ଦ୍ରୋପତିଙ୍କର ଏମିତି 6 ଟି ରହସ୍ୟ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ମହାଭାରତ ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ମହାଭାରତ ଗ୍ରନ୍ଥର ମୁଖ୍ୟ ଭୂମିକାରେ ଥିଲେ ଦ୍ରୌପଦୀ । ଦ୍ରୌପଦୀ ଥିଲେ ପାଞ୍ଚ ପାଣ୍ଡବଙ୍କର ପତ୍ନୀ । ମହାଭାରତରେ ଦ୍ରୌପଦୀଙ୍କର ବହୁତ ବଡ ଭୂମିକା ରହିଥିଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦ୍ରୌପଦୀଙ୍କ କିଛି ଗୁପ୍ତ କଥା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଦ୍ରୌପଦୀଙ୍କ ବିଷୟରେ ।

ଭବିଷ୍ୟ ପୁରାଣରେ ଦ୍ରୌପଦୀଙ୍କ ବିଷୟରେ କୁହାଯାଇଛି ଯେ, ପୂର୍ବ ଜନ୍ମରେ ଦ୍ରୌପଦୀ ଏକ ଗରିବ ବ୍ରାମ୍ହଣ ଝିଅ ଥିଲେ । ସେତେବେଳେ ଦ୍ରୌପଦୀ ଜଙ୍ଗଲରେ ରହି ନିଜର ଭରଣ ପୋଷଣ କରୁଥିଲେ । ହେଲେ ନିଜର ପୂଣ୍ୟ କର୍ମ ପାଇଁ ସେ ନିଜର ପରଜନ୍ମରେ ପାଣ୍ଡବ ମାନଙ୍କର ପତ୍ନୀ ହୋଇଥିଲେ । ଭବିଷ୍ୟ ପୁରାଣରେ ଏହା ମଧ୍ୟ ଲେଖା ହୋଇଛି ଯେ, ଯେତେବେଳେ ଯୁଧିଷ୍ଟିର ଜୁଆ ଖେଳରେ ହାରିଯାଇଥିଲେ, ସେତେବେଳେ ତାଙ୍କୁ ବନକୁ ଯିବା ପାଇଁ ପଡିଥିଲା ।

ସେହି ସମୟରେ ମୈତ୍ରୀ ରୂଷି କହିଥିଲେ ଯେ, ଦ୍ରୌପଦୀ ତାଙ୍କର ପୂର୍ବ ଜନ୍ମରେ ଏତେ ପୂଣ୍ୟ କରିଛନ୍ତି ଯେ, ସେ ଯେଉଁ ସ୍ଥାନକୁ ଯିବେ ସେହି ସ୍ଥାନରେ ଅନ୍ନପୂର୍ଣ୍ଣ ରହିବ । ଦ୍ରୌପଦୀଙ୍କ ସହ ଜଡିତ ଦୁତୀୟ ରହସ୍ୟ ହେଉଛି, ଅର୍ଜୁନ ଦ୍ରୌପଦୀ ସ୍ଵୟମ୍ବର ସମୟରେ ସମସ୍ତ ସର୍ତକୁ ପାଳନ କରି ଦ୍ରୌପଦୀଙ୍କୁ ବିବାହ କରିଥିଲେ । ଏହା ପରେ ଅର୍ଜୁନ ଦ୍ରୌପଦୀଙ୍କୁ ନେଇ ନିଜ ମା କୁନ୍ତୀଙ୍କ ପାଖକୁ ନେଇଯାଇଥିଲେ ଓ କହିଥିଲେ, ଦେଖ ମା ଆଜି ଆମେ ଆପଣଙ୍କ ପାଇଁ ଏକ କଣ ଆଣିଛୁ । ସେହି ସମୟରେ କୁନ୍ତୀ କହିଲେ ସମସ୍ତ ଭାଇ ତାହାକୁ ପରସ୍ପର ମଧ୍ୟରେ ବାଣ୍ଟିଦିଅ ।

ଏହା ପରେ କୁନ୍ତୀ ଦ୍ରୌପଦୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ସମୟରେ ଶ୍ରୀ କୃଷ୍ଣ ଆସିଥିଲେ ଓ ସମସ୍ତଙ୍କୁ ଦ୍ରୌପଦୀଙ୍କର ପୂର୍ବ ଜନ୍ମ ବିଷୟରେ କହିଥିଲେ । ପୂର୍ବ ଜନ୍ମରେ ଦ୍ରୌପଦୀ ଭଗବାନ ଶିବଙ୍କୁ ପୂଜା କରି ବରଦାନ ନେଇଥିଲେ ଯେ, ତାଙ୍କୁ ପରଜନ୍ମରେ ଧର୍ମପରାୟଣ, ବଳବାନ, ଶ୍ରେଷ୍ଠ ଧନୁର୍ଦ୍ଧର, ରୂପବାନ ଓ ଧୈର୍ଯ୍ୟବାନ ସ୍ଵାମୀ ମିଳୁ, ଯାହା ଫଳରେ ତାଙ୍କୁ ପାଞ୍ଚ ପାଣ୍ଡବ ମିଳିଥିଲେ ।

ଦ୍ରୌପଦୀଙ୍କ ସହ ଜଡିତ ତୃତୀୟ ରହସ୍ୟ ହେଉଛି, ବନ୍ଧୁଗଣ ଦ୍ରୌପଦୀ କିପରି ନିଜ ସମସ୍ତ ସ୍ଵାମୀ ମାନଙ୍କ ସହ ସମାନ ପ୍ରେମଭାବ ରଖୁଥିଲେ ଓ ଦ୍ରୌପଦୀଙ୍କୁ ନେଇ ପାଣ୍ଡବ ମାନଙ୍କ ମଧ୍ୟରେ କାହିଁକି କୌଣସି ବାଦ ବିବାଦ ହେଉନଥିଲା । ପାଣ୍ଡବ ମାନେ ଏକ ନିୟମ କରିଥିଲେ, ତାହା ହେଉଛି ଦ୍ରୌପଦୀ କେବେ ହେଲେ ଏକା ସହ ପାଞ୍ଚ ପାଣ୍ଡବଙ୍କ ପାଖକୁ ଯିବେ ନାହିଁ । ଜଣେ ଭାଇ ଦ୍ରୌପଦୀଙ୍କ ସହିତ ୧ ବର୍ଷ ପର୍ଯ୍ୟନ୍ତ ରହିବେ । ଏହା ପରେ ଅନ୍ୟ ଜଣଙ୍କ ସହ ଅନ୍ୟ ଏକ ବର୍ଷ ରହିବେ ଦ୍ରୌପଦୀ ।

ଏହି ନିୟମ ଅନୁସାରେ ଦ୍ରୌପଦୀ ପାଞ୍ଚ ଭାଇଙ୍କ ସହ ସମାନ ପ୍ରେମଭାବ ରଖି ରହୁଥିଲେ । ଏହାର ଅନ୍ୟ ଏକ ମୁଖ୍ୟ ନିୟମ ଥିଲା ଯେତେବେଳେ ଦ୍ରୌପଦୀ ଏକ କକ୍ଷରେ ଗୋଟେ ଭାଇ ସହ ଥିବେ, ସେହି ସମୟରେ ଅନ୍ୟ କୌଣସି ଭାଇ ସେହି କକ୍ଷ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ଯଦି କିଏ ଏହି ନିୟମର ଉଲଂଘନ କରିବେ ତା ହେଲେ ତାଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ବନରେ ରହିବାକୁ ହେବ । ତେଣୁ ଭାଇ ମାନଙ୍କ ମଧ୍ୟରେ କେବେ ବି ହେଲେ ଦ୍ରୌପଦୀଙ୍କୁ ନେଇ କୌଣସି ବାଦବିବାଦ ଦେଖାଦେଇ ନଥିଲା । ବନ୍ଧୁଗଣ ଏହା ଥିଲା ଦ୍ରୌପଦୀଙ୍କର ତିନୋଟି ମୁଖ୍ୟ ରହସ୍ୟ କଥା ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *