ଦୀପାବଳୀରେ ଏହି ୫ଟି ଜାଗାରେ ଦୀପ ଜଳାନ୍ତୁ, ଭାଗ୍ୟ ଚମକି ଉଠିବ, ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ – Ajira Anuchinta

ବନ୍ଧୁଗଣ ଦୀପାବଳି ଭାରତର ସବୁଠାରୁ ବଡ ପର୍ବ । ରାକ୍ଷାସ ରାଜା ରାବଣ ଉପରେ ବିଜୟ ଲାଭ କରି 14 ବର୍ଷ ବନବାସ ସାରି ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ତାଙ୍କର ସ୍ତ୍ରୀ ମାତା ସୀତା ଓ ଭାଇ ଲକ୍ଷ୍ମଣ ଅଯୋଧ୍ୟା ଫେରି ଆସିବା ଖୁସିରେ ଏହି ଦୀପାବଳି ପର୍ବ ପାଳନ କରାଯାଇଥାଏ । ଏହି ଦୀପାବଳିରେ ଦୀପର ବହୁତ ମହତ୍ଵ ରହିଥାଏ । ଏହି ଉତ୍ସବ ଆଲୋକର ଉତ୍ସବ ଅଟେ । ହିନ୍ଦୁ ଧର୍ମରେ ଏହା ମାନ୍ୟତା ରହିଛି କି ଦୀପାବଳିର ଶୁଭ ସମୟରେ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ । ଏହା ମଧ୍ୟ କୁହାଯାଏ କି ମାତା ଲକ୍ଷ୍ମୀ ଯାହାର ଘରେ ଏହି ଦୀପାବଳିରେ ବାସ କରନ୍ତି ତାହାର ଘରେ ସାରା ଜୀବନ ଟଙ୍କା ପଇସା ଓ ଧନର ଅଭାବ ରହି ନଥାଏ ।

ଏହି କାରଣ ହେତୁ ଦୀପାବଳି ରାତିରେ ସମସ୍ତେ ନିଜ ଘରେ ଦୀପ ଜଳାଇ ସଂପୂର୍ଣ୍ଣ ଘରକୁ ପ୍ରକାଶିତ କରିଥାନ୍ତି । ଏହା ସହିତ କିଛି ଲୋକଙ୍କୁ ଜଣା ନଥାଏ ଯେ ଘର ସହିତ ଏମିତି କିଛି ଜାଗା ରାହିଯାଏ ଯେଉଁଠାରେ କି ଦୀପାବଳି ଦିନ ଦୀପ ଜଳାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ । ଘର ସହିତ ମଧ୍ୟ ଏହି ଜାଗା ମାନଙ୍କରେ ଦୀପ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ଵାରା ଆପଣଙ୍କ ଘରେ ଧନର ଅଭାବ ରହି ନଥାଏ ।

୧. ଦୀପାବଳି ଦିନ ଘରେ ଦୀପ ଲଗାଇବା ସହିତ ଏକ ଦୀପ ନେଇ ଅସ୍ଵସ୍ଥ ଗଛ ମୂଳରେ ଜଳାନ୍ତୁ । କୁହାଯାଏ କି ଯେ ଏହି ଅସ୍ଵସ୍ଥ ଗଛରେ 33 କୋଟି ଦେବା ଦେବୀମାନେ ବାସ କରିଥାନ୍ତି । ଏହି ଜାଗାରେ ଦୀପ ଜଳାଇବା ଦ୍ଵାରା ମାତା ଲକ୍ଷ୍ମୀ ଖୁସି ହୋଇ ଯାଇଥାନ୍ତି ।

୨. ଦୀପାବଳି ଦିନ ଘରେ ମାତା ଲକ୍ଷ୍ମୀ ଙ୍କର ସ୍ଵାଗତ ପାଇଁ ଘରର ମୁଖ୍ୟ କବାଟର ଦୁଇ ପାର୍ଶ୍ଵରେ ଦୁଇଟି ଦୀପ ଅବଶ୍ୟ ଜଳାନ୍ତୁ . ମାନେ କବାଟର ବାମ ପଟେ ଓ ଡାହାଣ ପଟେ ୨ ଟି ଦୀପ ଜଳାନ୍ତୁ । ମାତା ଲକ୍ଷ୍ମୀ ଙ୍କର ସ୍ଵାଗତ ପାଇଁ ଏହା ଠାରୁ ବଡ ଉପାୟ ଆଉ କିଛି ବି ନୁହେଁ । ମାତା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧାର ରହି ନଥାଏ । ଏହା ସହିତ ଆପଣ ଘରର ଅଗଣାରେ ଦୀପ ଜଳାଇବାକୁ ଆଦୌ ଭୁଲନ୍ତୁ ନାହିଁ ।

୩. ଦୀପାବଳି ଦିନ ନିଜ ଘରକୁ ଆଲୋକରେ ସଜାଇବା ସହିତ ଯଦି ଆପଣଙ୍କ ଘର ବାହାରେ କୌଣସି ମନ୍ଦିର ଅଛି ତେବେ ଏହାକୁ ମଧ୍ୟ ଦୀପରେ ସଜାଇ ଦିଅନ୍ତୁ । ଏହା ଦ୍ଵାରା ଆପଣ ପ୍ରଭୁ ଙ୍କ ସେବା କରିବାର ସୁଯୋଗ ପାଇଲେ । ଏହା ଦ୍ଵାରା ମଧ୍ୟ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ପଡିଥାଏ ।

୪. ଦୀପାବଳି ଦିନ ଘରର ଚଉରା ପାଖରେ ଦୀପ ଜଳାଇବା ପାଇଁ ଆପଣ ଆଦୌ ଭୁଲନ୍ତୁ ନାହିଁ । ଏହା ଦ୍ଵାରା ଦେବୀ ମାତା ଆପଣଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିବେ ଓ ଏହା ସହିତ ମା ବୃନ୍ଦାବତୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

୫. କୁହାଯାଏ କି ଏହି ଦୀପାବଳି ଦିନ କୌଣସି ଶୂନଶାନ ସ୍ଥାନରେ ଥିବା ଶିବଲିଙ୍ଗ ପାଖରେ ଦୀପଟିଏ ଅବଶ୍ୟ ଜଳାନ୍ତୁ । ଏହା ଦ୍ଵାରା ମଧ୍ୟ ମନର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ଆସନ୍ତା ଦୀପାବଳିରେ ଚେଷ୍ଟା କରନ୍ତୁ ଏହି ସବୁ ଜାଗାରେ ଦୀପ ଜଳାଇବା ପାଇଁ । ଯାହା ଦ୍ଵାରା ଆପଣଙ୍କ ଉପରେ ସବୁ ଦେବା ଦେବୀ ପ୍ରସନ୍ନ ରହିବେ ଓ ଆପଣଙ୍କ ଘରେ କେବେ ବି ଧନର ଅଭାବ ରହିବ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *