Jyotish Shastra- ଦୁର୍ଗା ପୂଜାରେ ଏହି 6 ଟି ରାଶିର ଭାଗ୍ୟ ଚମକିବ, ମାତା ରାଣୀଙ୍କ କୃପାରୁ ସବୁ ଦୁଃଖ ଦୂରେଇ ଯିବ

ବନ୍ଧୁଗଣ ଆପଣମାନେ ସମସ୍ତେ ତ ଜାଣିଛନ୍ତି କି ହିନ୍ଦୁ ଧର୍ମ ରେ ନବ ରାତ୍ରି ର କେତେ ମହତ୍ଵ ଥାଏ । ଏହି କାରଣରୁ ଏହି ପର୍ବକୁ ସାରା ଦେଶରେ ବଡ ଧୂମ ଧାମ ରେ ପାଳନ କରାଯାଏ । ଏ ବର୍ଷ ନବ ରାତ୍ରି ରେ ପୁରା 100 ବର୍ଷ ପରେ ଏକ ବହୁତ ହିଁ ବଡ ଶୁଭ ସଂଯୋଗ ବନୁଛି । ଏ ଥର ମାତା ରାଣୀ 6 ଟି ରାଶିର ଲୋକ ମାନଙ୍କ ଉପରେ ନିଜର ଆସୀମା କୃପା ବର୍ଷା କରିବେ । ହୋଇପାରେ ଏମାନଙ୍କ ମଧ୍ୟରୁ ଆପଣଙ୍କର ଭାଗ୍ୟଶାଳୀ ରାଶି ଥାଇପାରେ ।

ସ୍ଵୟଂ ମାତା ରାଣୀ ଏମାନଙ୍କ ଭାଗ୍ୟକୁ ଚମକାଇ ଦେବେ । ଜୀବନରେ ପ୍ରତ୍ଯେକ କ୍ଷେତ୍ରରେ ବିଶେଷ ରୂପରେ ଉନ୍ନତି କରିବେ । ମାତା ରାନୀଙ୍କର କୃପା ଆପଣ ମାନଙ୍କ ଉପରେ ଲାଗି ରହିବ । ତେବେ ଚାଲନ୍ତୁ ଜାଣିବା ସେହି 6 ଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ।

୧. ବୃଷ ରାଶି

ବୃଷ ରାଶିର ଲୋକମାନଙ୍କ ଉପରେ ମାତା ରାଣୀଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିବ । ବ୍ୟବସାୟରେ ବିଶେଷ ରୂପେ ଉନ୍ନତି କରିବେ । ଯେଉଁ ମାନେ ଅଧିକ ସମୟରୁ ଚାକିରି ସନ୍ଧାନରେ ଅଛନ୍ତି ସେମାନେ ବିଶେଷ ରୂପରେ ଲାଭବାନ ହେବେ । ରାଜନୀତି କ୍ଷେତ୍ରରେ ଆପଣ ସଫଳ ହେବେ । ବିଦେଶ ଯାତ୍ରାର ଯୋଗ ବନୁଅଛି । କୌଣସି ନୁଆ ଯୋଜନାରେ କାମ କରିବେ । ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ମଝବୁତ ହେବେ । ବରିଷ୍ଠ ଅଧିକାରୀଙ୍କର ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ।

୨. ମିଥୁନ ରାଶି

ମିଥୁନ ରାଶିଙ୍କର ଆସନ୍ତା ସମୟ ଉତ୍ତମ ରହିବ , ପରିବାରରେ ସୁଖମୟ ଜୀବନ ଅତିବାହିତ କରିବେ । ଭାଇଭଉଣୀଙ୍କ ସହ ସମ୍ବନ୍ଧ ଉତ୍ତମ ରହିବ । ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ । ଆପଣମାନଙ୍କ ଦ୍ଵାରା କରା ଯାଇଥିବା ପୁରୁଣା ପୁଞ୍ଜି ନିବେଶ ରୁ ବିଶେଷ ରୂପେ ଲାଭବାନ ହେବେ । କାର୍ଯ୍ୟ କ୍ଷେତ୍ରରେ ମନ ପ୍ରସନ୍ନ ରହିବ , ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ଆତ୍ମବିଶ୍ଵାସରେ ବୃଦ୍ଧି ଘଟିବ ।

୩। କନ୍ୟା ରାଶି

କନ୍ୟା ରାଶିର ଲୋକ ଆଗାମୀ ସମୟରେ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ , ମାତା ରାଣୀ ଙ୍କର ବିଶେଷ କୃପା ପ୍ରାପ୍ତି କରିବେ । ଆପଣ ନିଜ ପ୍ରୟାସରେ ସଫଳତା ଅର୍ଜନ କରିବେ । ଘର ପାଇଁ କୌଣସି ଦାମୀ ଜିନିଷ କ୍ରୟ କରି ପାରନ୍ତି । ଆପଣ ନିଜ ଜୀବନକୁ ଆରାମ ଦାୟକ ଭାବେ ବ୍ଯତୀତ କରିବେ । ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବେ । ସମ୍ପର୍କୀୟଙ୍କ ଠାରୁ ବିଶେଷ ରୂପେ ଲାଭବାନ ହେବେ ।

୪. ବିଛା ରାଶି

ବିଛା ରାଶିର ବ୍ୟକ୍ତିମାନେ ଏହି ନବରାତ୍ରି ପରେ ବ୍ୟବସାୟରେ ସଫଳତା ପ୍ରାପ୍ତି କରିବେ । ସାମାଜିକ କାର୍ଯ୍ୟରେ ସଫଳ ହେବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ସମ୍ପର୍କୀୟଙ୍କ ସହିତ ଉତ୍ତମ ତାଳମେଳ ରହିବ । ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଖୁସି ରହିବେ । ଘର ପରିବାର ରେ କୌଣସି ସମାରୋହର ଆୟୋଜନ କରି ପାରନ୍ତି । ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତି ହେବ ।

୫. ତୁଳା ରାଶି

ଏହି ରାଶିର ଲୋକେ ଆଗାମୀ ସମୟରେ ବିଶେଷ ରୂପେ ଲାଭବାନ ହେବେ । ଆପଣ କରିଥିବା ପରିଶ୍ରମ ଅନୁସାରେ ସଫଳ ହେବେ । ଆର୍ଥିକ କ୍ଷେତ୍ରରେ ମଝବୁତ ହେବେ। ମାତା ରାଣୀଙ୍କ କୃପାରୁ ଆପଣ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଲାଭ କରିବେ । ପୁରୁଣା ରୋଗରୁ ମୁକ୍ତି ପାଇବେ । ଆପଣ ନିଜ ଯୋଜନା ଅନୁସାରେ ବିଶେଷ ରୂପେ ଲାଭବାନ ହେବେ ।

୬. କୁମ୍ଭ ରାଶି

ଏହି ରାଶିର ଲୋକେ ମାତା ରାଣୀ ଙ୍କର ବିଶେଷ କୃପା ପ୍ରାପ୍ତି କରିବେ । ନବରାତ୍ରି ଦିନ ଠାରୁ ଜୀବନରେ ଆପଣ ସବୁ ସମସ୍ୟାରୁ ଉଦ୍ଧାର ପାଇବେ । ପୁରୁଣା ବିବାଦରୁ ମୁକ୍ତି ପାଇବେ । କୋର୍ଟ କଚେରୀ ମାମଲାରେ ସଫଳ ହେବେ । ଆଗାମୀ ସମୟରେ ଭାଗ୍ୟଶାଳୀ ହେବେ । କୌଣସି ବଡ ବ୍ୟବସାୟ ଆରମ୍ଭ କରି ପାରନ୍ତି । ଜୀବନ ସାଥିଙ୍କ ସହିତ ଉତ୍ତମ ସମୟ ବ୍ଯତୀତ କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *