ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଚୀନ ରଖିଥିଲା କଡା ନଜର, କିନ୍ତୁ LAC ରେ ଖେଳ କରିଦେଲା ଭାରତ…

ନମସ୍କାର ବନ୍ଧୁଗଣ ତେବେ ବଢ଼ୁଛି ଯୁଦ୍ଧର ବିଭୀଷିକା । ୧୨ ଦିନରେ ରୁଷ-ୟୁକ୍ରେନ୍ ଲଢ଼େଇ । ଋଷର ଘନଘନ ରକେଟ ମାଡରେ ୟୁକ୍ରେନର କେନ୍ଦ୍ରୀୟ ପଶ୍ଚିମାଞ୍ଚଳର ରାଜଧାନୀ ଭିନେସ୍ତିଆ ବିମାନବନ୍ଦର ଧ୍ୱଂସ ହୋଇଛି । ୮ଟି କ୍ଷେପଣାସ୍ତ୍ର ମାଡ କରି ଋଷ ସେନା ଏହାକୁ ନଷ୍ଟ କରିଛି । ଦାବି ପୂରଣ ହେଲେ ୟୁକ୍ରେନରେ ଯୁଦ୍ଧ ବିରତି ଘୋଷଣା କରିବାକୁ ପୁଟିନ୍ ସ୍ପଷ୍ଟ କରିଛନ୍ତି । ତେବେ ୟୁକ୍ରେନ୍ ଆକାଶମାର୍ଗକୁ ନୋ ଫ୍ଳାଇଂ ଜୋନ୍ ଘୋଷଣା କରିବାକୁ ନାଟୋ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିବା ବେଳେ ନାଟୋ ଏହାକୁ ଆଗ୍ରାହ୍ୟ କରି ଦେଇଛି ।


ଯଦି ୟୁକ୍ରେନ୍ ଆକାଶ ସୀମା ବନ୍ଦ କରାଯାଏ ତେବେ ଶତ୍ରୁପକ୍ଷର କୌଣସି ବିମାନ ଏହା ଉପରେ ଉଡି ପରିବନି । ତେବେ ନାଟୋ ଯଦି ଏହାକରେ, ତେବେ ସିଧା ସଳଖ ଯୁଦ୍ଧରେ ସାମିଲ ହୋଇଛି ବୋଲି ବୁଝିବାକୁ ହେବ ଓ ଏହାର ପରିମାଣ ଅଧିକ ଭୟଙ୍କର ହେବ ବୋଲି ପୁଟିନ୍ ପାଲଟା ଧମକ ଦେଇଛନ୍ତି । ଆଜି ପୁଣି ଦ୍ୱିପାକ୍ଷିକ ପ୍ରତିନିଧି ମଣ୍ଡଳୀର ୩ୟ ପର୍ଯ୍ୟାୟ ଆଲୋଚନା ହେବ ।

ତେବେ ଏହି ଯୁଦ୍ଧ ରେ ଚୀନ ର ଧ୍ୟାନ ସେପଟେ ଥିବା ବେଳେ । ବର୍ତ୍ତମାନ ଭାରତ ଏହାର ସୁଯୋଗ ନେଇ ନିଜର ଏଲଏସି ଠାରେ ଏକ ନୂତନ ଦଳ ଗଠନ କରି ନିଜର ସାମରିକ ଶକ୍ତି କୁ ସଦୃଢ଼ କରି ସାରିଲାଣି । ତେବେ ଚୀନ ସହିତ ଲଢ଼ିବା ପାଇଁ ଭାରତ ନିଜର ଏକ ଜବରଦସ୍ତ ସୌନ୍ୟ ବାହିନୀ ଗଠନ କରି ସାରିଛି ଯାହାର ନାମ ଦିଆ ଯାଇଛି ଚୀନ ସ୍ପେଶାଲ । ତେବେ ଏହାକୁ କେବଳ ୨୧ ମାସ ଭିତରେ ପ୍ରସ୍ତୁତ କରାଯାଇଛି । ତେବେ ଏହି ଚୀନ ସ୍ପେଶାଲ ତୁକଡା ରେ ଭାରି ଅସ୍ତ୍ରଶସ୍ତ୍ର ରହିବା ସହ ୭୦ ହଜାର ସୌନିକ ଅଛନ୍ତି ।


ତେବେ ଏହି ସୌନ୍ୟ ଦଳ ସିଲିଗୁଡି ଠାରେ ଯୁଦ୍ଧ ଅଭ୍ୟାସ ମଧ୍ୟ କରିଥିଲା । ତେବେ ଭାରତ ସହିତ ଚୀନର ସୀମା ବିବାଦ ଉଗ୍ର ରୂପ ନେଇଥିବା ବେଳେ ଏପର୍ଯ୍ୟନ୍ତତ ସମସ୍ୟାର ସମାଧାନ କରୁନାହିଁ ଡ୍ରାଗନ୍ । ଏଭଳି ସ୍ଥିତିରେ ସୀମାରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆଉ ଏକ ନୂଆ ଚାଲ୍ ଖେଳିଛି ଚୀନ୍ । ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ରେଖାକୁ ନେଇ ଭାରତ ସହିତ ଚାଇନାର ଦୀର୍ଘ ଦିନରୁ ବିବାଦ ଲାଗି ରହିଛି ।

କିଛି ସମୟରେ ଭାରତ ସୀମାରେ ଚୀନ୍ ପ୍ରବେଶ କରିବାକୁ ଚେଷ୍ଟା କରିଆସିଛି ମାତ୍ର ଚୀନ୍ ର ସେ ଆଶା ସଫଳ ହୋଇନାହିଁ । ଭାରତ ପକ୍ଷରୁ କଡ୍ଡା ଯବାବ୍ ପାଇବା ପରେ ଚୀନ ଏବେ କେବଳ ଔଷଧ ବିକଳରେ ତାଟିଆ କମୁଡିବା ପରିସ୍ଥିତିରେ ରହିଛି । ତେବେ ଏଭଳି ଭୟଙ୍କର ବିବାଦ ମଧ୍ୟରେ ଚୀନ୍ ରେ ଗତବର୍ଷ ନୂଆ କାନୁନ୍ ଲାଗୁ ହେବାକୁ ଯାଉଛି । ଯାହା ନିକଟରେ ଚାଇନା ସରକାରଙ୍କ ଦ୍ୱାରା ପାସ୍ ହୋଇଛି । ଚୀନ୍‌ରେ ନୂଆ ଭୂମି ସୀମା କାନୁନ୍ ଲାଗୁ ହେବାକୁ ଯାଉଛି । ଯାହା ଦ୍ୱାରା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚୀନ ଜନବସତି ସୃଷ୍ଟି କରିବାକୁ ଚାହୁଁଛି ।

ଭାରତ ଓ ଭୁଟାନ୍ ସହିତ ଡ୍ରାଗନ୍‌ର ସୀମା ବିବାଦ ଲାଗି ରହିଛି ଏଭଳି ସ୍ଥିତିରେ ଚୀନ୍ ନୂଆ ଭୂମି ସୀମା କାନୁନ୍ ଭଳି ଚାଲାକି କରିଛି । ଯଦି ସୀମା ନିକଟରେ ଜନବସତି ସୃଷ୍ଟି ହୁଏ ତେବେ ଅନ୍ୟ ଦେଶ ମାନଙ୍କ ସହିତ ଚୀନ୍‌ର ବିବାଦ ଦେଖାଦେବା ପରେ ମଧ୍ୟ ସେହି ଦେଶ ମାନେ ଏତେ ସହଜରେ ଡ୍ରାଗନ୍ ସୀମା ଉପରକୁ ଆକ୍ରମଣ କରିପାରିବେ ନାହିଁ । ଯାହା ପରୋକ୍ଷ ଭାବରେ ଚୀନ ପାଇଁ ଏକ କବଚ ହେବାକୁ ଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *