ଓଡିଆ ଜୋକ୍ସ: ଦିନେ ଘରର ଲାଇଟ ଚାଲିଗଲା, ସେତିକିବେଳେ ଭିଣେଇ ଶାଳିକୁ ଇସାରାରେ ଡାକିଲା ଓ କହିଲା ଶାଳି ସାହେବା, ତୁମ ସହିତ କଉଠୁ ଆରମ୍ଭ କରିବି….

ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକ ଚିନ୍ତା ବା ବ୍ୟସ୍ତରେ ରହୁଛନ୍ତି । ହେଲେ ଜୀବନରେ ଖୁସିର ମଧ୍ୟ ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ଆପଣଙ୍କ ବ୍ୟସ୍ତ ବହୁଳତା ଜୀବନରେ କିଛି ଖୁସି ଭରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

Jokes 1

ଖାଦ୍ଯ ଖାଇବା ସମୟରେ ପତି ନିଜ ପତ୍ନୀକୁ ଆବାଜ ଦେଲା

ପତି- ଶୁଣୁଛ ତମେ, ଏହି ଯେଉଁ ତରକାରୀ ଟା ତମେ ବନେଇଛ, ଏହାର ନାମ କଣ ?

ପତ୍ନୀ- କାହିଁକି, କଣ ପାଇଁ ପଚାରୁଛ ।

ପତି- ଆରେ ମୋତେ ବି ସ୍ଵର୍ଗରେ ପଚରା ହେବ କଣ ଖାଇ ମରିଛ, ସେଥିପାଇଁ ।

Jokes 2

ସାନ୍ତା ମୋବାଇଲ କମ୍ପାନୀକୁ ଚାକିରି ପାଇଁ ଯାଇଥିଲା, ହେଲେ ପ୍ରଥମ ପ୍ରଶ୍ନର ଉତ୍ତର ଏମିତି ଦେଲା ସେଥିପାଇଁ ତାକୁ ବିଦା କରିଦେଲେ ।

ପ୍ରଶ୍ନ- ସବୁଠାରୁ ବଡ ନେଟୱର୍କର ନାମ କଣ କୁହ ?

ଉତ୍ତର- କାର୍ଟୁନ ନେଟୱର୍କ ।

Jokes 3

ଦିନେ ମ୍ୟାଡମ ଗୋଟେ ପିଲାକୁ ପଚାରିଲେ- ସ୍କୁଲ କଣ ଅଟେ ?

ବହୁତ ସୁନ୍ଦର ଉତ୍ତର ଦେଇ ପିଲାଟି କହିଲା…

ସ୍କୁଲ ଏମିତି ଏକ ସ୍ଥାନ ଯେଉଁଠି ଆମ ବାପାକୁ ଲୁଟନ୍ତି ଏବଂ ଆମକୁ କୁଟନ୍ତି ।

Jokes 4

ବିବାହର ୫ ବର୍ଷ ପରେ…

ଭ୍ୟାଲେଣ୍ଟାଇନ ଡେ ଦିନ ସ୍ଵାମୀ ନିଜ ସ୍ତ୍ରୀ ପାଇଁ ଧଳା ଗୋଲାପ ଫୁଲ ଆଣିଲା ।

ସ୍ତ୍ରୀ- ଏ କଣ ଧଳା ଗୋଲାପ ଦଉଛ, ଭ୍ୟାଲେଣ୍ଟାଇନ ଡେ ଦିନରେ ତ ନାଲି ଗୋଲାପ ଦିଅନ୍ତି ?

ସ୍ଵାମୀ- ବର୍ତ୍ତମାନ ଜୀବନରେ ପ୍ରେମ ଠାରୁ ଅଧିକ ଶାନ୍ତିର ଆବଶ୍ୟକତା ଅଛି ସେଥିପାଇଁ ମୁଁ ଧଳା ଗୋଲାପ ଆଣିଛି ।

Jokes 5

ଥରେ ଗୁରୁଜୀ ପପୁକୁ ସ୍କୁଲରେ ପ୍ରଶ୍ନ ପଚାରିଲେ

ଗୁରୁଜୀ : ଯଦି ତୁମ ବାପା 10% ହିସାବରେ ମୋ ଠାରୁ 50000 ଟଙ୍କା ରୁଣ ନେବେ ତେବେ କୁହ ବର୍ଷକ ପରେ କେତେ ଟଙ୍କା ଫେରସ୍ତ କରିବେ ?

ପପୁ: କିଛି ବି ନୁହେଁ

ଗୁରୁଜୀ : ଆରେ ତୁମେ ଗଣିତ ଜାଣିନ କି ?

ପପୁ: ମୁଁ ଗଣିତ ଠିକ ଜାଣିଛି ଗୁରୁଜୀ କିନ୍ତୁ ଆପଣ ମୋ ବାପାଙ୍କୁ ଜାଣି ନାହାଁନ୍ତି ।

Jokes 6

ରାତି ସମୟରେ ଜଣେ ଲୋକ ଏକା ଯାଉଥିଲା ।

ସେହି ସମୟରେ ହଠାତ ଦୁଇଜଣ ବ୍ୟକ୍ତି ସେହି ଲୋକ ପାଖକୁ ଆସିଲେ

ସେହି ଦୁଇଜଣ ମଧ୍ୟରୁ ଜଣେ କହିଲା- କଣ ଆପଣଙ୍କ ପାଖରେ ଏକ ଟଙ୍କାର ମୁଦ୍ରା ଅଛି ?

ଲୋକଟି ଭୟଭୀତ ହୋଇ କହିଲା ହଁ ଅଛି ମୋ ପାଖରେ ହେଲେ ତମେ ଏକ ଟଙ୍କା ନେଇ କଣ କରିବ ?

ଅନ୍ୟ ଲୋକ- ଆଜ୍ଞା ଆମେ କେବଳ ଗୋଟେ ଟସ କରିବାକୁ ଚାହୁଁଛୁ ।

ରାସ୍ତାରେ ଯାଉଥିବା ଲୋକ- କଣ ପାଇଁ ଟସ କରିବ ?

ଅନ୍ୟ ଲୋକ- ଆଜ୍ଞା ଆପଣଙ୍କ ଟଙ୍କା ଆମେ ପରସ୍ପର ମଧ୍ୟରେ ବାଣ୍ଟି ଦବୁ ହେଲେ ଆପଣଙ୍କ ଘଣ୍ଟା କିଏ ନେବ, ସେଥିପାଇଁ ଟସ କରୁଛୁ

Jokes 7

ସ୍ଵାମୀ- ଦିନ ସାରା ଶୋଇ ରହୁଛ ।

ସ୍ତ୍ରୀ- ତା ହେଲେ କଣ ଆରାମ ମଧ୍ୟ କରିବି ନାହିଁ

ସ୍ଵାମୀ- ଚାହା ବନେଇ ଦିଅ ଶୀଘ୍ର

ସ୍ତ୍ରୀ- ନିଜେ ବନେଇ ଦିଅ

ସ୍ଵାମୀ- ମୋ ମୁଣ୍ଡ ବିନ୍ଧୁଛି

ସ୍ତ୍ରୀ- ହଁ ତା ହେଲେ ମୋର ବି ବେକ ବିନ୍ଧୁଛି ।

ସ୍ଵାମୀ- ଠିକ ଅଛି ତା ହେଲେ ତମେ ମୋ ପାଖକୁ ଆସ, ତମେ ମୋର ମୁଣ୍ଡ ଚିପି ଦିଅ ଆଉ ମୁ ତୁମର ବେକ ଚିପି ଦେଉଛି ।

Jokes 8

ଦିନେ ଘରର ଲାଇଟ ଚାଲିଗଲା,

ସେତିକିବେଳେ ଭିଣେଇ ଶାଳିକୁ ଇସାରାରେ ଡାକିଲା,

ଶାଳି ବହୁତ ରୋମାଣ୍ଟିକ ମୁଡରେ ଆସିଲା,

ଭିଣେଇ- ଶାଳି ସାହେବା, ତୁମ ସହିତ କଉଠୁ ଆରମ୍ଭ କରିବି,

ଶାଳି- ତୁମର ଯେଉଁଠୁ ଇଚ୍ଛା ସେଉଠୁ ଆରମ୍ଭ କର

ଭିଣେଇ- ଠିକ ଅଛି, ତ ତୁ ମାର୍ଚିସ ଆଣେ, ମୁଁ ମହମବତୀ ଜଳଉଛି

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *