ମହିଳାଙ୍କୁ ବରିଷ୍ଠ ବିଧାୟକଙ୍କ ଦୁର୍ବ୍ୟବହାର, ମହିଳା ଜଣକ କାନ୍ଦି କାନ୍ଦି ଯାହା କହିଲେ ଶୁଣିଲେ ଆପଣ ମଧ୍ୟ କାବା ହେଇଯିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଚିଟ୍‌ଫଣ୍ଡ କମ୍ପାନୀ ତ ଠକିଦେଲା, ହେଲେ ସେହି କଟା ଘାଆରେ ଚୁନ ବୋଳି ରାଜ୍ୟ ସରକାର ବି ଠକିବାକୁ ବସିଛନ୍ତି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ । କାରଣ ତଦନ୍ତ ପାଇଁ କମିଶନ ବସିଲା, ୩ ଶହ କୋଟିର କର୍ପସ ପାଣ୍ଠି ବି ପ୍ରସ୍ତୁତ ହେଲା । ହେଲେ କମିଶନ ବନ୍ଦ ହୋଇଯିବା ପରେ ଲକ୍ଷ ଲକ୍ଷ ଜମାକାରୀଙ୍କ ସତ୍ୟପାଠ ଏବେ ଖତ ଖାଉଛି କମିଶନ ଅଫିସରେ ।

ଏପରିକି ଚିଟ୍‌ଫଣ୍ଡ ସଂସ୍ଥା ଗୁଡ଼ିକ ଠାରୁ କେତେ ସମ୍ପତ୍ତି ଜବତ ହେଲା, ତାର ବି ହିସାବ କିତାବ ମିଳୁନି । ଏଭଳି ସ୍ଥିତିରେ କଷ୍ଟ ଉପାର୍ଜିତ ଟଙ୍କା ଫେରିପାଇବା ପାଇଁ ଆଶା ଛାଡ଼ିଥିବା କ୍ଷତିଗ୍ରସ୍ତ, ଆଗାମୀ ପଞ୍ଚାୟତ ନିର୍ବାଚନରେ ଜବାବ ଦେବାକୁ ଅଣ୍ଟାଭିଡ଼ିଛନ୍ତି । ତେବେ ଏହି ପରିସ୍ଥିତି ରେ ମିଳିତ ମଞ୍ଚ ର ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି ରାଜ୍ୟର ସମସ୍ତ ବିଧାୟକ ଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହି କ୍ରମ ରେ ସେ ନଭେମ୍ବର ୩୦ ରେ ଆନନ୍ଦ ପୁର ର ବିଧାୟକ ଭାଗିରଥି ସେଠୀ ଙ୍କୁ ତାଙ୍କ ସରକାରୀ ବାସ ଭବନରେ ଭେଟିବାକୁ ଯାଇଥିଲେ । ତେବେ ସେଠାରେ ସେ ବିଧାୟକ ଙ୍କୁ ନିଜ ଅଞ୍ଚଳ ରେ କିପରି ଜମାକାରୀ ଙ୍କୁ ଟଙ୍କା ମିଳିବ ସେ ନେଇ କଥାବାର୍ତ୍ତା ହେବାକୁ ବେଳେ ବିଧାୟକ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ତୁମେ କିଏ ଏବଂ ମୁଁ ତୁମକୁ କଣ ପାଇଁ ଉତ୍ତର ଦେବି ଆଦି ଅନେକ ପ୍ରଶ୍ନ ପଚାରି ଥିଲେ ।

ତେବେ ଅନୁରାଧା ମାଡାମ ନିଜର ପରିଚୟ ଦେବା ସହ କଥା ହେବାକୁ ଚାହୁଁଥିବା ବେଳେ ବିଧାୟକ ନିଜ ସିଟ ରୁ ଉଠି ଆସି ଉତକ୍ଷିପ୍ତ ହୋଇ ଅନୁରାଧା ସୁବୁଦ୍ଧି ଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରି ଦେଇଥିଲେ ଏବଂ ତାଙ୍କୁ ଅଭାଷା ରେ ମଧ୍ୟ ଗାଳି କରିଥିଲେ । ତେବେ ଏ ନେଇ ଅନୁରାଧା ସୁବୁଦ୍ଧି ବିଧାୟକ ଙ୍କ ନାମ ରେ ଅଭିଯୋଗ କରିବା ସହ ବର୍ତ୍ତମାନ ଏକ ପ୍ରେସ ମିଟିଂ ବସାଇ ନିଜ ସହିତ ହୋଇଥିବା ଦୁର୍ବ୍ୟବହାର ବିଷୟରେ ସୂଚନା ଦେଇଥିଲେ ଏବଂ ମିଡ଼ିଆ ଆଗରେ ଘଟଣା ସମ୍ପର୍କରେ କହୁ କହୁ କାନ୍ଦି ମଧ୍ୟ ଦେଇଥିଲେ ।

ତେବେ ସେ କହିଥିଲେ କି ବିଧାୟକ ଏତେ ଉତକ୍ଷିପ୍ତ ହୋଇ ଯାଇଥିଲେ ଯେ ମୋତେ ଲାଗୁଥିଲା ଆଉ କିଛି ସମୟରେ ସେ ମୋ ଉପରେ ହାତ ମଧ୍ୟ ଉଠାଇ ପାରିବେ । ତେବେ ତାଙ୍କର କିଛି କର୍ମଚାରୀ ମାନେ ଆମକୁ ବାହାର କରିଦେଇ ଥିଲେ ଏବଂ ସେଠାରେ ରହିବା ଉଚିତ ନୁହେଁ ଭାବି ଆମେ ମଧ୍ୟ ପଳାଇ ଆସିଥିଲୁ । ତେବେ ସାଧାରଣ ଜନତା ଙ୍କ ପାଇଁ ନ୍ୟାୟ ର ଲଢେଇ ରେ ଏଭଳି ବ୍ୟବହାର ଅସହ୍ୟ ଅଟେ ।

ତା ସହ ଅନୁରାଧା ସୁବୁଦ୍ଧି କହିଛନ୍ତି କି ସେ ଏହି ଆନ୍ଦୋଳନ ରେ ୨୦୧୩ ରୁ ସାମିଲ ଅଛନ୍ତି ଏବଂ ଅନେକ ବିଧାୟକ ଏବଂ ବିଭିନ୍ନ ଦଳ ର ବିଧାୟକ ଙ୍କ ସହ ଭେଟିଛି କିନ୍ତୁ ଏଭଳି ବ୍ୟବହାର କେହି କରି ନଥିଲେ । ତେବେ ବର୍ତ୍ତମାନ ବିଧାୟକ ଙ୍କୁ ଗିରଫ କରିବା ପାଇଁ ଦାବି କରାଯାଉଛି । ତେବେ ଏହି ଖବର ଉପରେ ଆପଣଙ୍କ ମତ କଣ ନିଶ୍ଚିତ ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *