Riya ଙ୍କ reception ପାର୍ଟିରେ Aparajita-Prakruti ମୁହାଁମୁହିଁ ! ଆଉ ତା’ ପରେ କଣ ହେଲା ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ରିୟା ଙ୍କ ଭୋଜିରେ ଏକାଠି ଯାଇ ପହଞ୍ଚିଲେ ଅପରାଜିତା ମହାନ୍ତି ଏବଂ ପ୍ରକୃତି ମିଶ୍ର । ରିୟା ଙ୍କ ସହିତ ମିଶି ଫଟୋ ଉଠାଇଲେ ଏହା ସହିତ ରିସେପସନ ଭୋଜି ମଧ୍ୟ ଖାଇଲେ । ଖବର ଅନୁଯାୟୀ ପାରିବାରିକ ବିବାଦ ପରେ ଏକାଠି ଗୋଟିଏ ବାହାଘରର ଭୋଜିରେ ଦେଖା ହୋଇଛନ୍ତି ଅପରାଜିତା ଏବଂ ପ୍ରକୃତି । ରିୟା ଙ୍କ ଭୋଜିରେ ଖାଲି ଅପରାଜିତା ପହଞ୍ଚିଥିଲେ ମାତ୍ର ବାବୁସାନ ଆସିନଥିଲେ ।

ଓଡିଆ ଚଳଚିତ୍ର ଜଗତର ଏକ ଚର୍ଚ୍ଚିତର ନାୟିକା ରିୟା ଦେ’ ପ୍ରେମ ବିବାହ କରିଛନ୍ତି । ଗତ ୩୦ ତାରିଖରେ ବିବାହ କରିଥିବା ବେଳେ, ଗତକାଲି ଶୁକ୍ରବାର ତାଙ୍କର ଥିଲା ରିସେପସନ ଭୋଜି । ତାଙ୍କ ଭୋଜିରେ ପହଞ୍ଚିଥିଲେ ଓଡିଆ ସିନେମା ଜଗତର ନାମିଦାମୀ କଳାକାର । ରିୟା ଙ୍କ ସହିତ ଯାଇ ସେମାନେ ଫଟୋ ମଧ୍ୟ ଉଠାଇଥିବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା ।

ତେବେ ଅପରାଜିତା ମହାନ୍ତି ଏବଂ ପ୍ରକୃତି ମିଶ୍ର ଙ୍କ ମଧ୍ୟରେ ଭେଟାଭାଟି ହୋଇଥିଲା ବୋଲି ସୂଚନା ମିଳିଥିଲା । ଦୁହେଁ ରିୟା ଙ୍କ ସହିତ ଯାଇ ଫଟୋ ଉଠାଇବା ସହିତ ଭୋଜି ଖାଇଥିଲେ । ବିଗତ ଦିନରେ ପ୍ରକୃତି ଏବଂ ଅପରାଜିତା ଙ୍କ ପାରିବାରିକ ବିବାଦ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏଥିପାଇଁ ସମସ୍ତେ ଭାବୁଥିଲେ ଯେ ଯେଉଁଠିକୁ ସମସ୍ତେ ଯିବେ ସେଟାକୁ ଅପରାଜିତା କେବେ ମଧ୍ୟ ଯିବେ ନାହିଁ ।

ମାତ୍ର ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଅପରାଜିତା । ଭୋଜିରେ ଦୁଇ ଜଣଙ୍କୁ ଏକାଠି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରିୟା ବର୍ତ୍ତମାନ ବିବାହ ପରେ ନିଜ ଶାଶୁଘରେ ବେସ ଖୁସ ନଜର ଆସିଥିବାର ସୂଚନା ମିଳିଛି । ତେବେ ରିୟା ଓଡିଆ ଇଣ୍ଡଷ୍ଟ୍ରୀରେ ସୁପରହିଟ ଫିଲ୍ମ ଦେଇଥିବା ବେଳେ ତାଙ୍କ ବିବାହ ଅବସରରେ ଫ୍ୟାନ୍ସ ମାନଙ୍କ ତରଫରୁ ଶୁଭେଛାର ସୁଅ ଛୁଟିଥିବାର ଦେଖିବାକୁ ମିଳିଥିଲା ।

ସୁନୀଲ ମଧ୍ୟ ରିୟା ଙ୍କୁ ପାଇ ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲା । ବନ୍ଧୁ ପରିବାର ବର୍ଗ ଆନନ୍ଦ ର ସହିତ ଆଶୀର୍ବାଦ କରିଥିଲେ । ୨୦୧୨ ମସିହାରେ ନିଜର ପାଠପଢାସାରି ରିୟା ନିଜର ଫିଲ୍ମୀ କ୍ୟାରିୟର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁନୀଲ ଙ୍କୁ ବିବାହ କରି ଶାଶୁଘରକୁ ଗଲାପରେ ସେ ନିଜର ଫିଲ୍ମୀ କ୍ୟାରିୟର କୁ ଏହିଭଳି ଭାବରେ ବଜାୟ ରଖୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *