ଏହି ୨ ବ୍ଲଡ୍‌ ଗୃପ୍‌ ଥିବା ବ୍ୟକ୍ତିଙ୍କ ପାଇଁ ଘାତକ ହୋଇପାରେ କରୋନା ଭାଇରସ୍, ଚେତାଇଲେ ବିଶେଷଜ୍ଞ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଦେଶରେ କୋରନା ଭାଇରସ ର ପ୍ରଭାବ ତୀବ୍ର ଗତି ରେ ବ୍ୟାପିବାରେ ଲାଗିଛି ।

କୋରନା ଭାଇରସ ର ଭୟ ସମସ୍ତ ଲୋକଙ୍କ ହୃଦୟ ରେ ସୃଷ୍ଟି ହୋଇଛି । ଏହି ଭାଇରସ ସମଗ୍ର ଦେଶ କୁ ନିଜ କବଳ ରେ ରଖିଛି । ଏହା ମଧ୍ୟରେ ପୁଣିଥରେ ବିଶେଷଜ୍ଞ ମାନଙ୍କ ଦ୍ଵାରା ଏକ ଖବର ଶୁଣିବାକୁ ମିଳୁଛି ଯାହା ସମସ୍ତ ଦେଶ ବାସୀ ଙ୍କୁ ଭୟଭୀତ କରିଛି । କାଉନସିଲ ଅଫ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରୀଆଲ ରିସର୍ଚ୍ଚ (CSIR) ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନା କୁ ଆଣିଛି ।

ବିଶେଷଜ୍ଞ ଙ୍କ ଅନୁସାରେ AB+ ଏବଂ B+ ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ବିଶେଷ ଙ୍କୁ କୋଭିଡ଼-୧୯ ପ୍ରତି ସତର୍କ ରହିବା ଆବଶ୍ୟକ । କାରଣ ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ବିଶେଷ କୋରନା ରୋଗରେ ସଂକ୍ରମିତ ହେବାର ଆଶଙ୍କା ଅଧିକ ମାତ୍ରାରେ ରହିଛି ।

ଅନ୍ୟ ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ବିଶେଷ ଙ୍କ ତୁଳନାରେ AB+ ଓ B+ ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଅଧିକ ସଚେତନ ରହିବା ଆବଶ୍ୟକ ।  ରିସର୍ଚ୍ଚ ଅନୁସାରେ, ଯେଉଁ ବ୍ୟକ୍ତି ବିଶେଷ ଙ୍କ O+ ବ୍ଲଡ଼ ଗ୍ରୁପ ଅଟେ ସେହି ବ୍ୟକ୍ତି ମାନେ କୋରନା ରୋଗ ରେ ସଂକ୍ରମିତ ହେବାର ଆଶଙ୍କା କମ ରହିଛି ।

ଅର୍ଥାତ ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ କୋଭିଡ଼ ର ପ୍ରଭାଵ କମ୍ ଥାଏ । ସାରା ଦେଶରେ ସେରୋପଜେଟିଭ ସର୍ବେ ଆଧାର ରେ ଏହି ତଥ୍ୟ ପାଇଛି CSIR ।  ଏହା ସହିତ ରିପୋର୍ଟ ରେ ଏହା ମଧ୍ୟ ଦର୍ଶା ଯାଇଛି ଯେ, ଶାକାହାରୀ ଙ୍କ ତୁଳନାରେ ମାଂସାହାରୀ ବ୍ୟକ୍ତି ବିଶେଷ ଙ୍କୁ କୋରନା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି ।

ଅର୍ଥାତ ପ୍ରତିଦିନ ପନିପରିବା ଓ ଫଳମୂଳ ଖାଉଥିବା ବ୍ୟକ୍ତି ଙ୍କ ତୁଳନାରେ ମାଂସ ଖାଉଥିବା ବ୍ୟକ୍ତି ଙ୍କୁ କୋରନା ହେବାର ଅଧିକ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଏହି ସର୍ଭେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ ହଜାର ଲୋକ ଙ୍କ ସାମ୍ପଲ କୁ ନେଇ କରାଯାଇଥିଲା । ଏହି ସର୍ଭେ ରେ ପ୍ରାୟ ୧୪୦ ଜଣ ଡାକ୍ତର ମଧ୍ୟ ସାମିଲ ଥିଲେ ।

ତେବେ ଆପଣଙ୍କୁ ଆମର ଏହି ଲେଖାଟି କିପରି ଲାଗିଲା ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *