ଇଂରାଜୀ ପାଇଁ କୋର୍ଟରେ ହଟହଟା ହେଲେ ଅଭିନେତ୍ରୀ Varsha Priyadarshini, ଜେରା ସମୟରେ ଇଂରାଜୀ ବୁଝି ନପାରିବାରୁ କହିଲେ ଏମିତି

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାଷା କୁ ନେଇ ଚିନ୍ତାରେ ପଡିଗଲେ ବର୍ଷା ପ୍ରିୟଦର୍ଶନୀ । ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଇଂରାଜୀ ବୁଝିବାରେ ଅସକ୍ଷମ ହେଲେ, କୋର୍ଟ ରେ ଜେରା ସମୟରେ ଓକିଲ ଙ୍କ କଥା କୁ ବୁଝି ପାରିନଥିଲେ । ଭାଷାକୁ ନେଇ ସୃଷ୍ଟି ହୋଇଛି ବର୍ତ୍ତମାନ ଅଡୁଆ ପରିସ୍ଥିତି । ଷ୍ଟାର ଦମ୍ପତ୍ତି ବର୍ଷା ଅନୁଭବ ଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣୀ ବେଳେ ଏହିଭଳି କିଛି ସମସ୍ୟା ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ ବର୍ଷା ଇଂରାଜୀ ବୁଝି ନପାରିବାରୁ ତାଙ୍କୁ ସଠିକ ଭାବରେ ଜେରା କରି ହେଲାନାହିଁ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ ତଥା ସୁପ୍ରିମ କୋର୍ଟ ର ବରିଷ୍ଠ ଆଇନଜୀବୀ ଗୀତା ଲୁତ୍ରା । ବର୍ଷା କୁଆଡେ ଇଂରାଜୀ ବୁଝି ପାରିନାହାଁନ୍ତି ବୋଲି କହିଥିଲେ । ଏହା ସହିତ ବର୍ଷା ଙ୍କ ଓକିଲ କହିଛନ୍ତି ଯେ ପ୍ରତିପକ୍ଷ ଓକିଲ ଯେତେକ ଆପତ୍ତି ଜନକ ପ୍ରଶ୍ନ କରିଥିଲେ, ଏହା ଆଇନଗତ ଗ୍ରହଣୀୟ ନୁହେଁ ।

ଆସନ୍ତା କାଲି ପୁଣିଥରେ ଜେରା ନିମନ୍ତେ ଅଭିନେତ୍ରୀ ବର୍ଷା ଙ୍କୁ ଫ୍ୟାମିଲି କୋର୍ଟ ରେ ହାଜର ହେବା ନିମନ୍ତେ ନିର୍ଦ୍ଧେଶ ଦିଆଯାଇଛି । ବର୍ଷା ଙ୍କୁ ଛାଡପତ୍ର ଦେବାପାଇଁ ଅନୁଭବ ଯେଉଁ ଆବେଦନ କରିଛନ୍ତି ଏହା ଉପରେ ବର୍ତ୍ତମାନ ବର୍ଷା କୋର୍ଟରେ ହାଜର ହୋଇ ଜେରା ର ସମ୍ମୁଖୀନ ହେଉଛନ୍ତି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ବର୍ଷା ଅନୁଭବ ବର୍ଷା ବିବାଦ ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ଆଜି କୋର୍ଟରେ ଦୁଇଜଣ ହାଜର ହୋଇଥିଲେ ।

ବର୍ଷା ଙ୍କ ଆଇନଜୀବୀ ସିଦ୍ଧାର୍ଥ ଦାସ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ମାମଲାରେ ଆଜି ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ । ଏହି ସମୟରେ ଅନୁଭବ ଙ୍କ ଓକିଲ ବର୍ଷା ଙ୍କୁ ଇଂରାଜୀରେ ଉତ୍ତର ରଖିବାକୁ କହିଥିଲେ । କିନ୍ତୁ ବର୍ଷା ଓଡିଆରେ ଉତ୍ତର ରଖିବେ ବୋଲି କୋର୍ଟରେ କହିଥିଲେ । ଏହା ସହିତ ବର୍ଷା କହିଥିଲେ ଯେ ତାଙ୍କୁ ଅନେକ ଆପତ୍ତି ଜନକ ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା ।

ବର୍ତ୍ତମାନ ଜେରା ଅସମ୍ପୂର୍ଣ୍ଣ ହେବାରୁ ଆସନ୍ତା କାଲି ପୁଣି ଜେରା ହେବା କଥା କୁହାଯାଇଛି । ଏହିଭଳି ଭାବରେ ଉଭୟ ଷ୍ଟାର ଦମ୍ପତ୍ତି ଙ୍କ ବିଛେଦ ମାମଲା ଆଗକୁ ବଢି ପାରୁନାହିଁ । ଯଦି ଉଭୟ ଙ୍କ ମନ ମିଳୁନାହିଁ ତେବେ ଏହିଭଳି ଭାବରେ ଯୁକ୍ତିଯୁକ୍ତ କରିବା କେତେଦୂରେ ଉଚିତ ?

ଉଭୟଙ୍କ ବୈବାହିକ ଜୀବନ ସହିତ ଫିଲ୍ମୀ କ୍ୟାରିୟର ରେ ମଧ୍ୟ ବାଧା ସୃଷ୍ଟି ହୋଇ ଥିବାର ନଜର ଆସିଛି । ଏହାକୁ ନେଇ ଫ୍ୟାନ୍ସ ମାନଙ୍କ ମନରେ ଅସନ୍ତୋଷତା ପ୍ରକାଶ ପାଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *