‘ରିୟା ବହୁତ ଅଭିମାନ କରି କହିଲେ, ସେଥି ପାଇଁ ମୁଁ ଆସିଲି, ତାଙ୍କ ହଜବ୍ୟାଣ୍ଡ ବି …’ Riya ଙ୍କୁ ନେଇ କଣ କହିଲେ Buddhaditya Mohanty

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ରିୟା ଦେ ଙ୍କର ବିବାହ ବୈଦିକ ରୀତିନୀତି ଅନୁଯାୟୀ ସମାପ୍ତ ହୋଇଯାଇଛି । ରିୟା ନିଜର ପ୍ରେମୀ ଶିଳ୍ପପତି ସୁନୀଲ ଙ୍କୁ ବିବାହ କରିଛନ୍ତି । ସେନିଜ ବିବାହ ରେ ବହୁତ ଖୁସି ନିଜର ଆସୁଥିଲେ । ରିୟା ଙ୍କ ବିବାହ ରିସେପସନ ପାର୍ଟି ରେ ଅନେକ ବଡ ବଡ କଳାକାର ମାନେ ଆସିଥିଲେ । ସେଥି ମଧ୍ୟରୁ ଅଭିନେତା ବୁଦ୍ଧାଦିତ୍ୟ ମଧ୍ୟ ଆସିଥିଲେ ଏବଂ ସେ କ’ଣ କହିଛନ୍ତି ଆସନ୍ତୁ ସେହି ସମ୍ପର୍କରେ ଜାଣିନେବା ।

ବୁଦ୍ଧାଦିତ୍ୟ କହିଛନ୍ତି ଯେ ତାଙ୍କର ପ୍ରଥମ ଚଳଚିତ୍ର ପ୍ରେମ ଅଢେଇ ଅକ୍ଷର ବାବୁସାନ ଙ୍କ ସହିତ, ମେଘ ସବାରୀ ଗୀତ ଦୃଶ୍ୟଟି ମନେ ପଡିଲା ଏବଂ ତାହା ବହୁତ ଭାବିବିହୋଳ ମଧ୍ୟ ଲାଗିଲା । ବୁଦ୍ଧଦିତ୍ୟ ତାଙ୍କର ସଂପୂର୍ଣ୍ଣ ଜର୍ନୀ ଦେଖିଛନ୍ତି । ରିୟା ଜଣେ ଉତ୍ତମ ଅଭିନେତ୍ରୀ ହିସାବରେ ତାଙ୍କର ଗ୍ରୋଥ ମଧ୍ୟ ଦେଖିଛନ୍ତି ବୋଲି କହିଲେ ବୁଦ୍ଧାଦିତ୍ୟ ।

ସବୁବେଳେ ରିୟା ଙ୍କ ସହିତ ଋଆଲିଟି ସୋ ରେ ହିଁ ଦେଖାହୋଇଥାନ୍ତି ବୁଦ୍ଧଦିତ୍ୟ । ବିବାହ ରେ ନିମନ୍ତ୍ରଣ କରିବାକୁ ଯାଇ ରିୟା ବୁଦ୍ଧାଦିତ୍ୟ ଙ୍କ ଘରକୁ କାର୍ଡ ନେଇ ଯାଇଥିଲେ । ମାତ୍ର କୌଣସି କାରଣ ବଶତ ଅଭିନେତା ବୁଦ୍ଧଦିତ୍ୟ ତାଙ୍କ ଘରେ ନଥିଲେ । ଏହାକୁ ନେଇ ରିୟା ବୁଦ୍ଧାଦିତ୍ୟ ଙ୍କ ଉପରେ ଅଭିମାନ ସହିତ ରାଗିଥିଲେ । ଏହା ଜାଣି ବୁଦ୍ଧାଦିତ୍ୟ କହିଲେ ଯେ ସେ କେମିତି ଯିବେନି ତାଙ୍କ ବାହାଘରକୁ ?

ଏହା ସହିତ ସୁନୀଲ ମଧ୍ୟ ବହୁତ ହ୍ୟାଣ୍ଡସମ ବୋଲି କହିଥିଲେ । ମି-ଡି-ଆ ଭାଇମାନେ ଅଭିନେତା ବୁଦ୍ଧାଦିତ୍ୟ ଙ୍କୁ ପଚାରିଥିଲେ ଯେ ସେ କେବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ? ଏହାକୁ ନେଇ ସେ କହିଥିଲେ ବର୍ତ୍ତମାନ ସେ ସମସ୍ତଙ୍କର ବିବାହ ପାର୍ଟି ଆଟେଣ୍ଡ କରୁଛନ୍ତି ।

କିନ୍ତୁ ମି-ଡି-ଆରେ କିଛି ଦିନ ପୂର୍ବେ ପ୍ରଚାର ହୋଇଥିଲା ଯେ ସେ ବିବାହ କରିନେଇଛନ୍ତି ଏହାକୁ ନେଇ ସେ କହିଥିଲେ ଏହା ଆପଣ ମାନଙ୍କ ସ୍ନେହ ଅଟେ ଯେ ଆପଣ ମାନେ ଚାହୁଁଛନ୍ତି କିଭଳି ବୁଦ୍ଧ ଭାଇ ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତୁ । ମାତ୍ର ଆଗକୁ ଭଗବାନ ଙ୍କ ଇଚ୍ଛା ଥିଲେ ତାହା ମଧ୍ୟ ନିର୍ଦ୍ଧିଷ୍ଠ ହୋଇଯିବ । ଅଳ୍ପ ଅପେକ୍ଷାର ବିଷୟ ଅଟେ । ଏହିଭଳି ଭାବରେ ଅଭିନେତା ବୁଦ୍ଧଦିତ୍ୟ କିଛି କଥା ସେୟାର କରିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *