ଇଟାଲିରେ ଡକ୍ଟର ଆଶ୍ଚର୍ଯ୍ୟ, ଠିକ ହେବାପରେ ପୁଣି କେତେକ ଲୋକଙ୍କୁ ହେଉଛି କରୋନା ସଂକ୍ରମଣ

ଇଟାଲୀରେ କରୋନ ସଂକ୍ରମଣର ନୂଆ ମାମଲା ଲାଗାତାର ସାମ୍ନାକୁ ଆସୁଛି । ଏଠାରେ କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ 35713 ହୋଇ ଯାଇଛି ଯେତେବେଳେ କି 3000 ରୁ ଅଧିକ ଲୋକ ଏଥିରେ ମୃତ୍ୟୁ ବରଣ କରି ସାରିଛନ୍ତି । କିନ୍ତୁ ବର୍ତ୍ତମାନ ଇଟାଲୀର ଡାକ୍ତରଙ୍କୁ କରୋନାର କିଛି ଏମିତି କେସ ମିଳୁଛି ଯାହା ଦ୍ଵାରା କେବଳ ତାଙ୍କୁ ନୁହେଁ ବରଂ ପୁରା ଦୁନିଆକୁ ଏକ ନୂଆ ସଙ୍କଟର ସାମ୍ନା କରିବାକୁ ପଡିପାରେ । ଏଠାରେ କିଛି ଏମିତି ରୋଗୀ ଦେଖା ଦେଇଛନ୍ତି ଯେଉଁମାନଙ୍କୁ କରୋନା ହେଇଥିଲା, ଚିକିତ୍ସାରେ ଠିକ ହୋଇଯାଇଥିଲା କିନ୍ତୁ ପୁଣି ଥରେ ଏମାନେ ସେହି ସଂକ୍ରମଣର ଶିକାର ହୋଇ ଯାଇଛନ୍ତି ।

ଏକ ରିପୋର୍ଟ ଅନୁସାରେ ଟ୍ଯୁରିନ ସହରରେ ରହୁଥିବା 40 ବର୍ଷୀୟ ଏକ ବ୍ୟକ୍ତିକୁ ପୁଣି ଥରେ କରୋନା ହୋଇ ଯାଇଛି । ଏହି ବ୍ୟକ୍ତି ଆଇସୋଲେସନରେ ଥିଲେ, ତାଙ୍କର ଚିକିତ୍ସା ହେଲା ପରେ ସେ ଠିକ ହୋଇଗଲେ ଓ ପୁଣି ଥରେ ସେ ଟେଷ୍ଟରେ ପଜିଟିଭ ଆସିଛନ୍ତି । ଏହି ବ୍ୟକ୍ତିକୁ ଅମେଡୋ ଡୀ ସାବିୟୋ ସିଟି ହସ୍ପିଟାଲରେ ଗତ ମାସରୁ ଆଇସୋଲେସନରେ ରଖା ଯାଇଥିଲା ।

ଡିଶ୍ଚାର୍ଜ ହେବା ପୂର୍ବରୁ ପୁଣି ହେଲା କରୋନା

ରିପୋର୍ଟ ଅନୁସାରେ ଗତ ସୋମବାର ଦିନ ଏହାର ରିପୋର୍ଟ ନେଗେଟିଭ ଆସିଥିଲା ଓ ତାହାକୁ ଡିଶ୍ଚାର୍ଜ କରିବାର ନିଷ୍ପତ୍ତି ନିଆଯାଇଥିଲା । ଯେତେବେଳେ କି ସେହି ଦିନ ସନ୍ଧ୍ୟାରେ ସେହି ବ୍ୟକ୍ତି ମଧ୍ୟରେ ପୁଣି ଥରେ କରୋନାର ଲକ୍ଷଣ ନଜର ଆସିଲା । ବର୍ତ୍ତମାନ ହସ୍ପିଟାଲ ବୁଝି ପାରୁ ନାହିଁ କି ଆଇସୋଲେସନରେ ରହିବା ପରେ ମଧ୍ୟ ଏହି ବ୍ୟକ୍ତି ପୁଣି ଥରେ କିପରି କରୋନା ସଂକ୍ରମିତ ହୋଇପାରେ । ଏହାର କାରଣ କଣ । ବର୍ତ୍ତମାନ ତାଙ୍କୁ ସେହିଠାରେ ରଖାଯାଇ ପୁଣି ଥରେ ତାଙ୍କର ଚିକିତ୍ସା କରାଯାଉଛି ।

ହସ୍ପିଟାଲର ବାୟୋଲୋଜିଷ୍ଟ ପ୍ରଫେସର ଜୀବାନୀ ଡୀ ପେରି କହିଲେ କି ଆମେ ଟେଷ୍ଟ କରିଥିଲୁ ଓ ଏହି ବ୍ୟକ୍ତି ନେଗେଟିଭ ଥିଲେ, ଏହି ଟେଷ୍ଟରେ କୌଣସି ଭୁଲ ହୋଇ ନାହିଁ । ତାଙ୍କ ଅନୁସାରେ ଏହି ଭାଇରସ ଟେଷ୍ଟରେ ନେଗେଟିଭ ଓ ପଜିଟିଭ ଆସିବା ମଧ୍ୟରେ ଆଉ ଏକ ଫେଜ ଥାଇପାରେ ଯାହା ବିଷୟରେ ଏପର୍ଯ୍ୟନ୍ତ ଆମେ ଜାଣି ନାହୁଁ ।

ସେ ଏହା ମଧ୍ୟ କହିଲେ କି ଇଟାଲୀରେ ଆହୁରି କେତେକ ହସ୍ପିଟାଲ ରେ ଏହି ପ୍ରକାରର କେସ ସାମ୍ନାକୁ ଆସିଛି କିନ୍ତୁ ଏବେ ସବୁ ଡାକ୍ତରଙ୍କ ଧ୍ୟାନ କେବଳ ଚିକିତ୍ସାରେ ଅଛି କାରଣ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ପୁଣି ଥରେ ହେବା ବିଷୟରେ କୌଣସି ଠୋସ କାରଣ ଜଣା ପଡି ନାହିଁ । ଏହା ବିଷୟରେ ଅଧିକ ସୂଚନା ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ ଓ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *