Vastu Shastra – ଦୀପାବଳୀ ରାତିରେ ୭ ଟି ବେଲପତ୍ରର ଏହି ଉପାୟ ଗରିବ ଲୋକକୁ ବି କରିଦେବ ଧନବାନ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଯାପନ କରିବା ପାଇଁ ଇଛା କରିଥାନ୍ତି । ହେଲେ ଯାହା ପାଖରେ ଟଙ୍କା ପାଇସା ରହିଥାଏ ସେମାନେ ବହୁତ ସୁଖରେ ନିଜ ଜୀବନକୁ ଅତିବାହିତ କରିଥାନ୍ତି ଓ ଯେଉଁ ମାନଙ୍କ ପାଖରେ ଟଙ୍କା ନଥାଏ ସେମାନଙ୍କ ଜୀବନରେ ବହୁତ ଦୁଃଖ କଷ୍ଟ ଆସିଥାଏ । ବହୁତ ଲୋକଙ୍କ ପାଖରେ ଟଙ୍କା ରହିନଥାଏ, ସେମାନେ ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ସେମାନଙ୍କ ପାଖରେ ସବୁବେଳେ ଟଙ୍କାର ଅଭାବ ରହିଥାଏ । ଏଥିପାଇଁ ସେମାନେ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । ସେମାନେ ତାଙ୍କର ଏହି ସମସ୍ୟାକୁ ଦୁର କରିବା ପାଇଁ ଅନେକ ପ୍ରକାରର ପୂଜା ଓ ଆରାଧନାର ସହାୟତା ନେଇଥାନ୍ତି । ହେଲେ ସେମାନେ ଏହି ସବୁଥିରେ ଅସଫଳ ହୋଇ ଯାଇଥାନ୍ତି ।

ଆପଣଙ୍କର ଏହି ସମସ୍ଯାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ତାନ୍ତ୍ରିକ ପ୍ରୟୋଗ ବିଧି ନେଇ ଆସିଛୁ । ଯାହାକୁ ପ୍ରୟୋଗ କରି ଆପଣଙ୍କର ଏହି ସମସ୍ୟାକୁ ଆପଣ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ହିନ୍ଦୁ ଧର୍ମରେ ବେଲ ଗଛକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମନା ଯାଇଥାଏ ଓ ଏହି ଗଛର ପୂଜା ମଧ୍ୟ କରାଯାଇଥାଏ । ଫଳରେ ସେମାନଙ୍କୁ ଏହାର ଚମତ୍କାର ପ୍ରଭାବ ମଧ୍ୟ ମିଳିଥାଏ । ସେଥି ମଧ୍ୟରୁ ଆଜି ଆମେ ଆପଣ ମାନଙ୍କୁ ଦୀପାବଳୀରେ ପ୍ରୟୋଗ ହେଉଥିବା ଏକ ତନ୍ତ୍ର ବିଷୟରେ କହିବାକୁ ଯାଉଛୁ ।

ସର୍ବ ପ୍ରଥମେ ଯେଉଁ ଦିନ ଦୀପାବଳୀ ଅଛି ଆପଣ ସେହି ଦିନ ସୁଜିବନ୍ତ ହୋଇରହିବେ । ସୂର୍ଯ୍ୟାସ୍ତ ନ ହେବା ପୂର୍ବରୁ ଆପଣ କେବଳ ୭ଟି ବେଲ ପତ୍ର ଛିଣ୍ଡାଇ ଆଣିବେ । କିନ୍ତୁ ସେହି ବେଲ ପତ୍ର ସଂପୂର୍ଣ୍ଣ ରୂପେ ଠିକ ଥିବା ଆବଶ୍ୟକ କେବେ ହେଲେ ଆପଣ ଖଣ୍ଡିଆ ଖାବରା ବେଲ ପାତ୍ର ଆଣିବେ ନାହିଁ ।

ଏହା ପରେ ଆପଣ ସେହି ୭ଟି ବେଲ ପତ୍ରକୁ କଞ୍ଚା କ୍ଷୀର କିମ୍ବା ଗଙ୍ଗା ଜଳରେ ବୁଡାଇ ରଖିବେ । ଦୀପାବଳୀ ରାତିରେ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ପୂଜା ଅର୍ଚନା କରିଥାନ୍ତି । ସେହି ସମୟରେ ଆପଣ ଏହି ୭ଟି ବେଲ ପତ୍ରକୁ ନେଇ ଭଲ ଭାବରେ କପଡାରେ ପୋଛି ଦିଅନ୍ତୁ ଓ ସେଥିରେ କୁମକୁମ ଏବଂ ଚନ୍ଦନ ସାହାର୍ଯ୍ୟରେ ଶ୍ରୀ ଲକ୍ଷ୍ମୀ ଲେଖନ୍ତୁ । ଏହି କାର୍ଯ୍ୟ ପାଇଁ ଆପଣ ତ୍ରିଶାଖା ବେଲ ପତ୍ର ୭ଟି ନିଅନ୍ତୁ । କହିବାକୁ ଗଲେ ଆପଣ ୨୧ ଟି ବେଳଲ ପତ୍ରରେ ଶ୍ରୀ ଲକ୍ଷ୍ମୀ ଲେଖିବେ ।

ଏହି ଉପାୟକୁ ଅବଲମ୍ବନ କରିବା ଦ୍ଵାରା ନିଶ୍ଚିତ ଆପଣଙ୍କ ଘରେ ମା ଲକ୍ଷ୍ମୀ ବାସ କରିବେ । ଶ୍ରୀ ଲକ୍ଷ୍ମୀ ଲେଖିବା ପରେ ଆପଣ ସେହି ସମସ୍ତ ପତ୍ରକୁ ମା ଲକ୍ଷ୍ମୀଙ୍କ ଚରଣରେ ସମର୍ପଣ କରିଦେବେ । ଏହା ପରେ ଆପଣଙ୍କ ସବୁ ବିଧି ବିଧାନ ଶେଷ ହେବା ପରେ ଆପଣ ଏକ ନୂଆ କପଡା ନିଅନ୍ତୁ ଓ ସେଥିରେ ସେହି ସମସ୍ତ ବେଲ ପତ୍ରକୁ ରଖି ଆପଣଙ୍କ ପୂଜା ଘରେ ରଖିଦିଅନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କର କୌଣସି ବ୍ୟବସାୟିକ ସ୍ଥଳ ଅଛି ତା ହେଲେ ଆପଣ ସେହି ସ୍ଥାନରେ ମଧ୍ୟ ରଖି ପାରିବେ । ବନ୍ଧୁଗଣ ଏହି ଉପାୟକୁ ବ୍ୟବହାର କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ବାସ ଆପଣଙ୍କ ଘରେ ହୋଇଯିବ ଓ ଆପଣ ବହୁତ ଶୀଘ୍ର ଧନୀ ହୋଇଯିବେ ।

ଏହି ଟିପ୍ସଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *