ବିବାହ କଲେ Dutee Chand ? ଫଟୋ ଭାଇରାଲ ହେବା ପରେ ଲୋକ କହିଲେ ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଣି ଚର୍ଚ୍ଚାରେ ସ୍ପ୍ରିଣ୍ଟର ଷ୍ଟାର ଦୂତୀଚାନ୍ଦ । ବର୍ତ୍ତମାନ ସେ ତାଙ୍କ ସାଥି ଙ୍କ ସହିତ ଫଟୋ କୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ମୋନାଲିସା ଙ୍କ ସହିତ ସେ ଦୂତୀ ଙ୍କର ଏହି ଫଟୋକୁ ସୋ-ସି-ଆ-ଲ ମି-ଡି-ଆରେ ନିଜେ ସେୟାର ସହିତ ସେ ପୂର୍ବରୁ ମଧ୍ୟ ତାଙ୍କୁ ଭଲ ପାଉଥିଲେ, ଆଜି ମଧ୍ୟ ତାଙ୍କୁ ଭଲ ପାଉଛନ୍ତି ଏବଂ ସବୁଦିନ ଏହିଭଳି ତାଙ୍କୁ ଭଲ ପାଉଥିବେ ବୋଲି ଲେଖିଛନ୍ତି ଦୂତୀ ।

ବିବାହ ମଣ୍ଡପର ଏହି ଫଟୋକୁ ନେଇ ଜାତୀୟ ଗଣ ମାଧ୍ୟମରେ ଦୂତୀ ଚାନ୍ଦ ବିବାହ କରିଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଡିସେମ୍ବର 2 ତାରିଖରେ ଏହି ଫଟୋ ସେୟାର କରିଛନ୍ତି ଦୂତୀ । ନିଜ ଭଉଣୀ ଙ୍କ ବିବାହ ସମୟରେ ଏହି ଫଟୋକୁ ସେ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏପରିକି ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଅନେକ ୟୁଜର୍ସ ତାଙ୍କୁ ବିବାହ ପାଇଁ ଶୁଭେଛା ଜଣାଇଥିବା ଦେଖିବାକୁ ମିଳିଛି ।

ଜାତୀୟ ଗଣମାଧ୍ୟମକୁ ନେଇ ଏହିଭଳି ପ୍ରତିକ୍ରିୟା ରଖିଥିଲେ ଓଡିଶାର ଏହି ଆନଥ୍ଳେଟିକ । ଦୂତୀ ଚାନ୍ଦ କହିଛନ୍ତି ଯେ ଲୋକେ ଯାହା ଭାବୁଛନ୍ତି ଯେ ତାଙ୍କର ବିବାହ ହୋଇଗଲା ତାହା ସଂପୂର୍ଣ୍ଣ ଭାବରେ ମିଛ ଅଟେ । ତାଙ୍କ ସାନ ଭଉଣୀ ଙ୍କର ନଭେମ୍ବର ୩୦ ରେ ବିବାହ ହୋଇଥିଲା । ସେହିଥିରେ ସବୁ ଗେଷ୍ଟ ମାନେ ମଧ୍ୟ ଆସିଥିଲେ ।

ତାଙ୍କ ପାର୍ଟନର ମଧ୍ୟ ଆସିଥିଲେ । ଏବଂ ସେହି ସମୟରେ ସେ କିଛି ଫଟୋ ମଧ୍ୟ ଷ୍ଟେଜ ଉପରେ ସୁଟ କରିଥିଲେ । ଆଉ ସେହି ଫଟୋରୁ୨ ରୁ ୩ ଟି ପୋଷ୍ଟ କରିଥିଲେ ସେ ତାଙ୍କ ସୋ-ସି-ଆ-ଲ ଆକାଉଣ୍ଟରେ । ଏହି ଫଟୋ କୁ ଦେଖି ଲୋକେ ଭାବୁଛନ୍ତି ତାଙ୍କର ବିବାହ ହୋଇଗଲା ବୋଲି କିନ୍ତୁ ତାଙ୍କର ବିବାହ ହୋଇନାହିଁ । ଭଲପାଇବା ସେହିଭଳି ଅଛି ଆଉ ଦିନେ ନା ଦିନେ ବିବାହ କରିବେ ।

ବିବାହ କରିବା ନିମନ୍ତେ ସେହି ସମୟ ବର୍ତ୍ତମାନ ଆସିନାହିଁ । ସେହି ସମୟ ଆସିଲେ ସେ ନିଶ୍ଚିତ ଭାବରେ ଜଣାଇବେ ବୋଲି କହିଛନ୍ତି । ବର୍ତ୍ତମାନ ସେମିତି କିଛି ପ୍ଳାନ ନାହିଁ ବୋଲି ସେ କହିଛନ୍ତି । ଆଗକୁ ବହୁତ ବଡ ବଡ ମେଘା କମ୍ପିଟିସନ ରହିଛି ବୋଲି ସେ କହିଛନ୍ତି ।

କ୍ରିଡା କ୍ଷେତ୍ରରେ ସେ ଅନେକ ଗୌରବ ତଥା ପ୍ରଶଂସାର ପାତ୍ର ହୋଇଛନ୍ତି ସେହିଭଳି ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସେଲିବ୍ରେଟି ହେବାପରେ ସବୁବେଳେ ଚର୍ଚ୍ଚାରେ ରହୁଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *