ଇଟାଲୀରୁ ଝିଅ ଭାରତ ଫେରିଲା ପରେ, ବାପା ମୋଦୀ ସରକାରଙ୍କୁ କହିଲେ ଏମିତି କଥା ଯାହା ଆପଣଙ୍କୁ ଭାବୁକ କରିଦେବ

ସାରା ଦୁନିଆରେ କରୋନା ଭାଇରସ ନିଜର ଆତଙ୍କ ଦ୍ଵାରା ଲୋକମାନଙ୍କୁ ଭୟଭୀତ କରି ରଖିଛି । ଏମିତିରେ ସବୁ ଦେଶ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ମାମଲାରେ ଭାରତ ସରକାରଙ୍କ ପ୍ରଶଂସା କରାଯାଉଛି । କହିବାକୁ ଗଲେ ଯେଉଁଭଲି ଭାବରେ ମୋଦୀ ସରକାର କରୋନା ଭାଇରସର ଆଉଟବ୍ରେକକୁ ହ୍ୟାଣ୍ଡଲ କରୁଛନ୍ତି ତାହା ପ୍ରଶଂସନୀୟ ଅଟେ । ଅନ୍ୟ ଦେଶରେ ଫସିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ବହୁତ ଆକ୍ଟିଭ ଅଛନ୍ତି ।

ଏହା ମଧ୍ୟରେ ଗୋଟିଏ  ଝିଅର ପିତା ମୋଦୀ ସରକାର ଓ କରୋନା ଭାଇରସକୁ ନେଇ ନିଜର ଏକ ଭାବୁକ କରିଦେବା ଭଳି କାହାଣୀ ଶେୟାର କରିଛନ୍ତି । ମୁମ୍ବାଇ ନିବାସୀ ସୁଜୟ କଦମ କହିଲେ କି ତାଙ୍କର ଝିଅ ଇଟାଲୀ ଦେଶର ମିଲାନ ସହରରେ ଫସି ରହିଥିଲା, କିନ୍ତୁ ମୋଦୀ ସରକାରଙ୍କ ସଠିକ ପଦକ୍ଷେପ କାରଣରୁ ତାଙ୍କର ଝିଅ ଭାରତକୁ ଫେରି ଆସିଛି ।

ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ସମୟରେ ଇଟାଲୀରେ କରୋନା ଭାଇରସକୁ ନେଇ ଅବସ୍ଥା ଖରାପ ଅଛି । ଚୀନ ପରେ ଇଟାଲୀରେ ଏହି ଭାଇରସ କାରଣରୁ ସବୁଠୁ ଅଧିକ ବ୍ୟକ୍ତିଙ୍କର ନିଧନ ହୋଇଛି । ଏମିତିରେ ଇଟାଲୀ ସରକାର ନିଜ ଦେଶକୁ ଲକଡାଉନ କରି ରଖିଛନ୍ତି ।

https://twitter.com/cgmilan1/status/1238943228189163525

ସୁଜୟ କହିଲେ କି ତାଙ୍କର ଝିଅ ଇଟାଲୀର ମିଲାନ ସହରରେ କଲେଜରେ ପଢିବା ପାଇଁ ୪ ଫେବୃୟାରୀ ରେ ଯାଇଥିଲା । କିନ୍ତୁ କରୋନା ଭାଇରସ କାରଣରୁ କଲେଜ ବନ୍ଦ ହୋଇଗଲା । ଏମିତିରେ ତାଙ୍କର ଝିଅ କହିଲା କି ଏଠି ସବୁକିଛି ଠିକ ଅଛି ଓ ସେ ନିଜର ରେଣ୍ଟ ଏଗ୍ରୀମେଂଟ ୪ ମାସ ପାଇଁ ଆହୁରି ବଢାଇ ଦେଇଛନ୍ତି । କିନ୍ତୁ ୧୦ ମାର୍ଚ୍ଚରେ ମାର୍କେଟ ସହିତ ସବୁକିଛି ବନ୍ଦ ହୋଇଗଲା ।

ତାଙ୍କର ଝିଅ ପାଖରେ କେବଳ ୧୫ ଦିନର ଖାଦ୍ୟ ସାମଗ୍ରୀ ବଞ୍ଚିଥିଲା । ଏହା ପରେ ସୁଜୟ ନିଜ ଝିଅକୁ କହିଲେ ସେ ଭାରତକୁ ଫେରି ଆସୁ କିନ୍ତୁ ଏହା ସମ୍ଭବ ନୁହେଁ । କହିବାକୁ ଗଲେ ଲକଡାଉନ କାରଣରୁ ଇଟାଲୀ ସରକାର ତାଙ୍କ ଝିଅକୁ ଭାରତ ଫେରିବା ପାଇଁ ସାର୍ଟିଫିକେଟ ମାଗୁଥିଲେ ।

ଏହା ପରେ ସୁଜୟ ଭାରତୀୟ ଦୂତାବାସର ୱେବସାଇଟକୁ ଗଲେ ତ ତାଙ୍କୁ ଜଣା ପଡିଲା କି ଇଟାଲୀର ମିଲାନ ସହରରେ ଭାରତୀୟ ଦୂତାବାସ କରୋନା ଭାଇରସ କାରଣରୁ ବନ୍ଦ ହୋଇ ଯାଇଛି । ଏହା ପରେ ସୁଜୟ ଅନ୍ୟ ୮ ଟି ଭାରତୀୟ ଦୂତାବାସର ମେଲ ଆଇଡ଼ି ସର୍ଚ କରି ତାଙ୍କୁ ନିଜ ଝିଅ ବିଷୟରେ କହିଲେ । ଏହା ପରେ ୧୩ ମାର୍ଚ୍ଚରେ ସୁଜୟଙ୍କ ପାଖକୁ ତାଙ୍କ ଝିଅର ଫୋନ ଆସିଲା । ତାଙ୍କ ଝିଅ କହିଲା କି ତାଙ୍କ ପାଖରେ ଭାରତୀୟ ଦୂତାବାସର ଫୋନ ଆସିଥିଲା ଓ ସେ ଜଲ୍ଦି ଭାରତ ଆସୁଛି ।

ସୁଜୟ ଏହି କଥାରେ ବହୁତ ଖୁସି ହେଲେ । ସେ କହିଲେ କି ପ୍ରଥମେ ମୋଦୀ ସରକାରଙ୍କ ଉପରେ ସେ ବହୁତ ଆରୋପ ଲଗାଉ ଥିଲେ କିନ୍ତୁ ବର୍ତ୍ତମାନ ମୋଦୀ ସରକାର ତାଙ୍କ ଝିଅ ପାଇଁ ଦ୍ଵିତୀୟ ପିତା ଅଟନ୍ତି । ସୁଜୟଙ୍କ ଝିଅ ୧୫ ମାର୍ଚ୍ଚ ରେ ଭାରତକୁ ଆସିଲା ଯାହା ପରେ ତାକୁ ITBP ହସ୍ପିଟାଲରେ ରଖା ଯାଇଛି । ସୁଜୟ କହିଲେ କି ସରକାର ତାଙ୍କ ଝିଅର ଖାଦ୍ୟ ଓ ଔଷଧର ପୁରା ଧ୍ୟାନ ରଖୁଛନ୍ତି ।

ଠିକ ଯେମିତି ଗୋଟିଏ ପିତା ନିଜ ଝିଅ ପାଇଁ କରିଥାଏ । ଏହା ପରେ ସୁଜୟ ଖୁସି ହୋଇ ଭାରତୀୟ ଦୂତାବାସ, ଏୟାର ଇଣ୍ଡିଆକୁ ଓ ITBP ହସ୍ପିଟାଲ ସ୍ଟାଫଙ୍କୁ ହୃଦୟର ସହିତ ଧନ୍ୟବାଦ ବି ଦେଇଛନ୍ତି । ଦୈନିକ ଅପଡେଟ ନ୍ଯୁଜ ପାଇବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *