ମତେ ଟଙ୍କା ଆଉ ପୁଅକୁ ଚାକିରୀ ମିଳିଲା କିନ୍ତୁ ମୋ ସ୍ଵାମୀ ଚାଲିଗଲା…ମୋ ସ୍ବାମୀର ମୂଲ୍ୟ କଣ 5 ଲକ୍ଷ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵର ଉପକଣ୍ଠ ଦାରୁଠେଙ୍ଗ ଡ୍ରମ୍ପିଙ୍ଗ ୱାର୍ଡ ନିକଟରେ ଏକ ଦୁର୍ଘଟଣା ଘଟିଛି । ତେବେ ସେଥିରେ ଚାଲିଯାଇଛି ଜଣେ ବାପାର ଜୀବନ । BMC ର ଅଳିଆବୁହା ଗାଡି ଚକାରେ ଜଣେ ବ୍ୟକ୍ତି ର ଜୀବନ ଚାଲିଯାଇଛି । ମୃତକ ଙ୍କ ନାମ ହେଉଛି ରାମୁ ଗାଗରାଇ । BMC  ର ଏକ ଅଳିଆବୁହା ଗାଡି ସ୍ଥାନୀୟ ଅଞ୍ଚଳର ରାମୁ ଗାଗରାଇଙ୍କ ଉପରେ ଚଢିଯାଇଥିଲା । ଏହା ଫଳରେ ତାଙ୍କର ମୃ-ତ୍ୟୁ ଘଟିଥିଲା ।

ମୃ-ତ୍ୟୁପରେ ଘଟଣା ଜାଗାରେ ଉତ୍ତେଜନା ଦେଖାଯାଇଥିଲା । ଆଉ କିଛି ଦାବୀ ନେଇ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଗୁଡିଏ ଗାଡି ଅଟକି ରହିଥିଲା । ଘଟଣା ସମ୍ବନ୍ଧରେ ସୂଚନା ମିଳିବା ପରେ ଚନ୍ଦକା ଥାନା ପୋଲିସ ଘଟଣା ସ୍ଥାନରେ ପହଞ୍ଚି ବୁଝା ସୁଝା କରିଥିଲା, ଏବଂ ସ୍ଥାନୀୟ ବିଧାୟକ, ମେୟର, ତଥା BMC ର କମିଶନର ସମସ୍ତେ ସେଠାରେ ପହଞ୍ଚିଥିଲେ ।

ମୃ-ତକଙ୍କ ପରିବାର ଭିତରୁ ଜଣଙ୍କୁ ଚାକିରୀ ସମେତ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ ସରକାର । ଏହାପରେ ଶବ ଉଠିଥିଲା । କିନ୍ତୁ ଏଠାରେ ଦେଖିବାକୁ ଗଲେ କାହା ଭୁଲ ନିମନ୍ତେ ଏହି ନିରୀହ ଜୀବନଟି ବଳି ପଡିଲା ? ୫ ଲକ୍ଷ ଟଙ୍କା ଏବଂ ପୁଅକୁ ଚାକିରୀ କଣ ଏହି ଅଭାବୀ ପରିବାରର ଭୋକ ମେଣ୍ଟାଇ ପାରିବ ? ସେହି ସ୍ତ୍ରୀ ଟିର ଅବସ୍ଥା କିଭଳି ଥିବ ଯିଏ ନିଜ ସ୍ଵାମୀ ଙ୍କୁ ହରାଇଛନ୍ତି ?

ଟଙ୍କା ଦ୍ଵାରା ସ୍ଵାମୀ ଙ୍କ ସ୍ଥାନ ପୂରଣ କରାଯାଇପାରିବ ନାହିଁ । ସରକାର କେବଳ ଟଙ୍କା ସହାୟତା କରିଦେଲେ କିନ୍ତୁ ଏଭଳି ଦୁର୍ଘଟଣା ଘଟାଇବା ପୂର୍ବରୁ କାହିଁକି ସଚେତନତା ଅବଲମ୍ବନ କରୁନାହାଁନ୍ତି ? କେଉଁଠାରେ ବ୍ରିଡ୍ଜ ଅଧା ନିର୍ମାଣ କାରଣରୁ କାହାର ଜୀବନ ଗଲାଣି ତ ଆଉ କିଏ ଏହିଭଳି ଆକାରଣରେ ମୃ-ତ୍ୟୁର ଶିକାର ହେଉଛି ।

ଯେଉଁ ପରିବାର ସହିତ ଏହିଭଳି ଦୁର୍ଘଟଣା ହେଉଛି କେବଳ ସେହି ପରିବାର ଲୋକେ ହିଁ କହିପାରିବେ ଯେ କାହାକୁ ହରାଇବା କେତେ ହୃଦୟବିଦାରକ ଅଟେ । ସବୁଦିନ ଭଳି ରାମୁ ମଧ୍ୟ ଟିଫିନ ନେଇ କାମ କରିବାକୁ ଯାଉଥିଲେ କିନ୍ତୁ ଏ ଥର ଏକ ଅଫେରା ରାଇଜକୁ ନିଜ ପରିବାରକୁ ଛାଡି ଚାଲିଗଲେ ଯେ ସେଠାରୁ ଫେରି ଆସିବା ଅସମ୍ଭବ । ତେବେ ବନ୍ଧୁଗଣ ଏହି ମର୍ମହାତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *