ଯଦି ପ୍ରଥମ କରି ଏହି ଦିନରେ ନାରୀ ଋତୁମତୀ ହୋଇଥାଏ, ତେବେ ତାହାର ଭାଗ୍ୟରେ ବହୁତ ଦୁଃଖ, କଷ୍ଟ ରହିଥାଏ…

ଋତୁସ୍ରାବ ଏହି ଦିନରେ ହେଲେ ନାରୀର ବିଧବା ଯୋଗ ରହିଥାଏ । ବନ୍ଧୁଗଣ ଯେତେବେଳେ ଗୋଟେ ନାରୀ ରଜସ୍ଵଳା ହୋଇଥାଏ । ସେତେବେଳେ କଣ ନକ୍ଷତ୍ର ଚାଲିଥାଏ, କେଉଁ ବାର ସେହି ଦିନ ହୋଇଥାଏ, କେଉଁ ସମୟ ଥାଏ, ଓ ସେହି ସମୟର ନାରୀର ରଜସ୍ଵଳା ହେବା ସେହି ନାରୀ ପାଇଁ କେତେ ଶୁଭ ଓ କେତେ ଅଶୁଭ ହୋଇଥାଏ । ଏଇ ସମ୍ପର୍କରେ ଆଜି ଆମେ ଏଠାରେ ଆଲୋଚନା କରିବା । ଗୋଟେ ଝିଅ ବା ନାରୀ 8 ବର୍ଷ ପର୍ଯ୍ୟନ୍ତ ଗୌରୀ ଅବସ୍ଥାରେ ରହିଥାନ୍ତି ।

9 ବର୍ଷରୁ ରୁହିଣୀ, 10 ବର୍ଷରୁ ବାଳା ଏବଂ 11 ବର୍ଷରୁ ଅଧିକ ବୟସର ଝିଅ ମାନଙ୍କୁ ରଜସ୍ଵଳା ବୋଲି କୁହାଯାଇଥାଏ । ତେବେ 11 ବର୍ଷ ବୟସ ପରେ ପରେ ନାରୀ ମାନଙ୍କର ଋତୁସ୍ରାବ ହୋଇଥାଏ । ଯେତେବେଳେ ଜଣେ ନାରୀ ପ୍ରଥମ କରି ଋତୁମତୀ ହୋଇବ । ତେବେ ମୂହୁର୍ତ୍ତଚିନ୍ତାମଣୀ ଗ୍ରନ୍ଥ ଅନୁସାରେ ମାଘ, ମାର୍ଗଶୀର, ବୈଶାଖ, ଆଶ୍ଵିନ, ଫାଲ୍ଗୁନ ଓ ଜୈଷ୍ଠ ଓ ଶ୍ରାବଣ ଏହି ମାସ ମାନଙ୍କରେ ଶୁକ୍ଲପକ୍ଷର ଶୁଭଗ୍ରହ ମାନଙ୍କଡ଼ା ବାରରେ ପ୍ରଥମ ରଜ ଦର୍ଶନ କରିଲେ ।

ତାହା ଉକ୍ତ କନ୍ୟା ପାଇଁ ବହୁତ ଶୁଭ ଦାୟକ ହୋଇଥାଏ । ପ୍ରାତଃ ସମୟ ଓ ସନ୍ଧ୍ୟା ସମୟରେ ଯଦି ପ୍ରଥମ ରଜ ଦର୍ଶନ ହୋଇଥାଏ । ତେବେ ତାହେଲେ ମଧ୍ୟ ବହୁତ ଶୁଭ ହୋଇଥାଏ । ତେବେ ପ୍ରାତଃ ଓ ସନ୍ଧ୍ୟା ସମୟକୁ ଛାଡି ଅନ୍ୟ ଯେଉଁ ସବୁ ସମୟ ରହିଲା । ସେହି ସବୁ ସମୟ ମାନଙ୍କରେ ନାରୀ ପ୍ରଥମ କରୁ ଋତୁମତୀ ହେଲେ । ତା’ ପାଇଁ ତାହା ଅଶୁଭ ହୋଇଥାଏ ।

ବନ୍ଧୁଗଣ ଯଦି ଗୋଚରରେ ଶ୍ରବଣା, ଘନିଷ୍ଠା, ସତଭିଷା, ଚିତ୍ରା, ଅନୁରାଧା, ମୃଗଶିରା, ରେବତୀ, ଅଶ୍ଵିନୀ, ପୁଷ୍ୟା, ହସ୍ତା, ରୋହିଣୀ, ଉତ୍ତରଫାଲ୍ଗୁନୀ, ଉତ୍ତରଶାଖା, ଉତ୍ତରଭାଦ୍ରପଦା ଓ ସ୍ଵାତି ଆଦି ଏହି ନକ୍ଷତ୍ର ଗୁଡିକ ଯଦି ଗୋଚରରେ ଚାଳନ କରୁଥାନ୍ତି । ସେହି ସମୟରେ ଯଦି କୌଣସି କନ୍ୟା ଋତୁମତୀ ହୋଇଥାଏ ।

ତାହେଲେ ସେହି କନ୍ୟା ପାଇଁ ଏହା ବହୁତ ଶୁଭପ୍ରଦ ହୋଇଥାଏ । ଯଦି ଏହି ସବୁ ନକ୍ଷତ୍ର ବ୍ଯତୀତ ବାକି ଅନ୍ୟ ସବୁ ନକ୍ଷତ୍ର ମାନଙ୍କର ସଂଚାର ଚାଲୁଥିବ । ଯଦି ସେହି ସମୟରେ ନାରୀଟିଏ ପ୍ରଥମ କରି ରଜମତୀ ହୋଇଥାଏ । ତାହେଲେ ସେହି ନାରୀ ଜୀବନରେ ଅନେକ ଦୁଃଖ, କଷ୍ଟ ରହିଥାଏ ।

ଶାଶୁଘର, ସନ୍ତାନ ଓ ସ୍ଵାମୀ ଦୁଃଖ ଭଳି ଅନେକ କିଛି ଦୁଃଖ, ଯନ୍ତ୍ରଣା ସେହି କନ୍ୟା ଭାଗ୍ୟରେ ଲେଖାଯାଇଥାଏ । ବନ୍ଧୁଗଣ ପୋଷ୍ଟଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *