Vastu Shastra- ଦୂର୍ଗା ପୂଜା ଶେଷ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ୧ ଟି ଜିନିଷ, ହେବ ଧନର ବର୍ଷା

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ବର୍ତ୍ତମାନ ମା’ ଦୂର୍ଗା ଙ୍କର ନବରାତ୍ରି ପର୍ବ ଚାଲୁଅଛି । ମା’ ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଯେତେ ପୂଜା ଅର୍ଚ୍ଚନା କଲେ ମଧ୍ୟ କମ ହୋଇଥାଏ । ତେଣୁ ମା’ ଦୂର୍ଗା ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ସହିତ କିଛି ଖାସ ଉପାୟ ମଧ୍ୟ କରିବାକୁ ପଡିଥାଏ । ଯଦି ଆପଣ ସେହି ଖାସ ଉପାୟ ଗୁଡିକୁ ଏହି ଦଶହରା ପର୍ବ ଶେଷ ହେବା ପୂର୍ବରୁ କରି ନିଅନ୍ତି ତେବେ ମା’ ଦୂର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆପଣଙ୍କୁ ଅପାର ଧନ ଉପାର୍ଜନ କରିବାର ସୁଯୋଗ ପ୍ରଦାନ କରିଥାନ୍ତି ।

ଏହି ଉପାୟ ଗୁଡିକୁ କରିବା ପାଇଁ ଆପଣ ମାନଙ୍କୁ ଦୂର୍ଗା ପୂଜା ଶେଷ ହେବା ପୂର୍ବରୁ ଏହି 5 ଟି ଜିନିଷ ମଧ୍ୟରୁ କୌଣସି ବି ଗୋଟିଏ ଜିନିଷ ନିଜ ଘରକୁ ଆଣିବାକୁ ପଡିବ । ମା’ ଦୂର୍ଗାଙ୍କୁ ସ୍ମରଣ କରି ପବିତ୍ର ମନରେ ଏହି ସବୁ ଉପାୟ ଗୁଡିକ କରିବାକୁ ପଡିବ । ତେବେ ଆସନ୍ତୁ ସେହି ସବୁ ଉପାୟ ଓ ଜିନିଷ ଗୁଡିକ ବିଷୟରେ ଜାଣିବା ।

୧. ଯଦି ଆପଣ ନିଜ ଘରୁ ଦାରିଦ୍ରତା ଦୂର କରିବା ପାଇଁ ଚାହୁଞ୍ଚନ୍ତି, ତେବେ ଏହି ପବିତ୍ର ନବରାତ୍ରି ପର୍ବ ସରିବା ପୂର୍ବରୁ ରୂପାର ପଇସା ନିଜ ଘରକୁ ନିଶ୍ଚିତ ଆଣନ୍ତୁ । ଏହି ରୂପା ପଇସା ଆଣି କୌଣସି ବି ଦିନ ପବିତ୍ର ମନରେ ଭଲ ଭାବରେ ପୂଜା କରନ୍ତୁ ଓ ତାହାକୁ ଘର ଆଲମାରୀରେ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ମା’ ଲକ୍ଷ୍ମୀ ଙ୍କର ବାସ ହୋଇଥାଏ ଏବଂ ଘରକୁ ବିଭିନ୍ନ ଦିଗରୁ ଟଙ୍କା ପଇସାର ଆଗମନ ହୋଇଥାଏ ।

୨. କଉଡି – ଯଦି ଆପଣଙ୍କୁ ଧନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ନବରାତ୍ରି ବା ଦୂର୍ଗା ପୂଜା ଶେଷ ହେବା ପୂର୍ବରୁ ଗୋଟିଏ ହଳଦିଆ ବା ଧଳା କଉଡି ନିଜ ଘରକୁ ନିଶ୍ଚିତ ଭାବରେ ଆଣନ୍ତୁ । ମାତା ଲକ୍ଷ୍ମୀ ଙ୍କର ପୂଜା କରିବା ସମୟରେ ଏହି କଉଡି କୁ ପୂଜା କରି ପୂଜା ସ୍ଥାନରେ ରଖି ଦିଅନ୍ତୁ । ପୂଜା କରିବା ପରେ କଉଡି କୁ ଗୋଟିଏ ଲାଲ ରଙ୍ଗର କପଡାରେ ବାନ୍ଧି ଦିଅନ୍ତୁ ଓ ତାହାକୁ ଟଙ୍କା ରଖିଥିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ବର୍ଷ ସାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ ।

୩. ଯଦି ଆପଣ ମା’ ଦୂର୍ଗା ଏବଂ ମାତା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହୁଞ୍ଚନ୍ତି ତେବେ ପଦ୍ମ ଫୁଲରେ ବସିଥିବା ମା’ ଲକ୍ଷ୍ମୀ ଙ୍କର ଫଟୋ ଘରକୁ ନିଶ୍ଚିତ ଭାବରେ ଆଣନ୍ତୁ । ଏହା ପରେ ସବୁଦିନ ଏହି ଫଟୋ କୁ ପୂଜା କରନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରିଥାନ୍ତି ।

୪. ନବରାତ୍ରି ସମୟରେ ଘରକୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣିବା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଓ କୁବେର ମାହାରାଜା ଙ୍କର କୃପା ବର୍ଷା ହୋଇଥାଏ । ଦକ୍ଷିଣା ବର୍ତ୍ତୀ ଶଙ୍ଖକୁ ଘରକୁ ଆଣିବା ପରେ ପୂଜା ସ୍ଥାନରେ କିମ୍ବା ଆଲମାରୀରେ ରଖି ଦିଅନ୍ତୁ । ଏହି ଶଙ୍ଖକୁ କେବେ ଖାଲି ରଖିବା ଉଚିତ ନୁହେଁ ତେଣୁ ଆପଣ ଏଥିରେ କିଛି ଅରୁଆ ଚାଉଳ ପକାଇ ରଖନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *