ୟୁକ୍ରେନ ଯୁଦ୍ଧ ପରେ ଋଷ ଟାର୍ଗେଟ୍ ରେ 31 ଦେଶ, List ଜାରି କଲା ଋଷ, ଦେଖନ୍ତୁ କିଏ ସେହି ସବୁ ଦେଶ…

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି । ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି ଆକଳନ କରିଛନ୍ତି ।

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରି ଋଷ ସାରା ବିଶ୍ଵରେ ଶକ୍ତିଶାଳୀ ହେବାର ପ୍ରମାଣ ଦେଇଛି । ତେବେ ଶକ୍ତିଶାଳୀ ଋଷିଆର ପରବର୍ତ୍ତୀ ଟାର୍ଗେଟ କିଏ । ମିଡିଆ ରିପୋର୍ଟସ ଅନୁସାରେ ପୁଟିନ ସରକାରଙ୍କ ଟାର୍ଗେଟରେ ଏବେ ଅଛନ୍ତି ୩୧ ଦେଶ । ୟୁକ୍ରେନ ଋଷିଆ ମହାଯୁଦ୍ଧ ମଧ୍ୟରେ ଶତ୍ରୁ ଦେଶଙ୍କ ତାଲିକା ଜାରି କରିଛି ଋଷିଆ । ଏଥିରେ ଆମେରିକା ଓ ୟୁକ୍ରେନ ସମେତ ୩୧ଟି ଦେଶ ସାମିଲ ଅଛନ୍ତି ।

ଋଷିଆ ନିଜ ଶତ୍ରୁ ଦେଶ ତାଲିକା ବାହାର କରିଥିବା ନେଇ ଦାବି କରିଛି ଚୀନର ଗଣମାଧ୍ୟମ CGTN । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘର ସଦସ୍ୟ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ । କେବଳ ୟୁରୋପୀୟ ସଂଘର ୨୭ଟି ଦେଶ ଏଥିରେ ସାମିଲ ଅଛନ୍ତି । ଆଉ ଏହି ଲିଷ୍ଟ ସାମ୍ନାକୁ ଆସିବା ପରେ ସାରା ବିଶ୍ଵରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବନ୍ଧୁଗଣ ୟୁକ୍ରେନକୁ ଆକ୍ରମଣ କରିବା ପୁଟିନଙ୍କ ପ୍ଳାନ ବିଷୟରେ ଜାଣି ଥରହର ବିଶ୍ଵ । ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ହତ୍ୟା କରି ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବା ଲକ୍ଷରେ ଅଛନ୍ତି । ବିଶ୍ଵର ୩୧ଟି ଦେଶ ଏବେ ପୁଟିନଙ୍କ ଟାର୍ଗେଟରେ ଅଛନ୍ତି । ଆମେରିକା, ବ୍ରିଟେନ, ଜାପାନ ଓ ୟୁରୋପୀୟ ସଂଘ ସହ ଅନେକ ଦେଶକୁ ପାନେ ଦେବା ପାଇଁ ଚିନ୍ତା କରୁଛନ୍ତି ପୁଟିନ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ପୁଟିନଙ୍କ ଚାଲାକି ସାମ୍ନାରେ ହାର ମାନିଛି ଆମେରିକା ।

ଆମେରିକା ସମେତ ବିଶ୍ଵର ଅନେକ ରାଷ୍ଟ୍ରପତିଙ୍କୁ ଚକମା ଦେଇ ପାରନ୍ତି ପୁଟିନ । ପୁଟିନଙ୍କ ମୁଣ୍ଡରେ କଣ ଚାଲିଛି ତାହା ବିଷୟରେ କେହି ବି ଜାଣି ନାହାନ୍ତି । ଆମେ ସମସ୍ତେ ଜାଣିଛୁ ରାଷ୍ଟ୍ରପତି ହେବା ପୂର୍ବରୁ ପୁଟିନ ଜେନ ସଫଳ ଗୁପ୍ତଚର ଥିଲେ । ତାଙ୍କ ରଣନୀତି ବିଷୟରେ ଋଷିଆର କେତେକ କର୍ମଚାରୀ ମାନେ ବି ଜାଣି ନାହାନ୍ତି । ଏବେ ପୁଟିନ ଆମେରିକା ସମେତ ୩୧ ଦେଶକୁ ପାନେ ଦେବା ପାଇଁ ଚିନ୍ତା କରୁଛନ୍ତି ପୁଟିନ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *