କୋଭିଡ-୧୯ ଭେକ୍ସିନ ତିଆରି ପାଇଁ ଆଇଆଇଟି କାନପୁରର ବଡ ପଦକ୍ଷେପ, ୩୫ ବୈଜ୍ଞାନିକ ମାନଙ୍କ ଟିମ କରୁଛନ୍ତି ରିସର୍ଚ, ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର

କାନପୁର ର ଆଇଆଇଟି ସଂସ୍ଥା ବନ୍ଦ ହେବା ପରେ ବି ୩୫ ଜଣ ବୈଜ୍ଞାନିକ ଅଲଗା ଅଲଗା ପରୀକ୍ଷଣ ଦ୍ଵାରା ମହାମାରୀ ଭୂତାଣୁ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଭାରତ ସରକାରଙ୍କ ପ୍ରମୁଖ୍ ବୈଜ୍ଞାନିକମାନେ ସେମାନଙ୍କୁ ପ୍ରଶଂସା କରିବା ସହିତ କହିଛନ୍ତି କି ଆପଣମାନଙ୍କର ପରିଶ୍ରମ ନିଶ୍ଚିନ୍ତ ସଫଳ ହେବ । ବୈଜ୍ଞାନିକମାନେ ପରିଶୋଧନ କକ୍ଷ ତିଆରି କରିବା ପାଇଁ ମଧ୍ୟ ପରୀକ୍ଷଣ କରୁଛନ୍ତି । ସଂସ୍ଥାନର ମୁଖ୍ୟ ବ୍ୟକ୍ତି ପ୍ରଫେସର ଅଭୟ କରିଂଦକର କହିଛନ୍ତି କୋଭିଡ-୧୯ର ଚିକିତ୍ସା ପାଇଁ ଏହି ଉପକରଣ ବି ଉପକାରୀ ହେବ ।

ବାୟୋ ସାଇନ୍ସ ଏବଂ ବାୟୋ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅମିତାଭ ବଦୋପାଧାୟ ଙ୍କ ଦଳ କମ ଖର୍ଚରେ ପୋର୍ଟେବଲ ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି । ପ୍ରଫେସର ତରୁଣ ଗୁପ୍ତା ଏବଂ ପୂର୍ବତନ ଛାତ୍ର ଡାକ୍ତର ସନ୍ଦିପ ପାଟିଲ ଏନ-୯୫ ମାକ୍ସ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି ।

ଡା. ନଗମା ପରବୀନ ବିଶେଷ କୋଟିଙ୍ଗ ପ୍ରସ୍ତୁତ କରିଛନ୍ତି ଯାହାଦ୍ୱାରା କୌଣସି ପିପିଇ କିଟ ରେ ଲଗାଇ ତାକୁ ମେଡିକେଟେଡ କରାଯାଇ ପାରିବ । ପିପିଇ କିଟ ର ଡିଜାଇନ ଡା. ନିତିନ ଗୁପ୍ତା ପଲଥିନ ଦ୍ଵାରା ପ୍ରସ୍ତୁତ କରିଛନ୍ତି । ଏହା ମହାମାରୀ ଯୋଦ୍ଧାଙ୍କ ପାଇଁ ଆବଶ୍ୟକ ଅଟେ । ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରି ଅଧିକ ତଥ୍ୟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *