ହେ ଭଗବାନ ! ଫିଲ୍ମ ଦୁନିଆରେ ପୁଣି ଥରେ ଶୋକର ଛାୟା, ସାଉଥ ସିନେମା ର ଏହି ବଡ ଆକ୍ଟରଙ୍କର ହେଇଗଲା ଦେହାନ୍ତ, Rajnikanth ଟ୍ଵିଟ କରି କହିଲେ କିଛି ଏମିତି…

ନମସ୍କାର ବନ୍ଧୁଗଣ, ସାଉଥ ର ଅଭିନେତା ଏବଂ କମେଡିଆନ ବିବେକ ଦୁନିଆରୁ ସବୁଦିନ ପାଇଁ ଚାଲିଗଲେ । ୧୬ ଅପ୍ରେଲ କୁ ତାଙ୍କୁ ହୃଦଘାତ ହେଲା ପରେ ଚେନ୍ନାଇ ରେ ଥିବା ଏକ ଘରୋଇ ଡାକ୍ତରଖାନାରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ନି-ଧ-ନ ର ଖବର ରେ ପୁରା ସାଉଥ ଜଗତରେ ଶୋକ ଏବଂ ଦୁଃଖ ର ଲହରୀ ଖେଳିଯାଇଛି । ବିବେକ ଙ୍କ ପାଇଁ ସୋସିଆଲ ମିଡ଼ିଆ ଏବଂ ଟ୍ୱିଟ ରେ ତାଙ୍କ ପ୍ରଶଂସକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ପରିବାର ପ୍ରତି ସମ୍ବେଦନା ଦେଉଛନ୍ତି ।

ସେହି ଭଳି ରଜନୀକାନ୍ତ ମଧ୍ୟ ତାଙ୍କୁ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଭିନେତା ରଜନୀକାନ୍ତ ବିବେକ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି:- ମୋର ପ୍ରିୟ ବନ୍ଧୁ ବିବେକ ର ମୃ-ତ୍ୟୁ ଖବର ମୋତେ ବହୁତ ମର୍ମାହତ କରିଛି ।

ତାଙ୍କ ସହ ମୁଁ ‘ଶିବାଜୀ’ ସିନେମା ରେ କାମ କରିଥିଲି ଏବଂ ସୁ-ଟି-ଙ୍ଗ ର ସେହି ଦିନ ଗୁଡିକ ସବୁକୁ ମୁଁ କେବେ ଭୁଲି ପାରିବି ନାହିଁ । ରଜନୀକାନ୍ତ ଙ୍କ ଛଡା ଅନ୍ୟ ସବୁ ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ବିବେକ ଙ୍କ ମୃ-ତ୍ୟୁ ପାଇଁ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏ.ଆର. ରେହମାନ ମଧ୍ୟ ଟ୍ୱିଟ କରିଛନ୍ତି ଏବଂ କହିଛନ୍ତି କି- ବିଶ୍ୱାସ ହେଉ ନାହିଁ ଆପଣ ଆମକୁ ଛାଡି ପଳାଇଲେ । ଆପଣଙ୍କ ଆତ୍ମା କୁ ଶାନ୍ତି ମିଳୁ । ଆପଣଙ୍କ ସ୍ମୃତି ସର୍ଵଦା ଆମ ସହିତ ଅମର ରହିବ । ଅଭିନେତା ପ୍ରକାଶ ରାଜ ମଧ୍ୟ ଲେଖିଛନ୍ତି କି- ବହୁତ ଶୀଘ୍ର ଛାଡି ପଳାଇଲ ମୋର ମିତ୍ର, ଆପଣଙ୍କ ର ଉଚ୍ଚ ବିଚାର ଏବଂ ଅଭିନୟ ଆମ ସହିତ ସର୍ଵଦା ରହିବ ଆପଣ ଯେଉଁ ଠାରେ ବି ଥାଆନ୍ତି ସେଠାରେ ଖୁସି ରେ ରୁହନ୍ତୁ ।

ସେହି ଭଳି ରକୁଲ ପ୍ରୀତ ମଧ୍ୟ ଟ୍ୱିଟ କରିଛନ୍ତି- ଉଚ୍ଚ କଳାକାର ବିବେକ ଙ୍କ ମୃ-ତ୍ୟୁ ଖବର ମୋତେ ମର୍ମାହତ କରିଛି । ଆପଣଙ୍କ ପରିବାର ପ୍ରତି ମୋର ସମ୍ବେଦନା ଏବଂ ତାଙ୍କ ଆତ୍ମା କୁ ଶାନ୍ତି ମିଳୁ । ବିବେକ କୋଭିଡ ଭ୍ୟାକ୍ସିନ ର ପ୍ରଥମ ଡୋଜ ନେଇଥିଲେ ୧୫ ଅପ୍ରେଲ କୁ ।

ତା ପରେ ତାଙ୍କ ହୃଦୟ ରେ ଯନ୍ତ୍ରଣା ହେଲା ଏବଂ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଇ ସି ଏମ ଓ ଚିକିତ୍ସା କରା ଯାଉଥିଲା । କିନ୍ତୁ ୧୫ ଅପ୍ରେଲ ୪:୪୫ ରେ ସେ ସବୁଦିନ ପାଇଁ ସେ ଆଖି ବୁଜିଦେଲେ ।

Leave a Reply

Your email address will not be published. Required fields are marked *