ସଉତୁଣୀ ହେବାକୁ ସଜବାଜ ହେଉଛନ୍ତି Jagrati, ସୋସିଆଲ ମିଡିଆରେ ବର୍ଷାଙ୍କୁ ଦେଖେଇ ଦେଖେଇ ଲେଖୁଛନ୍ତି କିଛି ଏମିତି…

ବନ୍ଧୁଗଣ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବର୍ଷା ଓ ଅନୁଭବଙ୍କ ମାମଲାଟି ଏବେ କୋର୍ଟରେ ବିଚାରଧିନ ରହିଥିବା ବେଳେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଏବେ ବିବାଦରେ ଫସି ଯାଇଛନ୍ତି । ଅନୁଭବ ଓ ବର୍ଷାଙ୍କ ମାମଲାରେ ଏବେ ଜାଗୃତିଙ୍କ ଭୂମିକା ସାରିବାର ନାଁ ନଉ ନାହିଁ । ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ।

ଜାଗୃତି ସଉତୁଣୀ ହେବା ପାଇଁ ସଜବାଜ ହେଉଛନ୍ତି କି । ବର୍ଷାଙ୍କୁ ଦେଖେଇ ଦେଖେଇ ଗୋଟେ ପରେ ଗୋଟେ କଥା ଫେସବୁକ କାନ୍ଥରେ ଲେଖି ଚାଲି ଛନ୍ତି । କେତେବେଳେ ଏକାଧିକ ନାଁ ନିଜ ଡକ୍ୟୁମେଣ୍ଟରେ ଲେଖିବା କଥା ହେଉ ତ କେତେବେଳେ ନିଜ ଶାଶୁ ଶଶୁରଙ୍କୁ ବର୍ଷା କିପରି ହତାଦର କରୁଛନ୍ତି ସେ କଥା ଲୋକଙ୍କୁ ଜଣାଉ ଛନ୍ତି ଜାଗୃତି ।

ଦୁନିଆ ସାମ୍ନାରେ ଜାଗୃତି ଅଣ୍ଟା ଭିଡି ସାରିଲେଣି ବର୍ଷାଙ୍କ ସହ ଶୀତଳ ଯୁଦ୍ଧ କରିବାକୁ । ଅନୁଭବ ମହାନ୍ତି କେବଳ ତାଙ୍କର ଭଲ ବନ୍ଧୁ ବୋଲି ଉଭୟ ପରିଚୟ ଦେଉଛନ୍ତି କିନ୍ତୁ ବୁଲେଇ ବାଲେଇ ପରସ୍ପରର ହିତକଥା ହିଁ କହୁଛନ୍ତି । ଆପଣ ନିଜେ କୁହନ୍ତୁ କେହି ଜଣେ ନିଜର ହିଁ ଏତେ କଥା ଭାବି ପାରିବ ଓ ତା ପାଇଁ ଛିଡା ହେଇପାରିବ । ଅନୁଭବ ମହାନ୍ତିଙ୍କ ଲିଗାଲ ସ୍ତ୍ରୀ ବର୍ଷାଙ୍କୁ ବୁଲେଇ ବାଲେଇ ଅନେକ କଥା ଲେଖି ସାରିବା ପରେ ଏବେ ଶାଶୁ ଶଶୁରଙ୍କ ଚିନ୍ତା ଘାରିଛି ଜାଗୃତି ଶୁକ୍ଲାଙ୍କୁ ।

ଜାଗୃତି ଆଜି ତାଙ୍କ ନୂଆ ଫେସବୁକ ପୋଷ୍ଟରେ ଲେଖିଛନ୍ତି-‘ଜଣେ ଅଭିନେତାଙ୍କ ବୟସ୍କ ବାପା ମାଆ ତାଙ୍କର ପୁରା ପରିବାର ଏମିତି କି ତାଙ୍କ ସାନ ଭାଇଙ୍କ ପତ୍ନୀ ଏବଂ ଛୁଆ ମଧ୍ୟ ଦେଢ ବର୍ଷ ହେବ ଏକ ଭଡା ଘରେ ରହୁଛନ୍ତି । ଅଥର୍ଜ ତାଙ୍କର ଅଲଗା ହୋଇଥିବା ସ୍ତ୍ରୀ କେବଳ ପୈତୃକ ଘରେ ରହୁଛନ୍ତି । ହେଲେ ଏ ସମ୍ପର୍କରେ କେହି ଏ ଯାଏଁ ପ୍ରଶ୍ନ କରୁଛନ୍ତି କି ।

ଆଗକୁ ସେ ଲେଖିଛନ୍ତି-‘ଘରେ ଅନ୍ୟ ବୋହୁ ମାନେ ବି ଅଛନ୍ତୁ ଆଉ ସେମାନେ ବହୁତ ଖୁସିରେ ଚଳୁ ଛନ୍ତି । କିନ୍ତୁ ଏହି ସମ୍ପର୍କରେ କୌଣସି ମିଡିଆ ହାଉସ ପ୍ରଶ୍ନ କରିଛନ୍ତି କି । କୌଣସି ମିଡିଆ ହାଉସକୁ ଏଠି ମସଲା ମିଳିବ ନାହିଁ ତେଣୁ ମୋର ଏହି ପୋଷ୍ଟକୁ ନେଇ ସେମାନେ ନ୍ଯୁଜ ମଧ୍ୟ କରିବେ ନାହିଁ’ ।ବନ୍ଧୁଗଣ ଯେତେବେଳେ ଅନୁଭବ ମହାନ୍ତି ନିଜ ପୁରା ପରିବାର ସହ ଦିଲ୍ଲୀ ଚାଲିଯାଇଥିଲେ ସେତେବେଳେ ବର୍ଷା ପ୍ରିୟଦର୍ଶନୀଙ୍କୁ ନେଇ ନଥିଲେ ।

ସେତେବେଳେ ବର୍ଷା ଏକା ରହିଥିଲେ ଆଉ ଏହାକୁ ନେଇ ମଧ୍ୟ ବର୍ଷା ଅନେକ କଥା କହିଛନ୍ତି । ଅନ୍ୟ ପକ୍ଷରେ ବର୍ଷା ପ୍ରିୟଦର୍ଶନୀ ଜାଗୃତିଙ୍କ ନାଁରେ ଏତଲା ମଧ୍ୟ ଦେଇଛନ୍ତି । ଫ୍ରଡ କହିଥିବାରୁ ଜାଗୃତିଙ୍କ ନାଁରେ ମାନହାନି ମକଦମା କରିଛନ୍ତି ବର୍ଷା ତଥାପି ଜାଗୃତି ପଛକୁ ହଟି ନଥିବା ଦେଖା ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *