ଏମିତି ଏକ ଗଛ ଯାହାର ସୁରକ୍ଷା ପାଇଁ ରାତି ଦିନ ଜଗି ରହିଥାନ୍ତି ପୋଲିସ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ବୃକ୍ଷ ଗୁଡିକ ଦେଖିଥିବେ । ତେବେ କିଛି ବୃକ୍ଷ ଆମର ଅନେକ ଲାଭଦାୟୀ ରହିଥାନ୍ତି ଏବଂ ଆମର ଅନେକ ଅସୁବିଧା ସମୟରେ ସେମାନେ ସାହାର୍ଯ୍ୟ ମଧ୍ୟ କରିଥାନ୍ତି ଯେପରି ତୁଳସୀ ଗଛ । ତେବେ ଏହା ଛଡା ଏହି ପୃଥିବୀ ରେ ଆହୁରି କିଛି ଗଛ ଗୁଡିକ ଅଛି ଯାହାକି ବହୁତ ଅଦ୍ଭୁତ ଥାଆନ୍ତି ଏବଂ ନିଜର ହରକତ ରେ ଅନ୍ୟକୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରି ଦେଇଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଅଦ୍ଭୁତ ଗଛ ଗୁଡିକ ବିଷୟ ରେ ।

୧- ପ୍ରଥମ ଗଛ ଟି ହେଉଛି ଏକ ଏପରି ଗଛ ଯାହାକି ଜଗିବା ପାଇଁ ୨୪ ଘଂଟା ପୋଲିସ ମାନେ ଜଗି ରହିଥାନ୍ତି । ଭୋପାଳ ଏବଂ ବିଦିଶା ମଝିରେ ଥିବା ପାହାଡ଼ ଉପରେ ଲଗା ହୋଇଛି । ତେବେ ଏହି ଗଛ କୁ ବହୁତ ସୁରକ୍ଷା ଦିଆଯାଏ ତାକୁ ନିୟମିତ ଭାବରେ ପାଣି ଦିଆଯାଏ ତାର ଯାଞ୍ଚ କରାଯାଏ ତେବେ ଏପରି କରିବାର କାରଣ ହେଉଛି ଏହି ବୃକ୍ଷ ଟି ହେଉଛି ମହାତ୍ମା ବୁଦ୍ଧ ଙ୍କ ଶେଷ ସ୍ଥାନ ଅର୍ଥାତ ଏହି ବୃକ୍ଷ ରେ ହିଁ ସେ ନିଜର ସମାଧି ନେଇଯାଇଥିଲେ ଏବଂ ବୁଦ୍ଧ ଙ୍କର ଶେଷ ନିଶାନି ଯୋଗୁଁ ଏହାକୁ ସୁରକ୍ଷିତ ରଖା ଯାଉଛି ।

୨- ଦ୍ଵିତୀୟ ବୃକ୍ଷ ହେଉଛି ଦ୍ରୋସେରା ତେବେ ଏହି ଗଛ କେବଳ ମଧ୍ୟପ୍ରଦେଶ ରେ ଏହା ଦେଖା ଯାଆନ୍ତି । ଏହି ଗଛ ଦେଖିବାକୁ ସୁନ୍ଦର ଏବଂ ଆକର୍ଷଣ ମଧ୍ୟ ଏହା ଯୋଗୁଁ କୀଟ ପତଙ୍ଗ ମାନେ ଆକର୍ଷିତ ହୋଇ ସେହି ବୃକ୍ଷ ପାଖକୁ ଗଲେ ସେ ବୃକ୍ଷ ସେମାନଙ୍କୁ ଜାବୁଡି ଧରି ନିଏ ଏବଂ ତାଙ୍କର ପୁଷ୍ଟିକ ଜିନିଷ ନେଇ ବାକି ସବୁ ଫୋପାଡ଼ି ଦିଏ ।

୩- ତୃତୀୟ ରେ ହେଉଛି ଭିନସ ଫ୍ଲାଏଟ୍ରପ । ତେବେ ଏହି ବୃକ୍ଷ କୁ ଚାଲାକ ବୃକ୍ଷ କୁହାଯାଏ କାରଣ ଏହି ବୃକ୍ଷ ର ପତ୍ର ସର୍ଵଦା ଖୋଲା ଥାଏ ଏବଂ ସେଥିରେ କୌଣସି କୀଟ ପତଙ୍ଗ ଆସିଲେ ଏହା ତୁରନ୍ତ ବନ୍ଦ ହୋଇ ଯାଏ କିନ୍ତୁ ଯଦି କୌଣସି ନିର୍ଜୀବ ଵସ୍ତୁ ରଖିବେ ତେବେ ଏହା ବିଲ୍କୁଲ ବନ୍ଦ ହେବ ନାହିଁ ।

୪- ଚତୁର୍ଥ ବୃକ୍ଷ ହେଉଛି କୋବ୍ରା ଲିଲି । ତେବେ ଏହି ବୃକ୍ଷ ଟି ଦେଖିବାକୁ ଏକଦମ କୋବ୍ରା ସାପ ଭଳି । ତାର ଅଗ୍ରଭାଗ ଏକଦମ କୋବ୍ରା ସାପ ଭଳି ଦେଖାଯାଇଥାଏ । ତେବେ ଏହା ଭିତରୁ ଏକ ଭଲ ସୁଗନ୍ଧ ଆସେ ଯାହା ଯୋଗୁଁ କୀଟ ପତଙ୍ଗ ଆକର୍ଷିତ ହୋଇ ଯାଆନ୍ତି ଏବଂ ପତ୍ର ରେ ବସିଲେ ସେମାନେ ଫ-ସି ଯାଇଥାନ୍ତି ତେବେ ବର୍ତ୍ତମାନ ଏହା ବିଲୁପ୍ତ ହେବାକୁ ଲାଗିଲାଣି ।

Leave a Reply

Your email address will not be published. Required fields are marked *