SSR କେସ- ଏବେ ସାମ୍ନାକୁ ଆସିଲେ ସୁଶାନ୍ତଙ୍କ ସାଙ୍ଗ ସନ୍ଦିପ ସିଂହ ଓ କହିଲେ କିଛି ଏମିତି ରାଜ, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ସିବିଆଇ ସମସ୍ତଙ୍କ ବୟାନ ନେବା ପରେ ସୁଶାନ୍ତଙ୍କ ସାଙ୍ଗ ସନ୍ଦିପ ସିଂହଙ୍କର ବୟାନ ନେଇଛି । ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖୁଲାସା ବିଷୟରେ କହିବାକୁ ଯାଉଛୁ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁଶାନ୍ତଙ୍କ ମୃତ୍ୟୁ ପରେ ସନ୍ଦିପ ପୋଷ୍ଟମଟମ ଓ ଅନ୍ତିମ ସଂସ୍କାର ସମୟରେ ରହିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ସନ୍ଦିପ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୁଶାନ୍ତଙ୍କର ବିଭିନ୍ନ ପୋଷ୍ଟ ସେୟାର କରିଥିଲେ । ହେଲେ ଅନ୍ୟ ତରଫରୁ ସନ୍ଦିପଙ୍କ ଉପରେ ପ୍ରଶ୍ନ ଆସିଥିଲା ଯେ, ସନ୍ଦିପ କେବେ ସୁଶାନ୍ତଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରିନାହାନ୍ତି, ତା ହେଲେ ସେ ସୁଶାନ୍ତଙ୍କ ପ୍ରତି କାହିଁକି ଏତେ ସହାନୁଭୂତି ଦର୍ଶାଉଛନ୍ତି, କଣ ସେ କିଛି ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ?


ମିଡିଆ ତରଫରୁ ଆସୁଥିବା କେତେକ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରଥମ ଥର ସନ୍ଦିପ ମିଡିଆ ମାଧ୍ୟମରେ ନିଜର ପକ୍ଷ ରଖିଛନ୍ତି, ସନ୍ଦିପ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଆମ୍ବୁଲେନ୍ସ ଡ୍ରାଇଭର ଓ ସୁଶାନ୍ତଙ୍କ ଭଉଣୀଙ୍କ ସହ କରିଥିବା ୱାଟସପ୍ ଚାଟିଙ୍ଗର ସ୍କ୍ରିନସଟକୁ ସେୟାର କରିଛନ୍ତି । ସନ୍ଦିପ ସିଂହଙ୍କୁ ମିଡିଆ ପ୍ରଶ୍ନ ପଚାରିଥିଲା ଯେ, ଆପଣ ଗତ ଏକ ବର୍ଷ ହେବ ସୁଶାନ୍ତଙ୍କ ସହ ସମ୍ପର୍କରେ ନ ଥିଲେ, ହେଲେ ହଠାତ ଆପଣ ସୁଶାନ୍ତଙ୍କ ମୃତ୍ୟୁ ଦିନରେ କାହିଁକି ସକ୍ରିୟ ହୋଇଗଲେ ?


ସନ୍ଦିପ ଏହାର ଉତ୍ତର ଦେଇ କହିଲେ, ମୁ ବିହାରର ଏକ ପରିବାରରୁ ଆସିଛି, ଯଦି ଆମେ ଅଜଣା ବ୍ୟକ୍ତିର ଶବକୁ ଦେଖିବୁ ତା ହେଲେ ମାନବିକତା ଦୃଷ୍ଟିରୁ ଆମେ ତାକୁ ସାହାର୍ଯ୍ୟ କରି କାନ୍ଧରେ ରଖିବୁ । ହେଲେ ସୁଶାନ୍ତ ମୋର ସାଙ୍ଗ ଥିଲା, ସୁଶାନ୍ତର ମୋର ବନ୍ଧୁତା ୨୦୧୧ରୁ ରହିଛି ।

ସନ୍ଦିପ ଲେଖିଥିଲେ ଯେ, ‘କ୍ଷମା କର ଭାଇ, ମୋର ୨୦ ବର୍ଷର ଇମେଜ ଓ ପରିବାର ଭାଙ୍ଗି ଦିଆଯାଇଛି, ମୋତେ ଜଣା ନଥିଲା ଯେ, ଆଜିର ସମୟରେ ମଧ୍ୟ ବନ୍ଧୁତାର ପ୍ରମାଣ ପତ୍ର ଦେବାର ଆବଶ୍ୟକତା ରହିଥାଏ । ଆଜି ମୁ ମୋର ବ୍ୟକ୍ତିଗତ ଚାଟିଙ୍ଗକୁ ସାର୍ବଜନୀନ କରୁଛି, କାରଣ ଏହା ହେଉଛି ଏକ ମାତ୍ର ଉପାୟ ଯାହା ସୁଶାନ୍ତ ଓ ମୋ ମଧ୍ୟରେ ଥିବା ସମ୍ପର୍କର ପ୍ରମାଣ ଦେଉଛି ।

ସନ୍ଦିପ ଲେଖିଥିଲେ ଯେ, ୧୪ ଜୁନ ରେ ଯେବେ ମୁ ସୁଶାନ୍ତଙ୍କ ବିଷୟରେ ଶୁଣିଲି ମୁ ନିଜକୁ ଅଟକାଇ ପରିଲି ନାହିଁ, ମୁ ସୁଶାନ୍ତ ଘରକୁ ଦୌଡି ଚାଲି ଆସିଲି । ସେଠାରେ କେବଳ ମିତୁ ଦିଦିଙ୍କ ଛଡା ଅନ୍ୟ କେହି ନଥିଲେ ଯାହା ଫଳରେ ମୁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ମୁ ଆଜି ମଧ୍ୟ ଚିନ୍ତା କରୁଛି ଯେ, ସେ ଦିନ ମୁ ସୁଶାନ୍ତର ଭଉଣୀଙ୍କ ସହ ଛିଡା ହୋଇ କଣ ବହୁତ ବଡ ଭୁଲ କରିଛି ନା ମତେ ଅନ୍ୟ ମାନଙ୍କର ଆସିବାର ଅପେକ୍ଷା କରିବା ଉଚିତ ଥିଲା । କେବଳ ମୁ ମୋ ଉପରେ ଲାଗିଥିବା ଆରୋପକୁ ହଟାଇବା ପାଇଁ ଚାହୁଁଛି । କାରଣ ମୁ କିଛି ଭୁଲ କରିନାହିଁ, ମୋ ବିଷୟରେ ଯାହା କୁହାଯାଉଛି ତାହା ସବୁ ମିଛ ।

Leave a Reply

Your email address will not be published. Required fields are marked *