଣିଲେ ଆପଣ ନିଶ୍ଚିତ ଭାବରେ ଦ୍ଵନ୍ଦରେ ପଡିଥିବେ । ରୁଚିକାଙ୍କ ସାଙ୍ଗ କହିଛନ୍ତି ଯେ ଷ୍କାଇଲାଇଟ କୁ ଖୋଲି ଦେଖିଲା ବେଳକୁ ସେ ଅଜିବ ଅବସ୍ଥାରେ ଶୋଇଥିଲେ ଏବଂ ରୁଚିକାଙ୍କ ହାତ ବ୍ଲୁ ହୋଇଯାଇଥିଲା ଏବଂ ଓଠ ମଧ୍ୟ ବ୍ଲୁ ହୋଇଯାଇଥିଲା ।

ଏହାକୁ ଦେଖିଲାପରେ ଆମ୍ଭେ ମାଡାମ କୁ ଜଣାଇଲୁ । କିନ୍ତୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ଭାବରେ କହିହେବନାହିଁ ବୋଲି ଆଉ ଜଣେ ଛାତ୍ରୀ କହିଛନ୍ତି । କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ଯେ କେଉଁ କାରଣ ବଶତ ସେ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷପ ନେଇଛନ୍ତି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *