କେବଳ ଭାରତ ରେ ନୁହେଁ ପୁରା ଦୁନିଆରେ କେତେକ ପ୍ରଥା ଅଛି ଯାହା ବହୁତ ଭୟଙ୍କର ଅଟେ, ଆପଣଙ୍କୁ ଏମିତି ଗୋଟେ ପ୍ରଥା ବିଷୟରେ କହିବାକୁ ଯାଉଛୁ ଯାହା ଏହି ଦୁନିଆର ସବୁଠାରୁ ନିର୍ଦ୍ଦୟ ପ୍ରଥା ଅଟେ । ଆଫ୍ରିକା ଦ୍ଵିପ ରେ ଗୋଟେ କେନ୍ୟା ନାମର ଦେଶ ଅଟେ, ଏଠାରେ ଖାତନା ନାମକ ଗୋଟେ ପ୍ରଥା ପ୍ରଚଳିତ ଅଛି । ଏହି ପ୍ରଥା ଆଗରେ ଭାରତର ସତୀ ପ୍ରଥା ଓ ବାଲ୍ୟ ବିବାହ ଫିକା ଅଟେ । ଏହି ପ୍ରଥା ରେ ଝିଅକୁ ମାନସିକ ଓ ଶାରୀରିକ ଶୋଷଣ କରା ଯାଏ, ଖତନା କରିବା ପାଇଁ ଝିଅଙ୍କର ଗୋଟେ ନିର୍ଦ୍ଦିଷ୍ଟ ବୟସ ଥାଏ ।
ପ୍ରାୟତଃ ୭-୮ ବର୍ଷ ମଧ୍ୟରେ ସବୁ ଝିଅଙ୍କୁ ଖତନା କରାଯାଏ, ଯେତେବେଳେ ମିଡିଆ ଏହି ସମୁଦାୟ ମୁଖିଆକୁ ପ୍ରଶ୍ନ କଲେ ଯେ ଝିଅଙ୍କ ଖତନା କରିବା କଣ ପାଇଁ ଦରକାର ତେବେ ମୁଖିଆ କହିଲା ଝିଅଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ୪ ଗୁଣ କାମେଛା ଥାଏ ଯାହାକୁ ଚାପିବା ପାଇଁ ଖତନା କରାଯାଏ । ଏହା ଦ୍ଵାରା ଝିଅ ବଡ ହୋଇ ଅନ୍ୟ ପୁରୁଷ ଆଡକୁ ଆକର୍ଷିତ ହୁଅନ୍ତି ନାହିଁ ।
ଏହି ପ୍ରଥା ରେ ଝିଅଙ୍କୁ ଅସହନୀୟ କଷ୍ଟର ସାମ୍ନା କରିବାକୁ ପଡିଥାଏ, ଏହି ପ୍ରଥା ଅନୁସାରେ କୋମଳ ଝିଅଙ୍କୁ ଦାଇ ମା ପାଖକୁ ନିଆଯାଏ ଓ ନିର୍ଦ୍ଦୟ ଭାବରେ ଝିଅଙ୍କର କ୍ଲାଇଟୋରିସକୁ କାଟି ଦିଆଯାଏ, ଏହି ସମୟରେ ବହୁତ ଝିଅ କଷ୍ଟ ସହି ପାରନ୍ତି ନାହିଁ ଓ ମରିଯାନ୍ତି । ଯଦି ଝିଅ କୌଣସି ଭାବରେ କଷ୍ଟ ସହି ବଞ୍ଚିଯାନ୍ତି ତେବେ ଜୀବନ ସାରା ସେ ନିଜ ସହ ହୋଇଥିବା ଏହି ଘଟଣାକୁ କେବେ ଭୁଲି ପାରନ୍ତି ନାହିଁ । ବର୍ତ୍ତମାନର ଗୋଟେ ରିପୋର୍ଟ ଅନୁସାରେ ଖତନା ପ୍ରଥାରେ ପ୍ରାୟତଃ ୭ ଲକ୍ଷ ଝିଅ ପୀଡିତ ଅଛନ୍ତି, ଏହି ପ୍ରଥାରେ ପ୍ରତି ୩ଟି ଝିଅ ମଧ୍ୟରେ ଗୋଟେ ଝିଅ ମୃତ୍ୟୁକୁ ପ୍ରାପ୍ତ ହୋଇଥାଏ, ତଥାପି ଏଠାରେ ଥିବା ଲୋକଙ୍କୁ କିଛି ଫରକ ପଡୁନାହିଁ ।