ଦୋକାନୀଙ୍କ ଗୋଟିଏ ଭୁଲ ଗ୍ରାହକଙ୍କୁ ରାତାରାତି କରିଦେଲା କୋଟିପତି, ଗ୍ରାହକଙ୍କ ସହ ଯାହା ହେଲା…ଶୁଣିଲେ ବିଶ୍ଵାସ କରି ପାରିବେନି…

ହାଯାଏ ଜଣେ ବ୍ୟକ୍ତିର ଭାଗ୍ୟ କେବେ ବଦଳିଯାଏ ତାହା କେହି ବି କହିପାରିବେ ନାହିଁ । କାରଣ ଅନେକ ଲୋକଙ୍କର କାହାଣୀ ଆପଣ ମାନେ ଶୁଣିଥିବେ ଯେଉଁ ମାନଙ୍କ ଭାଗ୍ୟ ରାତିଆ ରାତି ବଦଳି ଯାଇଥାଏ । ଆଉ ଏହାରି ମଧ୍ୟରେ ଗୋଟେ ମଜାଦାର କାହାଣୀ ଏବେ ସାମନାକୁ ଆସିଛି ଯେଉଁଥିରେ ଜଣେ ଦୋକାନିର ଭୁଲ ଯୋଗୁଁ ଗ୍ରାହକଙ୍କର ଲଟରି ଲାଗିଯାଇଛି । ଆଉ ମାତ୍ର କିଛି ଘଣ୍ଟାରେ ସେ କୋଟିପତି ହେଇଗଲେ ।

ଏହା ପରେ ଗ୍ରାହକ ଜଣକ ସେହି ଦୋକାନୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ତେବେ ଦୋକାନୀର ଗୋଟେ ଛୋଟ ଭୁଲ ପାଇଁ ଜଣେ ବ୍ୟକ୍ତି ଲଟରିରୁ ୬ କୋଟିରୁ ଅଧିକ ଟଙ୍କା ଜିତି ଛନ୍ତି । ଆମେରିକାର ଲୋହା ଅଞ୍ଚଳରେ ରହୁଥିବା ଜୋସ ୱାଷ୍ଟର ନାମକ ଜଣେ ବ୍ୟକ୍ତି ରାତିଆ ରାତି କୋଟିପତି ହୋଇଯାଇଛନ୍ତି । ଗତ ଶୁକ୍ରବାର ରାତିରେ ମେଗା ମିଲିୟନ ଡ୍ର ପାଇଁ ଟିକେଟ ସଂଗ୍ରହ କରିବା ପାଇଁ ଜୋସ ଏକ ଲଟରି ଟର୍ମିନାଲରେ ପହଞ୍ଚି ଥିଲେ ।

ଆଉ ସେଠାରେ ପହଞ୍ଚି ସେ ତାଙ୍କ ଲକି ନମ୍ବର ମାଗିଥିଲେ ହେଲେ ଭୁଲ ବଶତଃ ଦୋକାନୀ ଆଉ ଏକ ନମ୍ବର ପ୍ରିଣ୍ଟ କରି ଦେଇଦେଇଥିଲେ । ସେହି ନମ୍ବରକୁ ଜୋସ ଦେଖି ନଥିଲେ । ଆଉ ଦୋକାନୀଙ୍କର ଏହି ଭୁଲ ଯୋଗୁଁ ଲଟରି ପାଇଯାଇଛନ୍ତି ଜୋସ । ଜୋସ କହିଛନ୍ତି, ସେ ନିଜ କାମକୁ ଯିବା ପାଇଁ ଶୀଘ୍ର ଉଠିଥିଲେ ଆଉ ଲଟରି ଆପ୍ ଖୋଲି ବିଜେତା ନମ୍ବର ସର୍ଚ କଲେ ।

ସେତେବେଳେ ଟିକେଟ ବିଜେତାରେ ତାଙ୍କ ନାଁ ଲେଖା ହୋଇଥିଲା । ହେଲେ ସେହି ନମ୍ବର ତାଙ୍କ ଲକି ନମ୍ବର ନଥିଲା ଦୋକାନୀ ଦେଇଥିବା ଭୁଲ ନମ୍ବର ଥିଲା । ଏହାକୁ ଦେଖି ସାରିବା ପରେ ସେ ତୁରନ୍ତ ଘରକୁ ଦଉଡି ଆସିଥିଲେ । ପ୍ରଥମେ କିନ୍ତୁ ଏହାକୁ ବିଶ୍ଵାସ କରିପାରି ନଥିଲେ ଜୋସ । ଆଉ ଜୋସ ଯେତେବେଳେ ତାଙ୍କ ପୁରସ୍କାର ରାସୀ ସଂଗ୍ରହ କଲେ ଆଉ ସେତିକି ବେଳେ ତାଙ୍କ ଜୀବନର ଆର୍ଥିକ ସମସ୍ୟା ସମାପ୍ତ ହେଲା ବୋଲି ସେ କହିଥିଲେ ।

ପୁରସ୍କାର ନେବା ପରେ ସେ ଦୋକାନୀକୁ ଧନ୍ୟବାଦ ମଧ୍ୟ ଜଣାଇ ଥିଲେ କାରଣ ସେହି ଦୋକାନୀର ଗୋଟେ ଛୋଟ ଭୁଲ ପାଇଁ ଜୋସ ଆଜି କୋଟିପତି । ତେବେ ବନ୍ଧୁଗଣ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *