ୟୁକ୍ରେନ ବର୍ଡରରେ ମୋଦୀ ସେନା ! ଦେଖନ୍ତୁ…

ବନ୍ଧୁଗଣ ଗତ ୬ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।


ବନ୍ଧୁଗଣ ୟୁକ୍ରେନ ସହ କେତେକ ୟୁରୋପୀୟ ଦେଶ ଥିବା ବେଳେ ଏହି ଯୁଦ୍ଧ ଋଷ ଏକା ଲଢୁଛି । ତେବେ ବନ୍ଧୁଗଣ ୟୁକ୍ରେନରେ କେତେକ ଭାରତୀୟ ନାଗରିକ ମାନେ ଫଶି ରହିଥିବା ଖବର ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଏବେ ୟୁକ୍ରେନ ବର୍ଡର ଉପରେ ଭାରତୀୟ ସେନା ଯବାନ ମାନେ ଯାଇ ସେଠାରେ ଥିବା ଭାରତୀୟ ନାଗରିକଙ୍କୁ ଉଧାର କରୁଛନ୍ତି । ବନ୍ଧୁଗଣ ଋଷିଆ ରାଷ୍ଟ୍ରପତି ପୁଟିନ ୟୁକ୍ରେନର ରାଜଧାନୀ କିବ୍ କୁ କବଜା କରିବା ପୂର୍ବରୁ ଶେଷ ଆଲର୍ଟ ଜାରି କରିଥିଲେ ।

ସେହି ସମୟରେ ୟୁକ୍ରେନରେ ଫଶି ରହିଥିବା ଆମ ଭାରତୀୟ ନାଗରିକ ମାନଙ୍କୁ ସେଲଟର ଯିବା ପାଇଁ କୁହାଗଲା ହେଲେ ସେଲଟର ବି ଫୁଲ ଥିଲା । ବନ୍ଧୁଗଣ ଯେତେବେଳେ ସମସ୍ତେ ପଛ ଘୁଞ୍ଚା ଦେଲେ ସେତେବେଳେ ମୋଦୀ ଆଗକୁ ଆସିଲେ ।ବନ୍ଧୁଗଣ ଗତ କାଲି ଏକ ଦୁଃଖର ଖବର ସାମ୍ନାକୁ ଆସିଥିଲା, ୟୁକ୍ରେନରେ ଯୁଦ୍ଧ ହେତୁ ଏକ ଭାରତୀୟ ଛାତ୍ରର ମୃତ୍ୟୁ ହୋଇଥିଲା ।

ଛାତ୍ରର ମୃତ୍ୟୁ ହେବା ପୂର୍ବରୁ ମଧ୍ୟ ଭାରତ ସରକାର ସେମାନଙ୍କୁ ସୁରକ୍ଷିତ ଭାବରେ ଉଧାର କରିବାର ଅଭିଯାନ ଆରମ୍ଭ କରିଦେଇଥିଲେ । ବନ୍ଧୁଗଣ ଏହି ଉଧାର ଅଭିଯାନ ଉପରେ ନଜର ରଖିବା ପାଇଁ ନରେନ୍ଦ୍ର ମୋଦୀ ୪ଟି ମନ୍ତ୍ରୀଙ୍କୁ ପଠାଇ ଛନ୍ତି ।ଅନେକ ଛାତ୍ର ମାନଙ୍କୁ ଭାରତ ଅଣା ଯାଇଛି ହେଲେ ବର୍ତ୍ତମାନ ମଧ୍ୟ କେତେକ ଛାତ୍ର ୟୁକ୍ରେନରେ ଫଶି ରହିଛନ୍ତି ।

ଋଷିଆ ରାଷ୍ଟ୍ରପତି ପୁଟିନ ଏବେ ୟୁକ୍ରେନ ଉପରେ ଭୀଷଣ ରୂପରେ ଆକ୍ରମଣ କରି ଚାଲି ଛନ୍ତି ତେବେ ଏମିତି ପରିସ୍ଥିତିରେ ଯଥା ଶୀଘ୍ର ମୋଦୀ ସେଠାରେ ଫଶି ଥିବା ନାଗରିକ ମାନଙ୍କୁ ଉଧାର କରିବାର ଅଭିଯାନକୁ ଆରମ୍ଭ କରିସାରିଛନ୍ତି । ଭାରତର ୪ ଜଣ ମନ୍ତ୍ରୀ ୟୁକ୍ରେନ ବର୍ଡର ଉପରେ ଉପସ୍ଥିତ ଅଛନ୍ତି ବୋଲି ଖବର ମିଳିଛି । ଏହା ସହ ଭାରତୀୟ ସେନା ମଧ୍ୟ ୟୁକ୍ରେନ ବର୍ଡର ଉପରେ ରହି ଫଶି ଥିବା ନାଗରିକଙ୍କୁ ଉଧାର କରୁଛନ୍ତି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।  

Leave a Reply

Your email address will not be published. Required fields are marked *