ବନ୍ଧୁଗଣ ଭାରତର ସବୁଠାରୁ ଧନୀ କିଏ ଏହି କଥାଟି ଆସିଲେ ସମସ୍ତେ କୁହନ୍ତି ଟାଟା, ବିର୍ଲା ଓ ଅମ୍ବାନୀ । ସେମାନଙ୍କ ବିଷୟରେ ସମସ୍ତେ ପ୍ରାୟ ଅଳ୍ପ ବହୁତ ଜାଣିଥିବେ । କିନ୍ତୁ ଏହି କଥା ହୁଏ ତ କେହି ଜାଣି ନଥିବେ ଦେଶର ସବୁଠାରୁ ଅଧିକ ଧନୀ ଥିଲେ ପୂର୍ବ ରାଜାମାନେ । ରାଜା ମାନଙ୍କ ଶାସନରୁ ଦେଶ ସ୍ଵାଧୀନତା ହେବା ପର୍ଯ୍ୟନ୍ତ ଭାରତର କିଛି ଅଂଶରେ କରୁଥିଲେ ଶାସନ । ତେବେ ଏହି ରାଜା ମାନଙ୍କ ମଧ୍ୟରୁ କେହି ରାଜା ସବୁଠାରୁ ଅଧିକ ଧନୀ ଥିଲେ ଏହି ପ୍ରଶ୍ନଟି ଆପଣ ସମସ୍ତଙ୍କ ମନରେ ଆସୁଥିବ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏହି ରାଜା ଜଣକ ହେଉଛନ୍ତି ମୀର ଓସମାନ ଅଲ୍ଲୀ ଖାନ । ସେ ୧୯୧୧ରୁ ୧୯୪୮ ମସିହା ପର୍ଯ୍ୟନ୍ତ ହାଇଦ୍ରାବାଦରେ ୩୭ ବର୍ଷ ଶାସନ କରିଥିଲେ । କିନ୍ତୁ ସେ କେତେ ଧନୀ ଥିଲେ ଓ ତାଙ୍କ ସମ୍ପତ୍ତିର ମୂଲ୍ୟ ଏବେ କେତେ ହେବ ଆସନ୍ତୁ ଜାଣିବା ।
ଓସମାନ ଅଲ୍ଲୀ ଖାନ ୧୯୪୭ ମସିହା ଦେଶ ସ୍ଵାଧୀନ ହେବା ପର୍ଯ୍ୟନ୍ତ ସେ ଥିଲେ ହାଇଦ୍ରାବାଦର ଶେଷ ନିଜାମ । ମୀର ଓସମାନ ଅଲ୍ଲୀ ଖାନ ବହୁତ ଧନୀ ଥିଲେ ଯାହା ଆପଣଙ୍କ କଳ୍ପନା ବାହାରେ । ୧୯୧୧ ମସିହାରେ ସେ ହାଇଦ୍ରାବାଦର ନିଜାମ ତଥା ତାଙ୍କ ବାପାଙ୍କର ଉତ୍ତରାଧିକାରୀ ହୋଇଥିଲେ । ପ୍ରାୟ ୪ ଦସମ୍ଧୀ ପର୍ଯ୍ୟନ୍ତ ସେ ଚଳାଇ ଥିଲେ ରାଜ୍ ।
ଗତ ବର୍ଷ ଏକ ଆକଳନରେ ତାଙ୍କ ସମ୍ପତ୍ତି ତାଲିକା ବିଷୟରେ ଜଣା ପଡିଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ମୀର ଓସମାନ ଅଲ୍ଲୀଙ୍କ ସମ୍ପତ୍ତିର ମୂଲ୍ୟ ୧୭.୪୭ ଲକ୍ଷ କୋଟି ଟଙ୍କା । ତଥା ୨୩୦ ବିଲିୟନ ଡଲାର ଯାହା ବର୍ତ୍ତମାନ ଦେଶର ସବୁଠାରୁ ଧନୀ ବ୍ୟକ୍ତି ଟେସଲା ଓ ଏଲୋନ ମସ୍କନଙ୍କ ସମ୍ପତ୍ତିର ନିକଟତର ।
କୁହାଯାଏ ନିଜାମ ପେପରୱେଟ ବଦଳରେ ହୀରା ବ୍ୟବହାର କରୁଥିଲେ । ହାଇଦ୍ରାବାଦରେ ତାଙ୍କର ନିଜର ଏକ ବ୍ୟାଙ୍କ ମଧ୍ୟ ଥିଲା ଯାହା ସେ ୧୯୪୧ ମସିହାରେ ପ୍ରତିଷ୍ଠା କରିଥିଲେ । ନିଜାମ ବହୁତ ଦାମୀ ଉପହାର ଦେବା ନେଇ ପ୍ରସିଦ୍ଧ ଥିଲେ । ବ୍ରିଟିଶ ରାଜା କୁମାରୀ ଏଲିଜାବେଥଙ୍କ ବିବାହରେ ସେ ହୀରା ଅଳଙ୍କାର ଉପହାର ଦେଇଥିବା କୁହାଯାଏ ।
ନିଜାମ ତାଙ୍କ ରାଜ୍ୟରେ ବହୁତ ଉନ୍ନତ ମୂଳକ କାର୍ଯ୍ୟ କରିଥିଲେ । ସେ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେଉଥିଲେ । ଶିକ୍ଷାର ବିକାଶ ପାଇଁ ସେ ଅନେକ ଶିକ୍ଷାନୁଷ୍ଠାନକୁ ଡୋନେସନ ମଧ୍ୟ ଦେଉଥିଲେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।