‘ତମେ କଲେ ଲୀଳା ଆଉ ଆମେ କଲେ…’ ଦେଖନ୍ତୁ ମିଡିଆ ସାମ୍ନାରେ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ଙ୍କୁ ଆପଣ ମାନେ ଜାଣିଥିବେ ସେ ସର୍ଵଦା ଅନ୍ୟକୁ ସାହାର୍ୟ୍ଯ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି ଏବଂ ସର୍ଵଦା ଖୋଲା କଥା କୁହନ୍ତି । ତେବେ ସେ ସର୍ଵଦା ନିଜର କଥା ରେ ଏବଂ ଭିନ୍ନ ଡାଇଲଗ ରେ ସବୁବେଳେ ଚର୍ଚ୍ଚିତ ରହିଥାନ୍ତି । ତେବେ ଲୋକମାନେ ମଧ୍ୟ ତାଙ୍କର ଏହି ଅନ୍ଦାଜ ଙ୍କୁ ପସନ୍ଦ କରିଥାନ୍ତି । ତେବେ କିଛି ଦିନ ପୂର୍ବରୁ ଏହି ଖବର ଆସିଥିଲା କି ସୁର ରାଉତରାୟ କରୋନା ସଂକ୍ରମଣ ଆକ୍ରାନ୍ତ ଥିଲେ ।

ତେବେ ତା ପରେ ମଧ୍ୟ ସୁର କୌଣସି ନିୟମ କୁ ନ ମାନି ବାହାରେ ବୁଲୁଥିଲେ ଏବଂ ଲୋକ ଗହଳି ରେ ମିଶୁଥିଲେ । ତେବେ ଏହି ଘଟଣା ପରେ ସୁର ବହୁତ ଚର୍ଚ୍ଚା ରେ ଆସି ଯାଇଥିଲେ ଏବଂ ତାଙ୍କ ଉପରେ ଅନେକ ପ୍ରଶ୍ନ ମଧ୍ୟ ଉଠି ଥିଲା । ତେବେ ଆଜି ବିଧାନସଭାରେ ଶୀତ ଅଧିବେଶନର ଆରମ୍ଭର ୨ୟ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସହ ନାରାବାଜୀ ଦେଖିବାକୁ ମିଳିଛି ।

ଫଳରେ ଅପରାହ୍ନ ୪ଟା ଯାଏଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ମୁଲତବି ଘୋଷଣା କରିଛନ୍ତି । ମମିତା ମେହେର ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ହାତରେ ପ୍ଲା-କାର୍ଡ ଧରି ଗୃହ ମଧ୍ୟରେ ଆସିବା ସହ ଗୃହର ମଧ୍ୟ ଭାଗରେ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ । ଏହା ସହ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ବାହାରେ ବିଜେଡି ପ୍ରତିବାଦ କରିଛନ୍ତି । 

ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକ ଧାରଣା ଦେଇଛନ୍ତି । ଦର ଦାମ ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରି ଧାରଣାରେ ବସିବା ସହ ଦରଦାମ ନକମିଲେ ଆନ୍ଦୋଳନ ଜାରି ରଖିବାକୁ ଦଳ ଚେତାବନୀ ଦେଇଛନ୍ତି । ତେବେ ଏହାକୁ ନେଉ ମଧ୍ୟ କଂଗ୍ରେସ ର ନେତା ସୁର ରାଉତରାୟ ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି ଆମ ବାଚସ୍ପତି ବହୁତ ଭଲ ତାଙ୍କର ପର୍ସନାଲିଟି ଭଲ କିନ୍ତୁ ସେ ବିଜେଡି ସରକାର ଙ୍କ ହାତ ବାରିସି ।

ଏହା ସହ ସେ କହିଛନ୍ତି ବିଜେଡି ସରକାର ନିୟମ କରିଛନ୍ତି କି ଆନ୍ଦୋଳନ ରେ ପଚାଶ ଜଣରୁ ଅଧିକ ଲୋକ ରହିବେ ନାହିଁ । ସମସ୍ତେ ମାସ୍କ ପିନ୍ଧିବେ ସାମାଜିକ ଦୂରତା ବଜାୟ ରଖିବେ । ହେଲେ ବିଜେଡି ର କୌଣସି ଆନ୍ଦୋଳନ ରେ ମଧ୍ୟ ଲୋକମାନେ ମାସ୍କ ପିନ୍ଧି ନାହାନ୍ତି ଏବଂ ପଚାଶ ନୁହେଁ ଦୁଇ ଶହ ଉପରୁ ଲୋକମାନେ ଆନ୍ଦୋଳନ ରେ ଭାଗ ନେଉଛନ୍ତି । ସେତେବେଳେ ସରକାର ଙ୍କ ନିୟମ କୁଆଡେ ଗଲା କୋଭିଡ ପ୍ରୋଟୋକଲ କୁଆଡେ ଗଲା ।

ଯଦି ବିଜେଡି ସରକାର ଏହି ଭଳି କାର୍ଯ୍ୟ କରୁଛି ତେବେ ଅନ୍ୟ ସବୁ ଦଳ ମଧ୍ୟ ଏହିଭଳି କରିବେ । ସେମାନଙ୍କୁ ମଧ୍ୟ ସମାନ ଅଧିକାର ମିଳିବା ଆବଶ୍ୟକ ଅଟେ । ସରକାର ତ ବାଚସ୍ପତି ଙ୍କୁ ହାତ ବାରିସି କରି ଦେଇଛନ୍ତି ଆମକୁ ଗୋଟିଏ ମିନିଟ ମଧ୍ୟ କହିବାକୁ ଦେଲେ ନାହିଁ । ଏହା ସହ ସେ କହିଥିଲେ ନବୀନ ସରକାର ସମସ୍ତ ଙ୍କୁ ନିଜ ଆଡକୁ କରି ସାରିଲାଣି ସବୁ ବର୍ବାଦ ହୋଇ ଗଲାଣି । ତେବେ ଏହି ଲେଖା ଟି କିପରି ଲାଗିଲା ନିଜର ମତାମତ ଆମକୁ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *