ମାଡି ଆସୁଛି ବଡ଼ ବାତ୍ୟା, ଦେଖନ୍ତୁ ଓଡିଶା ଉପରେ କଣ ରହିବ ଏହାର ପ୍ରଭାବ

ବର୍ତ୍ତମାନ ସମୟ ରେ ଆରବ ସାଗର ରେ ଏକ ଭୟଙ୍କର ବାତ୍ୟା ମାଡି ଆସୁଛି ।

ତେବେ ଏହା ଓଡିଶା ଉପରେ କେତେ ପ୍ରଭାବ ପକାଇବ ଓ କଣ କଣ କ୍ଷତି ଘଟାଇବ ସେ ବିଷୟରେ ଆଜି ଆମେ ଆପଣଂକୁ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଏ ବିଷୟ ରେ ଆହୁରି ଅଧିକ କିଛି ଜାଣିବା । ବନ୍ଧୁଗଣ ଆରବ ସାଗର ରେ ବର୍ଷ ର ପ୍ରଥମ ବାତ୍ୟା ପାଣିପାଗ ବିଭାଗ ଦ୍ଵାରା ଅନୁମାନ କରାଯାଇଛି ।

ଦକ୍ଷିଣ ପୂର୍ବ ଆରବ ସାଗର ରେ ଆସନ୍ତା ମେ ମାସ ୧୪ ତାରିଖରେ ଲଘୁଚାପ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ପାଣିପାଗ ବିଭାଗ ଏହା ଅନୁମାନ କରୁଛି ଯେ ଆରବ ସାଗର ରେ ସୃଷ୍ଟି ହେଉଥିବା ଏହି ଲଘୁଚାପ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ଏହି ଲଘୁଚାପ ଆସନ୍ତା ମେ ମାସ ୧୬ ତାରିଖ ଦିନ ପୂର୍ବ କେନ୍ଦ୍ରୀୟ ଆରବ ସାଗର ରେ ବାତ୍ୟା ର ରୂପ ନେବ ।

ଆମେରିକା ର ପାଣିପାଗ ବିଶେଷଜ୍ଞ ଯସନ ନିକଲସ ଏହି ବାତ୍ୟା ସମ୍ପର୍କରେ ନିଜ ମତ ଦେଇ କହିଛନ୍ତି ଯେ ଏହି ବାତ୍ୟା ର ଦିଗ ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇ ପାରୁନାହିଁ । ତଥାପି ଆରବ ସାଗର ର ଦକ୍ଷିଣ ଉପକୂଳ ଅଞ୍ଚଳ ସହିତ ପାକିସ୍ତାନ, ୟେମେନ ଓ ଓମାନ ଦେଶ ଉପରେ ନଜର ରଖିବାକୁ ପଡିବ । କାରଣ ବାତ୍ୟା ଏହି ସବୁ ଦେଶ ଆଡ଼କୁ ଗତି କରିବା ର ଅଧିକ ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଆଇ ଏମ ଡି ଡିଜି କହିଛନ୍ତି ଲଘୁଚାପ ଅବପାତ ର ରୂପ ନେବା ପରେ ଏହା କେଉଁ ଉପକୂଳ ଅତିକ୍ରମ କରିବା ତାହା ସ୍ପଷ୍ଟ ଭାବରେ ଜଣାପଡିବ । ବର୍ତ୍ତମାନ କେରଳ, ଲକ୍ଷାଦ୍ବୀପ, ଗୋଆ,କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପକୂଳ ରେ ପବନ ର ବେଗ ସହିତ ବଡ଼ ଢେଉ ଆସିବା ନେଇ ସତର୍କ ସୂଚନା ଜଣା ଯାଇଛି ।

ଆଇ ଏମ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହା ଏକ ଅବପାତ ର ରୂପ ନେବା ପରେ ଏହା କେଉଁ ଦିଗ ରେ ଗତି କରିବ ତାହା ଜଣାପଡିବ କିନ୍ତୁ ବର୍ତ୍ତମାନ ସମୟ ରେ କେବଳ ବାତ୍ୟା ଆସିବା ର ହିଁ ସତର୍କ ସୂଚନା ଦିଆଯାଇଛି । ସେପଟେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳୁଛି । ଦିନ ଦ୍ଵିପହର ରେ ମଧ୍ୟ ସନ୍ଧ୍ୟା ର ଭ୍ରମ ସୃଷ୍ଟି କରୁଛି ।

ଓଡିଶା ର ପୂର୍ବ ଉପକୂଳ ରେ ପ୍ରବଳ ବର୍ଷା ସହିତ ବହୁତ ବେଗ ରେ ପବନ ବହୁଥିବାର ଦେଖାଯାଇଛି । ଏହି କାଳ ବୈଶାଖୀ ପାଇଁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ୧୫ଟି ଜିଲ୍ଲା କୁ ଅରେଞ୍ଜ ୱାରନିଙ୍ଗ ଦିଆଯାଇଛି । ଆଞ୍ଚଳିକ ପାଣି ପାଗ ବିଶେଷଜ୍ଞ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା କାଲି ମଧ୍ୟ ଏହି ପରି ପବନ ଓ ବର୍ଷା ଦେଖାଦେଇ ପାରେ । ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *